• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପ୍ରାଇଭେଟ୍‌ ସେକ୍ରେଟାରୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ CEO ଙ୍କ କଣ୍ଟ୍ରାକ୍ଟ । ଯୁବତୀଙ୍କୁ କମ୍ପାନୀରୁ ଅଫର୍‌ ଲେଟର୍‌ ସହ ମିଳିଲା ଆଉ ଏକ କଣ୍ଟ୍ରାକ୍ଟ ପେପର୍‌ । ଯେଉଁଥିରେ ଲେଖାଯାଇଥିଲା, ମାଲିକଙ୍କର ଯେତେବେଳେ ସେକ୍ସ ପାଇଁ ଇଚ୍ଛା ହେବ, ସେ ସେତେବେଳେ ତାଙ୍କ ପାଖରେ ଉପଲବ୍ଧ ରହିବେ । ଏନେଇ ସେ ମନା କରିପାରିବେ ନାହିଁ । କଥାଟି ଆପଣଙ୍କୁ ଅଡୁଆ ଲାଗୁଥିଲେ ବି ସତ । ଆମେରିକା ସାନ୍‌ ଫ୍ରାନ୍ସିସକୋର ଏକ ସଫ୍ଟୱେୟାର କମ୍ପାନୀରେ ଏଭଳି ଘଟଣା ଘଟିଛି । ଯୁବତୀ ଜଣକ ଥାନାରେ ଅଭିଯୋଗ କରିବା ପରେ ପୁରା ଘଟଣା ସାମ୍ନାକୁ ଆସିଛି ।

ଆମେରିକାର ଟ୍ରେଡ୍‌ସିଫ୍ଟ ସଫ୍ଟୱେୟାର କମ୍ପାନୀର ପୂର୍ବତନ CEO କ୍ରିଷ୍ଟିଆନ୍‌ ଲାଙ୍ଗ୍‌ ନିଜ ଏକ୍ଜିକ୍ୟୁଟିଭ୍‌ ସେକେଟ୍ରି ଜେନ୍‌ ଡୋଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ଜେନ୍‌ଙ୍କୁ ‘ଯୌନଦାସୀ’ ଭାବେ ରଖିବା ପାଇଁ ଏକ କଣ୍ଟ୍ରାକ୍ଟ ସାଇନ୍‌ କରିବାକୁ ବାଧ୍ୟ କରିଥିଲେ ଲାଙ୍ଗ୍‌ । ନ୍ୟୁୟର୍କ ପୋଷ୍ଟର ଏକ ରିପୋର୍ଟ ପରେ ଏହି ଘଟଣା ସର୍ବସମ୍ମୁଖକୁ ଆସିଛି ।

ଜେନ୍‌ କହିଛନ୍ତି ଯେ ଲାଙ୍ଗ୍‌ ତାଙ୍କ ସହ ବର୍ଷ ବର୍ଷ ଧରି ଶାରୀରିକ ସମ୍ପର୍କ ରଖିବା ସହ ତାଙ୍କୁ ଯୌନ ନିର୍ଯାତନା ଦେଇଛନ୍ତି । ଏହାଛଡ଼ା ବିଭିନ୍ନ ଉପାୟରେ ଶାରୀରିକ ଯନ୍ତ୍ରଣା ଦେବା ଏମିତିକି ତାଙ୍କ ଉପରେ ପରିସ୍ରା ମଧ୍ୟ କରୁଥିଲେ ।

କ’ଣ ଲେଖାଥିଲା ସେହି କଣ୍ଟ୍ରାକ୍ଟରେ

ଜେନ୍‌ ଡୋଙ୍କ କହିବାନୁଯାୟୀ ଲାଙ୍ଗ୍‌ ତାଙ୍କୁ ନଅ ପେଜ୍‌ର ଏକ କଣ୍ଟ୍ରାକ୍ଟ ସାଇନ୍‌ କରିବାକୁ ବାଧ୍ୟ କରିଥିଲେ । ଯେଉଁଥିରେ ଲେଖାଯାଇଥିଲା କି ସବୁବେଳେ ମାଲିକଙ୍କ ସହ ସେକ୍ସ କରିବାକୁ ଉପଲବ୍ଧ ରହିବେ । ଯେତେବେଳେ ମାଲିକଙ୍କ ସେକ୍ସ ପାଇଁ ଇଚ୍ଛା ହେବ, ସେ ମନା କରିବେ ନାହିଁ । ମାଲିକ ଯେତେବେଳେ ଏକୁଟିଆ ଥିବେ, ସେ ତାଙ୍କ ଆଗରେ ପଚାରିବେ କି ମୁଁ ଆପଣଙ୍କର କି ସେବା କରିପାରିବି ।

କଣ୍ଟ୍ରାକ୍ଟରେ ଆହୁରି ଲେଖାଥିଲା ଯେ ଜେନ୍‌ ନିଜ ଶରୀରକୁ ମେଣ୍ଟେନ୍‌ କରିବା ସହ ଓଜନକୁ ୫୮ରୁ ୭୦ କେ.ଜି ମଧ୍ୟରେ ରଖିବେ । ଲାଙ୍ଗ୍‌ ଯେତେବେଳେ ଚାହିଁବେ ଜେନ୍‌ଙ୍କୁ ଯାହା ବି ଦଣ୍ତ ଦେବେ ସେଥିରେ ଜେନ୍‌ ପ୍ରଶ୍ନ ଉଠାଇପାରିବେ ନାହିଁ । ଏମିତିକି ଦଣ୍ତ ଦେବା ପାଇଁ କୌଣସି ସ୍ଥାନ ସମୟ ଓ ପରିସ୍ଥିତିକୁ ବି ସେ ଦେଖିବେ ନାହିଁ ।

ଜେନ୍‌ କହିଛନ୍ତି ଯେ ସେ ଏହି ଚୁକ୍ତି ସାଇନ୍‌ କରିବା ପାଇଁ ବାଧ୍ୟ ହେଲେ । କାହିଁକି ନା ସେ ଏହି ଚାକିରି ଛାଡ଼ିବାକୁ ଚାହୁଁନଥିଲେ । କାରଣ ସେ ତାଙ୍କ ଚାକିରିକୁ ଭାରି ଭଲ ପାଉଥିଲେ । ଟ୍ରେଡ୍‌ସିଫ୍ଟ ଭଳି ଏକ ବଡ଼ କମ୍ପାନୀର ଚାକିରିକୁ ହାତଛଡ଼ା କରିବାକୁ ଚାହୁଁନଥିଲେ ।

କ୍ରିଷ୍ଟିଆନ୍‌ ଲାଙ୍ଗଙ୍କୁ ଏହି ବର୍ଷ କମ୍ପାନୀ ସିଇଓ ପଦରୁ ବହିଷ୍କୃତ କରିଛି । ତାଙ୍କ ନାଁରେ କମ୍ପାନୀର ଟଙ୍କା ହେର୍‌ଫେର୍‌, ଯୌନ ନିର୍ଯାତନାର ଗମ୍ଭୀର ଅଭିଯୋଗ ପରେ ବହିଷ୍କୃତ କରାଗଲା । ଲାଙ୍ଗ୍‌ ଏହି ଅଭିଯୋଗକୁ ଏଡ଼ାଇବା ସହ ଜେନ୍‌ଙ୍କୁ ଏଭଳି କଣ୍ଟ୍ରାକ୍ଟ ଦେଇନଥିବା କହିଛନ୍ତି । ସେ କହିଛନ୍ତି, ତାଙ୍କ ଦୁହିଁଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଥିଲା କିନ୍ତୁ ପରସ୍ପର ସହମ୍ମତିରେ । ଜେନ୍‌ କମ୍ପାନୀରେ ଚାକିରି ପାଇବା ପୂର୍ବରୁ ସେ ତାଙ୍କୁ ଡେଟ୍‌ କରୁଥିଲେ । ଜେନ୍‌ଙ୍କୁ ନିଜ ସେକ୍ରେଟାରୀ ଭାବରେ ନିଯୁକ୍ତି ଦେବା ତାଙ୍କର ବଡ଼ ଭୁଲ ବୋଲି ସେ କହିଛନ୍ତି ।