• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଲିଭିଯାଇଥିଲା ଜୀବନ ଦୀପ । ମୃତ ଘୋଷଣା କରିଥିଲେ ଡାକ୍ତର । ହେଲେ କଥାରେ ଅଛି ନା ଯାହାକୁ ରଖିବେ ଅନନ୍ତ, ତାର କି କରିପାରିବେ ବଳବନ୍ତ । ମୃତ୍ୟୁ ଖବର ଚାରିଆଡ଼େ ବ୍ୟାପି ସାରିଥିଲା । ପରିବାର ଲୋକଙ୍କ ଆଖିରୁ ଲୁହ ଝରୁଥିଲା । ହେଲେ ହଠାତ୍‌ ଫେରି ଆସିଲା ଜୀବନ ! ମୃତ ଘୋଷଣାର ୨୪ ମିନିଟ ପରେ ପୁଣି ଜୀବିତ ହେଲେ ମହିଳା । ଆପଣଙ୍କୁ ଏକଥା ବିଶ୍ୱାସ ହେଉନଥିଲେ ମଧ୍ୟ ସତ । ଏଭଳି ଘଟଣା ଦେଖିବାକୁ ମିଳିଛି USର ଏକ ହସ୍ପିଟାଲରେ ।

ଲରେନ୍‌ କେନେଡି ନାମକ ଜଣେ ମହିଳାଙ୍କୁ ମେଡିକାଲରେ ମୃତ ଘୋଷଣା କରାଯାଇଥିଲା । ୨୪ ମିନିଟ ପରେ ପୁଣି ତାଙ୍କ ଜୀବନ ଫେରିଥିଲା । ଆଉ ଏହି ୨୪ ମିନିଟ୍‌ ପର୍ଯ୍ୟନ୍ତ ତାଙ୍କର ହାର୍ଟ ବିଟ୍‌ ବନ୍ଦ ଥିଲା ? ହେଲେ ଏହା କିପରି ସମ୍ଭବ ? ତାକୁ ନେଇ ଡାକ୍ତର ବି ଆଶ୍ଚର୍ଯ୍ୟ । ତେବେ ୨୪ ମିନିଟ୍‌ରେ ତାଙ୍କୁ ହୋସ ଆସିବା ପରେ ଯାହା ବି ପଚରାଯାଇଥିଲା, ସେ କିଛି ଉତ୍ତର ଦେଇପାରିନଥିଲେ । ଗତ କିଛି ସପ୍ତାହ ମଧ୍ୟରେ ଯାହା କିଛି ଘଟିଥିଲା ସେ ସବୁ ଭୁଲିଯାଇଥିଲେ । ଏକଥା ସେହି ମହିଳା ସୁସ୍ଥ ହୋଇ ଘରକୁ ଫେରିବା ପରେ ନିଜେ ବଖାଣିଛନ୍ତି ।

ସେ ଆହୁରି କହିଛନ୍ତି, ଘରେ ଥିବା ବେଳେ ତାଙ୍କୁ ହାର୍ଟ ଆଟାକ୍‌ ଆସିଥିଲା । ସ୍ୱାମୀ ତୁରନ୍ତ ୯୧୧କୁ କଲ କରିଥିଲେ । ତାପରେ ସବୁଠାରୁ ପାଖରେ ଥିବା ଏକ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ତୁରନ୍ତ ତାଙ୍କର CPR ଚିକିତ୍ସା କରାଯାଇଥିଲା । ଯାହାର ପରିଣାମ ସ୍ୱରୂପ ସେ ଜୀବତ ଅଛନ୍ତି । ସ୍ୱାମୀ ୪ ମିନିଟ୍‌ ପର୍ଯ୍ୟନ୍ତ ସିପିଆର କରିବା ପରେ ମୋର ହୋସ୍‌ ଆସିନଥିଲା । କିନ୍ତୁ ୨୪ ମିନିଟ୍‌ ପରେ ହୋସ୍‌ ଆସିଥିଲା ।

ଏହି ଦୁଃଖଦ ଘଟଣା ସମ୍ପର୍କରେ କହିବା ବେଳେ ସେ ନିଜ ସ୍ୱାମୀଙ୍କୁ ଧନ୍ୟବାଦ ଦେଇଛନ୍ତି । ସ୍ୱାମୀଙ୍କୁ ସେ ନିଜ ଜୀବନର ସବୁଠାରୁ ବଡ଼ ହିରୋ ବୋଲି ଆଖ୍ୟା ଦେଇଛନ୍ତି । ତେବେ ୨୪ ମିନିଟ ପରେ ତାଙ୍କର ହୋସ ଆସିଥିଲା । ଆଉ ତାପରେ ୯ ଦିନ ପର୍ଯ୍ୟନ୍ତ ସେ ICUରେ ରହିଥିଲେ । ICUରୁ ବାହାରିବା ପରେ ତାଙ୍କ ମସ୍ତିସ୍କ ସମ୍ପୂର୍ଣ୍ଣ ସୁସ୍ଥ ଥିବା ରିପୋର୍ଟ ଆସିଥିଲା । ମୁଣ୍ଡ ଭିତରେ କୌଣସି ପ୍ରକାର କ୍ଷତି ହୋଇନଥିଲା । ଧିରେ ଧିରେ ମହିଳା ଜଣକ ସୁସ୍ଥ ହେଉଛନ୍ତି । ଏହି ପୁରା ଘଟଣା ଗତ ଫେବ୍ରୁଆରୀ ମାସରେ ଘଟିଥିଲା ।

ଏବେ ଉକ୍ତ ମହିଳାଙ୍କୁ ଯିଏ ବି ଭେଟୁଛି ଆଉ ଏଭଳି କାହାଣୀ ଶୁଣୁଛି, ସମସ୍ତଙ୍କର ସେଇ ଗୋଟିଏ ପ୍ରଶ୍ନ କେମିତି ଥିଲା ମୃତ୍ୟୁର ଅଭିଜ୍ଞତା । କ’ଣ ଥିଲା ସେହି ୨୪ ମିନିଟ୍ ?