କାଶୀ ତାମିଲ ସଂଗମମ୍କୁ ନେଇ ମୋଦି କହିଛନ୍ତି ତାମିଲନାଡ଼ୁରୁ କାଶୀ ଆସିବା ଅର୍ଥ ମହାଦେବଙ୍କ ଗୋଟିଏ ଆସ୍ଥାନରୁ ଆଉ ଏକ ଆସ୍ଥାନକୁ ଆସିବା। ତେଣୁ ତାମିଲନାଡ଼ୁ ଓ କାଶୀ ମଧ୍ୟରେ ଏକ ସ୍ୱତନ୍ତ୍ର ସଂପର୍କ ରହିଛି।
ସୌର ଧନୁମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୧୮ ତାରିଖ ସୋମବାର । ଚନ୍ଦ୍ର- କୁମ୍ଭ ଅହୋରାତ୍ର । ତିଥି- ୬ଷ୍ଠୀ ଦିବା ୦୩.୧୪ ଗତେ ୭ମୀ । ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର ଅହୋରାତ୍ର । ଘାତବାର- ମିଥୁନ ରାଶି ।
ପାକିସ୍ତାନରେ ଦାଉଦ୍ଙ୍କୁ ବିଷ ଦିଆଯାଇଥିବା ଖବର ପ୍ରସାରିତ ହେବା ପରେ ସେଠାରେ ହଲଚଲ୍ ଆରମ୍ଭ ହୋଇଯାଇଛି। ପାକିସ୍ତାନରେ ଇଣ୍ଟରନେଟ୍ ସର୍ଭର ଡାଉନ୍ ଥିବା ଖବର ଆସିଛି।
ଆଜି କୋରାପୁଟ, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ରାୟଗଡ଼ା, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଏବଂ ମୟୂରଭଂଜ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା ରହିଛି।
ଓଡ଼ିଶାରୁ ସନ୍ଦିଗ୍ଧ କାଶ୍ମୀର ଆତଙ୍କୀ ଧରାପଡ଼ିବା ଘଟଣା। ବୁଖାରୀକୁ ୭ ଦିନିଆ ରିମାଣ୍ଡରେ ନେବାକୁ ଆଜି ଆବେଦନ କରିବ କ୍ରାଇମବ୍ରାଞ୍ଚ STF।
ବିଭିନ୍ନ ରାଜ୍ୟ ନିଜ ନିଜ ରାଜ୍ୟରେ ରାଜ୍ୟ ସଂଖ୍ୟାଲଘୁ କମିଶନ ଗଠନ କରିଛନ୍ତି। ସଂଖ୍ୟାଲଘୁ ସମ୍ପ୍ରଦାୟର ଯେକୌଣସି ପିଡ଼ିତ ବ୍ୟକ୍ତି ନିଜ ଅଭିଯୋଗର ସମାଧାନ ପାଇଁ ସମ୍ପୃକ୍ତ ରାଜ୍ୟ ସଂଖ୍ୟାଲଘୁ ଆୟୋଗଙ୍କ ନିକଟକୁ ଯାଇପାରିବେ।
ପ୍ରସଙ୍ଗରେ ସଂସଦରେ କିଛି ଆଲୋଚନା ଦରକାର ନାହିଁ । ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏହା କହିଛନ୍ତି ମୋଦି । ଗତ ବୁଧବାର ଦିନ ଗୃହ କାର୍ଯ୍ୟ ଚାଲିଥିବାବେଳେ ଦୁଇ ଜଣ ଯୁବକ ଭିଜିଟର୍ ଗ୍ୟାଲେରିରୁ ଗୃହର ମଧ୍ୟଭାଗକୁ ଡେଇଁ ପଡ଼ିଥିଲେ ।
ଉତ୍ତରପ୍ରଦେଶର ବାରଣାସୀରେ ରୋଡ୍ ଶୋ’ କରୁଥିବା ବେଳେ ଏକ ଆମ୍ବୁଲାନ୍ସ ପଛରୁ ଆସିଥିଲା। ଆମ୍ବୁଲାନ୍ସର ସାଇରନ ଶୁଣି ପ୍ରଧାନମନ୍ତ୍ରୀ ତାଙ୍କ ଏସକର୍ଟ ଗାଡ଼ିକୁ ଅଟକାଇବା ସହ ଆମ୍ବୁଲାନ୍ସ ପାଇଁ ବାଟ ଛାଡ଼ି ଦେଇଥିଲେ ।
ହଠାତ ରୋଗ ବ୍ୟାପିବାରୁ ପ୍ରଶାସନ ବି ଅକଳରେ । ହସପିଟାଲରେ ବେଡ୍ ମିଳୁନଥିବାରୁ ରୋଗୀଙ୍କୁ ତଳେ ରଖି ଚିକିତ୍ସା କରାଯାଉଥିବା ଅଭିଯୋଗ ବି ଉଠିଛି । ସ୍ମାର୍ଟସିଟି କାମବେଳେ ଫାଟିଥିବା ପାଣି ପାଇପର ଠିକ୍ରେ ମରାମତି ହୋଇନଥିବାରୁ ଏଥିରେ ଡ୍ରେନ୍ ପାଣି ମିଶି ପିଇବା ପାଣି ଦୂଷିତ ହୋଇଥିବା କୁହାଯାଉଛି ।
ସବୁଠୁ ବଡ଼ କଥା ହେଉଛି, ବିଶ୍ୱର ବୃହତ୍ତମ ଅଫିସ୍ ବିଲ୍ଡିଂ ଭାବେ ଏବେ ଯାଏଁ ଆମେରିକାର ସେନା ମୁଖ୍ୟାଳୟ ପେଣ୍ଟାଗନ୍ ପରିଚିତ ଥିବା ବେଳେ, ୬୭ ଲକ୍ଷ ବର୍ଗ ଫୁଟ୍ ଫ୍ଲୋର ସ୍ପେଶ୍ ସହ ଏହି ୮୦ ବର୍ଷର ରେକର୍ଡକୁ ଭାଙ୍ଗି ଦେଇଛି ସୁରତ ଡାଇମଣ୍ଡ ବୋର୍ସ।
ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ସରସ ସୁନ୍ଦର କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ବି ହାତକୁ ନେଇଛନ୍ତି ଉଭୟ ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର କାର୍ଯ୍ୟାଳୟ । ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅନୁସାରେ- ବାହାରୁ ଭକ୍ତମାନେ ଆସି ଜଗନ୍ନାଥ ବଲ୍ଲଭ ପାର୍କିଂରେ ପହଞ୍ଚିବା ପରେ ସେଠି ଏକ ଅଭ୍ୟର୍ଥନା କକ୍ଷ ସହ ପ୍ରଦର୍ଶନୀ ମଣ୍ଡପ ନିର୍ମାଣ ହେବ ।
ଆଗାମୀ ନିର୍ବାଚନରେ ୭ଟି ଯାକ ଲୋକସଭା ଆସନ ଜିତାଇବା ଓ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦିଙ୍କୁ ଦେଶର ପ୍ରଧାନମନ୍ତ୍ରୀ କରିବା ପାଇଁ ଆହ୍ୱାନ ଦେଇଛନ୍ତି ବୈଜୟନ୍ତ ।
ହିନ୍ଦୀ ହାର୍ଟଲ୍ୟାଣ୍ଡରେ ଜବରଦସ୍ତ ବିଜୟ ପରଠୁ ଉତ୍ସାହିତ ରାଜ୍ୟ ବିଜେପି । ତେଣୁ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆଣିବାକୁ ଏବେ ପୂରା ଆଟାକିଂ ମୋଡରେ ଗେରୁଆ କ୍ୟାମ୍ପ ।
ବହୁରୂପୀ ବୁଖାରୀ ୟୁଟ୍ୟୁବ ଦେଖି ଠକେଇ କଳା ଶିଖିଥିଲା। କେଉଁ ରୋଗ ପାଇଁ କେମିତି ଡାକ୍ତରୀ ଚିକିତ୍ସା କରାଯାଏ, ତାହା ବି ଶିଖୁଥିଲା। ଶେଷରେ ୟୁଟ୍ୟୁବରୁ ପ୍ରାପ୍ତ ଜ୍ଞାନକୁ ପ୍ରୟୋଗ କରି ଜଣେ ରୋଗୀଙ୍କ ଜୀବନ ନେଇଥିବା ମଧ୍ୟ କୁହାଯାଉଛି ।
ବ୍ୟାଟିଂ ଆରମ୍ଭରୁ ହିଁ ବ୍ୟାକଫୁଟ୍ରେ ରହିଥିଲା ଦକ୍ଷିଣ ଆଫ୍ରିକା। ଦ୍ୱିତୀୟ ଓଭରରେ ଲଗାତର ଦୁଇଟି ୱିକେଟ ନେଇ ଘରୋଇ ଦଳକୁ ବ୍ୟାକଫୁଟ୍କୁ ଠେଲି ଦେଇଥିଲା ଭାରତ ।
ଏକ ଜାତୀୟ ଗଣମାଧ୍ୟମରେ ସାକ୍ଷାତକାର ଦେବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶ୍ନ କରାଯାଇଥିଲା କି ଆଜିକାଲି ଆପଣ ଯେଉଁଆଡେ ଯାଉଛନ୍ତି ସେଠାରେ ଏକ ନାରା ଲାଗୁଛି କି ‘ଅବକୀ ବାର୍ ୪୦୦ ପାର୍’। କ’ଣ ସତରେ ଆପଣଙ୍କ ପାର୍ଟି ଏମିତି କିଛି କରିବାକୁ ଲକ୍ଷ୍ୟ ରଖିଛି।
ଏନେଇ ଡିଲରଙ୍କ ବଡ଼ ଭାଇ କଟକ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ପରେ ତଦନ୍ତ ହୋଇଛି। କାର୍ଯ୍ୟନୁଷ୍ଠାନ ପାଇଁ ଉପଜିଲ୍ଲାପାଳଙ୍କୁ ରିପୋର୍ଟ ପଠାଯାଇଥିବା ସ୍ଥାନୀୟ ବିଡିଓ କହିଛନ୍ତି ।
MRI / CT ସ୍କାନ୍ ପାଇଁ ଲେଖା ଯାଇଥିବା ସମସ୍ତ ପ୍ରେସ୍କ୍ରିପସନ୍ ରେଫେରାଲର ଯାଞ୍ଚ କରାଯିବ। ସମ୍ପୃକ୍ତ ଡାକ୍ତରଙ୍କ ଦସ୍ତଖତ ସମେତ ତାରିଖ ରହିଥିବା ଆବଶ୍ୟକ।
ଅଟୋକୁ ଧକ୍କା ଦେଲା ହାଇୱା। ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତରଙ୍କୁ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଭାରତୀୟ ରେଳ, ପଶ୍ଚିମ କେନ୍ଦ୍ରୀୟ ବିଭାଗ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ପଶ୍ଚିମ କେନ୍ଦ୍ରୀୟ ରେଳବାଇ (WCR) ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆପ୍ରେଣ୍ଟିସ୍ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଗ୍ରହଣ କରୁଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ୩ ହଜାରରୁ ଅଧିକ ପଦବୀ ପୂରଣ ହେବ।
ଭାରତରେ ଅନୁପ୍ରବେଶ କରିବା ଅପେକ୍ଷାରେ ଏବେ ୨୫୦-୩୦୦ ପାକିସ୍ତାନୀ ଆତଙ୍କବାଦୀ ।
ତାଙ୍କର ଦୁଇଟି ଯାକ ଗୋଡ଼ ଅଚଳ, ତାଙ୍କୁ ଜଣେ ସମ୍ପର୍କୀୟ ପ୍ରତି ମାସରେ ପିଠିରେ ଲଦି ୮ କିଲୋମିଟର ଦୂର ବ୍ଲକ କାର୍ଯ୍ୟାଳୟକୁ ନେଉଛନ୍ତି ଆଉ ସେଠୁ ଭତ୍ତା ଓ ଚାଉଳ ଧରି ବଡ଼ କଷ୍ଟରେ ଗାଁକୁ ଫେରୁଛନ୍ତି ।
ଆସନ୍ତା କିଛି ମାସ ମଧ୍ୟରେ ସାଧାରଣ ନିର୍ବାଚନ। ଏହାରି ଭିତରେ ଦଳର ହାଇକମାଣ୍ଡଙ୍କୁ ବିଜେପି ବିଧାୟକ, ସାଂସଦ ଭେଟିବା ରାଜନୈତିକ ମାହୋଲକୁ ସରଗରମ କରିଛି ।
ପୁଣି କନ୍ନଡ ଜଲ୍ୱା। ନୂଆ ଫିଲ୍ମ ‘ବଘିରା’ର ଟିଜର ସାମ୍ନାକୁ ଆସିଛି, ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ପ୍ରଶଂସକମାନେ ଏହା ଦେଖିବା ପରେ କହୁଛନ୍ତି ଯେ ସେମାନଙ୍କ ରୋମ ଟାଙ୍କୁରି ଉଠୁଛି।
ଆସନ୍ତା ଫେବ୍ରୁଆରୀ ୨୦ରୁ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହେବ। ଚଳିତ ବର୍ଷ ୨ ହଜାର ୯ ଶହ ୯୧ କେନ୍ଦ୍ରରେ ୫ ଲକ୍ଷ ୫୧ ହଜାର ୬୧୧ ପରୀକ୍ଷାର୍ଥୀ ପରୀକ୍ଷା ଦେବେ।