ରାଜେଶ ୩ ଲକ୍ଷ ଟଙ୍କା ଧରି ଉମରକୋଟ ଆସିବାକୁ କହିବାରୁ ପୁଅର କଥା ମାନି ରାଜେଶର ବାପା ଟଙ୍କା ଧରି ଉମରକୋଟ ଆସିଥିଲେ।
ବାଘଟି ଗାଡି ସାମ୍ନାକୁ ଆସିବା ସହ କିଛି ସମୟ ପରେ ଜଙ୍ଗଲକୁ ଚାଲିଯାଇଥିଲା। ଏହା ଏକ କଲରାପତରିଆ ବାଘ ବୋଲି ସୁନାବେଡା ଅଭୟାରଣ୍ୟ ପକ୍ଷରୁ ସୂଚନା ଦିଆଯାଇଛି ।
ସପ୍ତାହ ହେଲାଣି ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରବଳ ଜାଡ ଅନୁଭୁତ ହେଉଛି । ସକାଳେ କୁହୁଡିର ଧଳା ଚାଦରରେ ଢାକିଂ ହୋଇଯାଉଛି ରାସ୍ତାଘାଟ । ବର୍ଷା ଛାଡିଲା ପରେ ଜାଡ ଶୀତ ଯୋଗୁଁ ସାଧାରଣଲୋକଙ୍କ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।
ହିନ୍ଦୁ ଧର୍ମରେ ଗ୍ରହମାନଙ୍କୁ ସର୍ବାଧିକ ଗୁରୁତ୍ୱ ଦିଆଯାଏ, ତେଣୁ ଯେତେବେଳେ ଗ୍ରହମାନଙ୍କର ରାଜା ସୂର୍ଯ୍ୟ ଧନୁ ରାଶିରେ ପ୍ରବେଶ କରନ୍ତି, ସେତେବେଳେ ପଞ୍ଚାଙ୍ଗ ଅନୁଯାୟୀ ଏହାକୁ ଧନୁ ସଂକ୍ରାନ୍ତି କୁହାଯାଏ। ଏହି ଦିନ ବଡି ଭୋରୁ ପବିତ୍ର ନଦୀ ଜଳରେ ସ୍ନାନ କରି ସୂର୍ଯ୍ୟ ଭଗବାନଙ୍କୁ ପୂଜା କରାଯାଏ। ଏହା ପଛରେ କ’ଣ ରହିଛି କାରଣ ଆସନ୍ତୁ ଜାଣିବା।
‘ମୁଆଁ’ ହେଉଛି ଧନୁ ସଂକ୍ରାନ୍ତିର ଲୋକପ୍ରିୟ ଭୋଗ । ଧନୁ ସଂକ୍ରାନ୍ତି ଦିନ ମୁଆଁକୁ ଠାକୁରଙ୍କ ପାଖରେ ଭୋଗ ଲଗାଯାଏ। ଶ୍ରୀଜଗନ୍ନାଥଙ୍କ ସେବାରେ ଏହି ପରମ୍ପରା କାହିଁକି ରହିଛି ଆସନ୍ତୁ ଜାଣିବା।
ଶୀତଦିନେ ଦେହକୁ ଭିତରୁ ଗରମ ରଖିବା ପାଇଁ ବାଜରା ଖେଚେଡି ଖାଇବା ଜରୁରୀ। ଏହା ଖାଲି ସ୍ୱାସ୍ଥ୍ୟକର ନୁହେଁ ଏହା ମଧ୍ୟ ବହୁ ସୁସ୍ୱାଦୁ। ଏହାକୁ କିପରି ତିଆରି କରିବେ ଆସନ୍ତୁ ଜାଣିବା।
ମୋ ପରିବାର ଶହେ ବର୍ଷ ହେବ ମଦ ପ୍ରସ୍ତୁତି ଓ ବ୍ୟବସାୟରେ ସମ୍ପୃକ୍ତ ରହିଛି। ମଦ ବ୍ୟବସାୟରେ ସବୁ ନେଣଦେଣ ନଗଦ ଟଙ୍କା ବା କ୍ୟାଶ୍ ଆକାରରେ ହୋଇଥାଏ । ତେଣୁ ଏସବୁ ସେହି ଟଙ୍କା ।
ଭଳିକି ଭଳି ମୁଆଁ ତିଆରିରେ ବ୍ୟସ୍ତ କାରିଗର । ସ୍ପେଶାଲ ମୁଆଁ, ଘିଅ ଓ କାଜୁ ମୁଆଁର ରହିଛି ଡିମାଣ୍ଡ । ବନ୍ଧୁ ପରିଜନଙ୍କ ପାଖକୁ ମୁଆଁ ପଠାଇବାକୁ ଲାଗିଲାଣି ଲୋକଙ୍କ ଭିଡ଼ ।
ଭୁବନେଶ୍ୱର ବାସୀଙ୍କୁ ଘାରିଛି ବୁଲା କୁକୁର ଭୟ । ପିଲାଠୁ ନେଇ ବୟସ୍କ, ରାସ୍ତାରେ ଯା ଆସ କଲାବେଳେ କୁକୁର କାମୁଡା ଓ ଆକ୍ରମଣର ଶିକାର ହେଉଛନ୍ତି ।
ଭିନ୍ନ ଦେଶ, ଭିନ୍ନ ଭାଷା, ଭିନ୍ନ ଧର୍ମ ଆଉ ଭିନ୍ନ ଚାଲିଚଳଣି । ତଥାପି ଏମିତି କାହିଁକି ହୁଏ କେଜାଣି, ଥରୁଟିଏ ମନ ମିଶିଗଲେ ସବୁକିଛି ତୁଚ୍ଛ ହୋଇଯାଏ । ପର ବି ଆପଣାର ହୋଇଯାଏ । ପରଦେଶକୁ ଆସି ବିଦେଶୀ ବି ବନ୍ଧୁ ବନିଯାଏ ।
ମହିଳା ବିଚାରପତିଙ୍କ ଆବେଗପୂର୍ଣ୍ଣ ଇଚ୍ଛାମୃତ୍ୟୁ ଚିଠି । ଜଣେ ଜଜଙ୍କ ବିରୋଧରେ ଆଣିଛନ୍ତି ଯୌନ ଉତ୍ପୀଡ଼ନ ଅଭିଯୋଗ । ଅଭିଯୋଗ ସତ୍ତ୍ୱେ ନ୍ୟାୟ ନପାଇବାରୁ ମହିଳା ବିଚାରପତିଙ୍କ ନିରାଶା ଏବେ ଚର୍ଚ୍ଚାର ବିଷୟ ।
ନୂଆବର୍ଷ ଆରମ୍ଭରୁ ଏହାକୁ କଡ଼ାକଡ଼ି କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଲକ୍ଷ୍ୟ ରଖିଥିବା ବେଳେ ଶ୍ରୀମନ୍ଦିର ଭିତରେ ପରିଷ୍କାର ଓ ସ୍ୱଚ୍ଛତା ଆଣିବାକୁ ଏହି ପ୍ରୟାସ ପୁର୍ନବାର ଆରମ୍ଭ ହୋଇଛି।
ଭିଏଲଟିଡିକୁ ଟ୍ୟାମ୍ପର ବା ଛେଡଛାଡ଼ କରାଯାଇପାରିବ ନାହିଁ। ମୋବାଇଲ ନେଟ୍ୱାର୍କ ନ ଥିବା ଅଞ୍ଚଳରେ ବି ଏହି ଡିଭାଇସ ଗାଡ଼ିର ଗତିବିଧିକୁ ରେକର୍ଡ କରି ରଖିବ। ନେଟୱର୍କ ଅଞ୍ଚଳକୁ ଆସିବା ମାତ୍ରେ କମାଣ୍ଡ ସେଣ୍ଟରକୁ ତଥ୍ୟ ପ୍ରେରଣ କରିବ।
ବିଧିବଦ୍ଧ ଭାବେ ନାମକରଣ ହୋଇନଥିଲେ ବି ଏହାକୁ କୁହାଯାଉଛି ଶ୍ରୀଦାଣ୍ଡ। ୭୫୦ ମିଟର ଲମ୍ବ ଓ ୪୦ ଫୁଟ ଚଉଡ଼ାର ଏ ରାସ୍ତା ପାଇଁ ଆବଶ୍ୟକ ହେଉଥିବା ମୋଟ୍ ଜମିରୁ ୬୮ ପ୍ରତିଶତ ଜଗନ୍ନାଥ ମନ୍ଦିର ଓ ସରକାରୀ ଏବଂ ବାକି ୩୨ ପ୍ରତିଶତ ଘରୋଇ ଜମି।
ନିକଟରେ ଐଶ୍ୱର୍ଯ୍ୟା ରାୟ ଏବଂ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ପରସ୍ପରକୁ ଅନଫଲୋ କରିବା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏବେ ଐଶ୍ୱର୍ଯ୍ୟା ରାୟ ଅଭିଷେକ ବଚ୍ଚନଙ୍କ ବଙ୍ଗଳା ଅର୍ଥାତ୍ 'ଜଲସା' ଛାଡିଛନ୍ତି। ଏହାପରେ ସେମାନଙ୍କ ଛାଡପତ୍ର ଗୁଜବ ଜୋର ଧରିଛି।
ତିନି ବର୍ଷ ପରେ ବସିଲା ବିଜେଡି କାର୍ଯ୍ୟକାରଣୀ। ପ୍ରଥମ ଥର ପାଇଁ ଶଙ୍ଖଭବନରେ ବସିଥିବା ବୈଠକରେ କେନ୍ଦ୍ର ଅବହେଳାକୁ ପୁଣି ମୁଦ୍ଦା କରିବାକୁ ଦଳ ନେଲା ନିଷ୍ପତ୍ତି। ତେବେ କେନ୍ଦ୍ର ବିରୋଧରେ କଡ଼ା ପ୍ରତିବାଦ କେବଳ ଅନୁରୋଧରେ ସୀମିତ ରହିବ।
କଟକ ସହରର ବିଭିନ୍ନ ମାଂସ ଦୋକାନରେ ଚଢାଉ । ପ୍ରତି ସପ୍ତାହରେ ୩ ଦିନ କରାଯିବ ଏହି ଚଢାଉ । ରାସ୍ତାକଡ଼ରେ ଦୋକାନ ନେଇ ସିଏମସିକୁ ତାଗିଦ କରିଥିଲେ ହାଇକୋର୍ଟ ।
ଅନ୍ଲାଇନ୍ କିଣାବିକା ପ୍ଲାଟ୍ଫର୍ମ OLX ରେ ବିଜ୍ଞାପନ ପୋଷ୍ଟ୍ କରି ଏକ ପୁରୁଣା ବେଡ୍ ବିକ୍ରୟ କରିବାକୁ ଚେଷ୍ଟା କରି ଜଣେ ଇଞ୍ଜିନିୟର ୬୮ଲକ୍ଷ ଟଙ୍କା ଠକାମିର ଶିକାର ହୋଇଛନ୍ତି। ପୋଲିସର ସୂଚନାନୁସାରେ, ବେଙ୍ଗାଲୁରୁ ସହରରେ ସାଇବର ଅପରାଧୀଙ୍କ ଦ୍ୱାରା ଚୋରି ହୋଇଥିବା ଏହା ହେଉଛି ସବୁଠାରୁ ବଡ ଟଙ୍କା।
ବିହାର ପାଟନାର ଦାନାପୁର ସବ୍-ଡିଭିଜନ୍ କୋର୍ଟ ପରିସରରେ ଏହି ଗୁଳିକାଣ୍ତ ଘଟିଛି । ବିଚାରଧିନ କଏଦୀ ଅଭିଷେକ କୁମାର ଓରଫ୍ ଛୋଟେ ସରକାରକୁ ଗୁଳି କରି ହତ୍ୟା କରାଯାଇଛି ।
ରୋହିତ ଶର୍ମା ୨୦୧୩ରେ ପ୍ରଥମ ଥର ପାଇଁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଦାୟିତ୍ୱ ତୁଲାଇଥିଲେ। ରୋହିତଙ୍କ ଅଧିନାୟକତ୍ୱରେ ମୁମ୍ବାଇ ୫ଟି ଆଇପିଏଲ ଟ୍ରଫି ହାତେଇଥିଲା।
ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ସାମସଙ୍ଗ ମୋବାଇଲ୍ ଫୋନ୍ର ଆଣ୍ଡ୍ରଏଡ୍ ସଂସ୍କରଣ ୧୧, ୧୨, ୧୩ ଏବଂ ୧୪ ରେ ଏମିତି ଅନେକ କିଛି ଟେକ୍ନୋଲୋଜି ରହିଛି ବା ଦୁର୍ବଳତା ରହିଛି, ଯାହା ହ୍ୟାକର୍ସମାନଙ୍କୁ ସୁହାଉଛି ।
ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ 'ଆନିମଲ'ରେ ରଣବୀର କପୁରଙ୍କ ସହ ତୃପ୍ତି ଡିମ୍ରୀଙ୍କ ଅନ୍ତରଙ୍ଗ ସିନ୍ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ହେଉଛି। କିନ୍ତୁ ଆପଣ ଜାଣିଛନ୍ତି କି ଏହି ଫିଲ୍ମରେ ଏତିକି ସିନ୍ ପାଇଁ ତୃପ୍ତି ଡିମ୍ରୀ କେତେ ଟଙ୍କା ନେଇଛନ୍ତି? ଜାଣିଲା ପରେ ଆପଣ ନିଶ୍ଚିତ କହିବେ ଏହା ବହୁତ କମ୍ ବୋଲି।
ଭାରତୀୟ କ୍ରିକେଟ୍ ଇତିହାସର ସଫଳତମ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଜର୍ସି ନଂ ୭ କୁ ଅବସର ଦେଇଛି BCCI ।
ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଭଜନଲାଲ ଶର୍ମା । ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଦୀୟା କୁମାରୀ ଓ ପ୍ରେମଚନ୍ଦ୍ର ବୈରୱା । ଭଜନଲାଲ ସାଙ୍ଗନୌର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ।