• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଛିଙ୍କ ଚାପିବାରୁ ଫାଟିଗଲା ଶ୍ୱାସନଳୀ । ଛିଙ୍କ ଲାଗୁଥିଲା, କିନ୍ତୁ ଏହାକୁ ଜବରଦସ୍ତି ଭାବେ ବନ୍ଦ କରିବାକୁ ଟେଷ୍ଟା କରିଥିଲେ ଜଣେ ବ୍ୟକ୍ତି । ଫଳତଃ ତାଙ୍କର ତଣ୍ଟିରେ ଥିବା ଶ୍ୱାସନଳୀଟି ଫାଟି ଯାଇଛି । ଏପରି ହେବାରେ ବିଶ୍ୱରେ ଏହା ପ୍ରଥମ ଘଟଣା ବୋଲି ଡାକ୍ତରମାନେ କହିଛନ୍ତି ।

ବ୍ୟକ୍ତି ଜଣକ ନିଜର କାର ଚଳାଇବା ସମୟରେ ପ୍ରଥମେ ଜର ଅନୁଭବ କରିଥିଲେ । ପରେ ପରେ ଛିଙ୍କ ଲାଗିଥିଲା । ତେବେ ସେ ଛିଙ୍କ ହେବାକୁ ନଦେଇ, ନାକକୁ ଚାପି ପାଟି ବନ୍ଦ କରିଦେଲେ । ଛିଙ୍କର ପ୍ରବଳ ପ୍ରେସରକୁ ସମ୍ଭାଳି ପାରିନଥିଲା ତାଙ୍କର ଶ୍ୱାସନଳୀ ।

ଏପରି ଜୋରେ ଚାପି ଧରିବା ଦ୍ୱାରା ତାଙ୍କର ଶ୍ୱାସନଳୀଟି ପ୍ରେସରରେ ଆସି ଫାଟି ଯାଇଥିଲା । ଫଳରେ ଶ୍ୱାସନଳୀରେ ଦୁଇ ମିଲିମିଟର ଛିଦ୍ର ସୃଷ୍ଟି ହୋଇଥିଲା । ନାକ ଓ ପାଟି ଜୋରେ ବନ୍ଦ କରିବା ଫଳରେ ଉକ୍ତ ବ୍ୟକ୍ତିଙ୍କ ବାୟୁପଥ ବନ୍ଦ ହୋଇ ଯାଇଥିଲା । ଫଳରେ ଚାପ ସୃଷ୍ଟି ହୋଇଥିଲା । ତେବେ ଛିଙ୍କଟି ମଧ୍ୟ ସାଧାରଣ ଅପେକ୍ଷା ୨୦ ଗୁଣ ଅଧିକ ଶକ୍ତିଶାଳୀ ଥିଲା ବୋଲି ଡାକ୍ତରମାନେ କହିଛନ୍ତି ।

ଶ୍ୱାସନଳୀ ଫାଟିଯିବାରୁ ବ୍ୟକ୍ତି ଜଣକ ଗୁରୁତର ଭାବେ ଅସୁସ୍ଥ ହୋଇ ପଡ଼ିଥିଲେ । ଡାକ୍ତରଙ୍କ କହିବା ଅନୁସାରେ ବ୍ୟକ୍ତି ଶ୍ୱାସନଳୀର ମାପ ୦.୦୮ ଇଞ୍ଚ ଥିଲା । ଯନ୍ତ୍ରଣା ଅସହ୍ୟ ହେବାରୁ ତାଙ୍କୁ ମେଡ଼ିକାଲରେ ଆଡମିଟ କରା ଯାଇଥିଲା । ତେବେ ତାଙ୍କୁ ନିଶ୍ୱାସ ନେବା, କଥାବାର୍ତ୍ତା କିମ୍ବା ଗିଳିବାରେ କୌଣସି ଅସୁବିଧା ହେଉ ନଥିବା ଜଣା ପଡ଼ିଛି ।

ଏକ୍ସ-ରେ ଦ୍ୱାରା ଏହା ମଧ୍ୟ ସାମ୍ନାକୁ ଆସିଛି ଯେ, ଉକ୍ତ ବ୍ୟକ୍ତିଙ୍କର ସର୍ଜିକାଲ୍ ଏମ୍ଫିସେମା ଥିଲା । ଏହା ଏପରି ଏକ ରୋଗ ଯେଉଁଠାରେ ଚମଡ଼ାର ଟିସୁ ସ୍ତର ପଛରେ ପବନ ରହିଥାଏ । ପରେ ପରେ ସିଟି ସ୍କାନ କରିବା ପରେ ଏହା ଜଣା ପଡ଼ିଥିଲା ଯେ, ଫୁସଫୁସ ଏବଂ ଛାତି ଭିତରେ ମଧ୍ୟ ପବନ ରହିଥିଲା । ନାକ ଓ ମୁହଁ ବନ୍ଦ କରି ଛିଙ୍କ ଅଟକାଇବା ଦ୍ୱାରା ଏପରି କ୍ଷତି ହୋଇଥିବା ଡାକ୍ତରମାନେ ପ୍ରକାଶ କରିଛନ୍ତି ।