Advertisment

Mohini Mohan Dutta: ରତନ ଟାଟାଙ୍କ ସଂପତ୍ତିର ୫୦୦ କୋଟି ପାଇବେ ଏହି ରହସ୍ୟମୟ ବ୍ୟକ୍ତି

ମୃତ୍ୟୁ ପୂର୍ବରୁ ମୋହିନୀ ମୋହନ ଦତ୍ତଙ୍କ ନାଁରେ ୫୦୦ କୋଟି ଟଙ୍କାର ସମ୍ପତ୍ତି ସାଇନ୍ କରି ଯାଇଛନ୍ତି ବିଜନେସ୍ ଟାଇକୁନ୍ ରତନ ଟାଟା। ତେବେ କିଏ ଏହି ମୋହିନୀ ମୋହନ ଦତ୍ତ, କାହିଁକି ତାଙ୍କ ଉପରେ ରତନ ଟାଟାଙ୍କ ଏତେ ଭରସା ଥିଲା, ଜାଣନ୍ତୁ...

author-image
Sonali Ojha
Mohini Mohan Dutta:

Mohini Mohan Dutta:

ଉଦ୍ୟୋଗ ଜଗତର ଅମୂଲ୍ୟ ରତ୍ନ ରତନ ଟାଟା । ତାଙ୍କ କଥା ଭଳି ସେ... ମଣିଷପଣିଆରେ ଛଳଛଳ... ସରଳପଣରେ ଢଳଢଳ... ଅମିତ ବିତ୍ତଶାଳୀ, କିନ୍ତୁ ଅସାଧାରଣ ଭାବେ ସାଧାରଣ । ବ୍ୟବହାରରେ, କାର୍ଯ୍ୟରେ, କର୍ତ୍ତବ୍ୟରେ- ଖାଲି ମଣିଷ ନୁହେଁ, ସବୁପ୍ରାଣୀଙ୍କ ପାଇଁ ବି ଯେମିତି ଥିଲେ କରୁଣାର ଅବତାର । ଯିଏ ସାଧାରଣ ଲୋକଙ୍କ ପାଇଁ ଭାବୁଥିଲେ, ତାଙ୍କ ଚୁନା ଚୁନା ସ୍ୱପ୍ନ ପୂରା କରିବାକୁ ଧାଉଁଥିଲେ । ତେବେ ତାଙ୍କ ଦେହାନ୍ତ ପରେ ଏତେ ସମ୍ପତ୍ତି କିଏ କରିବ ଉପଭୋଗ, ତାକୁ ନେଇ ଏବେ ବି କଳ୍ପନା-ଜଳ୍ପନା ଲାଗି ରହିଛି। ଏହାରି ଭିତରେ ମୋହିନୀ ମୋହନ ଦତ୍ତଙ୍କ ନାଁକୁ ନେଇ ଚର୍ଚ୍ଚା ଉଠିଛି। ତେବେ ସେ କିଏ ? କାହିଁକି ତାଙ୍କ ଉପରେ ରତନ ଟାଟାଙ୍କ ଏତେ ଭରସା ଥିଲା ?

Advertisment

ଛୋଟ ଗାଡ଼ି, ଛୋଟ ଘର, ଛୋଟ୍ ଅଫିସ । ମଣିଷ, କିନ୍ତୁ ବିଶାଳ ହୃଦୟର । ଏ ମ୍ୟାନ୍ ଉଇଥ୍ ଗୋଲଡେନ୍ ହାର୍ଟ । ଶହ ଶହ କୋଟି ଟଙ୍କାର ସମ୍ପତ୍ତି ଛାଡ଼ି ଯାଇଛନ୍ତି ବିଜନେସ୍ ଟାଇକୁନ୍ ରତନ ଟାଟା। କାହା ନାଁରେ ରହିବ ଏତେ ସମ୍ପତ୍ତି, କିଏ କରିବ ଉପଭୋଗ, ତାକୁ ନେଇ ଏବେ ବି କଳ୍ପନା-ଜଳ୍ପନା ଲାଗି ରହିଛି। ଏହାରି ଭିତରେ ମୋହିନୀ ମୋହନ ଦତ୍ତଙ୍କ ନାଁକୁ ନେଇ ଚର୍ଚ୍ଚା ଉଠିଛି। ମୃତ୍ୟୁ ପୂର୍ବରୁ ରତନ ଟାଟା ତାଙ୍କ ନାଁରେ ୫୦୦ କୋଟି ଟଙ୍କାର ସମ୍ପତ୍ତି ସାଇନ୍ କରି ଯାଇଛନ୍ତି।

ଜାମସେଦପୁରର ଜଣେ ଉଦ୍ୟୋଗୀ ମୋହିନୀ ମୋହନ ଦତ୍ତ ହେଉଛନ୍ତି ଷ୍ଟାଲିଅନର କୋ-ଓନର୍। ପରବର୍ତ୍ତୀ ସମୟରେ ଟାଟା ସର୍ଭିସେସର ଏକ ଅଂଶ ହୋଇଥିଲା ଷ୍ଟାଲିଅନ। ମିଶ୍ରଣ ପୂର୍ବରୁ, ଦତ୍ତଙ୍କ ଷ୍ଟାଲିଅନର ୮୦% ଏବଂ ଟାଟା ଇଣ୍ଡଷ୍ଟ୍ରିଜର ଅବଶିଷ୍ଟ ୨୦% ଶେଆର୍ ଥିଲା। ଟାଟାଙ୍କ ଅନ୍ତିମ ସଂସ୍କାର ସମୟରେ ଦତ୍ତ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ବେଳେ କହିଥିଲେ ଯେ ଟାଟାଙ୍କ ସହ ତାଙ୍କ ପ୍ରଥମ ଦେଖା ଜାମସେଦପୁରରେ ଡିଲର୍ସ ହଷ୍ଟେଲରେ ହୋଇଥିଲା, ସେତେବେଳେ ତାଙ୍କୁ ମାତ୍ର ୨୪ ବର୍ଷ ବୟସ ହୋଇଥାଏ।

Advertisment

ଅଧିକ ପଢନ୍ତୁ: ଏମିତି ଥିଲା ରତନଙ୍କ ସ୍ୱପ୍ନ, ଗରିବଙ୍କ ପାଇଁ ଆଣିଥିଲେ ନାନୋ

ଏବେ ଦିବଂଗତ ରତନ ଟାଟାଙ୍କ ୱିଲ୍ ପେପର ସାମ୍ନାକୁ ଆସିଛି, ଯେଉଁଥିରେ ମୋହିନୀ ମୋହନଙ୍କ ନାଁରେ ୫୦୦ କୋଟି ଟଙ୍କାର ସମ୍ପତ୍ତି ଲେଖି ଯାଇଛନ୍ତି ଟାଟା। ଅନେକ ଲୋକ ମୋହିନୀଙ୍କୁ ଜାଣିନଥିଲେ କି ତାଙ୍କ ନାଁ ଶୁଣିନଥିଲେ, କିନ୍ତୁ କିଛି ଶିଳ୍ପପତି କହନ୍ତି- ମୋହିନୀ ମୋହନ ଟାଟାଙ୍କ ଖୁବ୍ ଖାସ୍ ଲୋକ ଥିଲେ। ଦତ୍ତଙ୍କ ସହ ଟାଟାଙ୍କର ଦୀର୍ଘ ୬ ଦଶନ୍ଧି ଧରି ସମ୍ପର୍କ ରହିଥିଲା। ୨୦୨୪ରେ ଟାଟାଙ୍କ ଜନ୍ମବାର୍ଷିକୀରେ ନିମନ୍ତ୍ରିତ ସଦସ୍ୟ ଥିଲେ ଦତ୍ତ। ଏହି କାର୍ଯ୍ୟକ୍ରମରେ କେବଳ ପରିବାର ଲୋକ ଏବଂ ଅତି ଖାସ୍ ଅତିଥିଙ୍କୁ ଡକା ଯାଇଥିଲା। ଏଥିରୁ ସ୍ପଷ୍ଟ ଯେ ଦତ୍ତ, ଟାଟାଙ୍କର କେତେ ଖାସ୍ ଥିଲେ।

ତେବେ ରତନ ଟାଟାଙ୍କ ମୃତ୍ୟୁର ଦୁଇ ସପ୍ତାହ ପରେ ତାଙ୍କ ୱିଲ୍ ପେପର୍ ସାର୍ବଜନୀନ ହୋଇଥିଲା। ଯେଉଁଥିରେ ସେ ତାଙ୍କ ସମ୍ପତ୍ତିର ଭାଗିଦାରୀଙ୍କୁ ଉଲ୍ଲେଖ କରି ଯାଇଛନ୍ତି। ଏହି ପେପରରେ ପରିବାରବର୍ଗଙ୍କ ସହ, ଘରୋଇ କର୍ମଚାରୀ ଏବଂ କାର୍ଯ୍ୟନିର୍ବାହୀ ସହାୟକଙ୍କ ନାଁ ରହିଛି। ଏପରିକି ସେ ତାଙ୍କର ପ୍ରିୟର ପୋଷା କୁକୁର ଟିଟୋର ରକ୍ଷଣାବେକ୍ଷଣା ପାଇଁ ମଧ୍ୟ ବ୍ୟବସ୍ଥା କରିଯାଇଛନ୍ତି। ଅନ୍ୟପଟେ ଟାଟାଙ୍କ ସମ୍ପତ୍ତି ମଧ୍ୟରେ ଆଲିବାଗରେ ଏକ ବିଚ୍ ବଙ୍ଗଳା, ଜୁହୁରେ ଏକ ଦୁଇ ମହଲା କୋଠା, ୩୫୦ କୋଟି ଟଙ୍କାରୁ ଅଧିକ ସ୍ଥାୟୀ ଜମା ଏବଂ ଟାଟା ସନ୍ସର ଶେଆର୍ ରହିଛି। ୱିଲ୍ ପେପରରେ ଟାଟା, ଦତ୍ତଙ୍କୁ ସମ୍ପତ୍ତିର ଜଣେ ଉତ୍ତରାଧିକାରୀ ଭାବରେ ଉଲ୍ଲେଖ କରିଥିଲେ ମଧ୍ୟ ଏହା କେବଳ ହାଇକୋର୍ଟ ଦ୍ୱାରା ପ୍ରମାଣିତ ହେବା ପରେ ବଣ୍ଟନ କରାଯିବ। ଏଥିପାଇଁ ଅତି କମରେ ଛଅ ମାସ ସମୟ ଲାଗିପାରେ।

ଅଧିକ ପଢନ୍ତୁ: କିଏ ସେ ପ୍ରେମିକା, ଯାହା ପାଇଁ ରତନ ପାଲଟିଲେ ଭୀଷ୍ମ ! ଟାଳିଦେଲେ ବିବାହ ବନ୍ଧନ

Ratan Tata
Advertisment
Advertisment