• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବୟସ ସିନା ସାନ, ହେଲେ ବୁଦ୍ଧି ବଡ଼ ଲୋକଙ୍କଠୁ ବି ଅଧିକ । ଛୋଟ ବୟସରେ ସମସ୍ତଙ୍କ ପାଇଁ ସାଜିଛନ୍ତି ଉଦାହରଣ । ଅନ୍ୟଙ୍କୁ ସାହାଯ୍ୟ କରିବା ପାଇଁ ପ୍ରେରଣା ଯୋଗାଇଛନ୍ତି । ସ୍କୁଲ୍‌ରେ ପାଠ ପଢ଼ୁଥିବା ଏକ ବାଳକ ନିଜ ଘରର ମେଡ୍‌ଙ୍କୁ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟରୁ ଜିତିଥିବା ଟଙ୍କାରେ ମୋବାଇଲ୍‌ ଗିଫ୍ଟ କରିଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତାଙ୍କର ଏହି ଛୋଟିଆ ପ୍ରୟାସ ଲୋକଙ୍କ ହୃଦୟ ଜିତିଛି ।

ଘରେ କାମ କରୁଥିବା ମେଡ୍‌ ଘରର ସଦସ୍ୟ ଭଳି । ସେ ନିଜ ଘରେ କମ୍‌ ସମୟ ବିତାଉଥିବା ବେଳେ ପର ଘରେ ଅଧିକ ସମୟ ବିତାଇଥାନ୍ତି । କେବଳ ଘରର କାମ ନୁହେଁ ବରଂ ଘରର ପ୍ରତିଟି ସଦସ୍ୟଙ୍କ ଟିକିନିକି ଯତ୍ନ ନିଅନ୍ତି । ଏହାର ମହତ୍ତ୍ୱକୁ ବୁଝିପାରିଛି ଅଙ୍କିତ । ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଜିତିଥିବା ଟଙ୍କାରେ ସରୋଜାଙ୍କ ପାଇଁ କିଣି ଆଣିଛି ନୂଆ ମୋବାଇଲ୍‌ ଫୋନ୍‌ ।

ଅଙ୍କିତ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ନଗଦ ୭୦୦୦ ଟଙ୍କା ଜିତିଥିଲେ । ସେହି ଟଙ୍କାରେ ନିଜ ପାଇଁ ଖେଳନା ମିଠା କିଣିବା ବଦଳରେ ଘରର ମେଡ୍‌ ସରୋଜାଙ୍କ ପାଇଁ ୨ ହଜାର ଟଙ୍କା ଦେଇ ମୋବାଇଲ୍‌ ଫୋନ୍‌ କିଣିଥିଲେ । ଅଙ୍କିତ ୬ମାସର ହୋଇଥିବା ବେଳୁ ସରୋଜା ତାଙ୍କ ଘରେ ରୋଷେଇ କରି ଆସୁଛନ୍ତି । ଅଙ୍କିତଙ୍କ ଏହି ମହାନତାକୁ ତାଙ୍କ ବାପା ବାଲାଜୀ ନିଜ ଏକ୍ସ ପେଜ୍‌ରେ ସେୟାର କରିଛନ୍ତି ।

ଅଙ୍କିତଙ୍କ ବାପା ଫଟୋ ସେୟାର କରି ଲେଖିଛନ୍ତି ଯେ, ‘ଅଙ୍କିତ ଖେଳରୁ ୭ ହଜାର ଟଙ୍କା ଜିତିଥିଲା । ସେଥିରୁ ସେ ୨ ହଜାର ଟଙ୍କାରେ ଫୋନ୍‌ କିଣି ମେଡ୍‌ଙ୍କୁ ଗିଫ୍ଟ କରିଛି । ଏଥିପାଇଁ ମୁଁ ଆଉ ଅଙ୍କିତର ମାଆ ଗର୍ବିତ’ ।