/odishatv-khabar/media/post_attachments/uploadimage/library/16_9/16_9_0/IMAGE_1703351519.jpg)
Sports Quota
ଆଇଆଇଟିରେ କାର୍ଯ୍ୟକାରୀ ହୋଇପାରେ ସ୍ପୋର୍ଟସ କୋଟା । ଜେଇଇ ମାଧ୍ୟମରେ ଆଇଆଇଟି ଯାଏଁ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ସ୍ପୋର୍ଟସ କୋଟା ରହିବା ସମ୍ଭାବନା ଅଛି। ସ୍ପୋର୍ଟସ କୋଟା ନେଇ ଆଇଆଇଟି କାଉନସିଲ ନୀତିଗତ ନିଷ୍ପତ୍ତି ନେଇଛନ୍ତି ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ, ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ଆୟୋଜିତ ସ୍ୱାସ୍ଥ୍ୟ ଓ କ୍ରୀଡ଼ା ସଂପର୍କିତ ଅନ୍ତର୍ଜାତୀୟ ସମ୍ମିଳନୀର ଉଦଯାପନୀ ସମାରୋହରେ ଯୋଗ ଦେଇ ଏହା କହିଛନ୍ତି ଧର୍ମେନ୍ଦ୍ର ।
Advertisment
ସେ କହିଛନ୍ତି ଯେ, ଜାତୀୟ ଶିକ୍ଷା ନୀତିରେ ୮ଟି ବିଷୟରେ କ୍ରୀଡ଼ା ଓ ଫିଜିକାଲ୍ ଏଜୁକେଶନ ବା ଶାରିରୀକ ଶିକ୍ଷାକୁ ମଧ୍ୟ ପ୍ରାଥମିକତା ଦିଆଯାଇଛି । ଏହାକୁ ଆଉ ଏକ୍ସଟ୍ରା କରିକୁଲାର୍ ନୁହେଁ, ଏକ ବିଧିବଦ୍ଧ ବିଷୟ ଭାବରେ ପିଲାମାନେ ପଢ଼ିବେ ବୋଲି ସେ କହିଛନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)