/odishatv-khabar/media/post_attachments/uploadimage/library/16_9/16_9_0/IMAGE_1703390445.jpg)
Dog won the prize
କୁକୁରକୁ ମିଳିଲା ବେଷ୍ଟ ଜୁରୀ ପୁରସ୍କାର । ସଡକ ସୁରକ୍ଷା ସଚେତନତା ଉପରେ ଆଧାରିତ ଜାତୀୟ କ୍ଷୁଦ୍ର ଚଳଚିତ୍ର ବର୍ଗରେ ପୁରସ୍କାର ପାଇଛି "ବିଶ୍ୱସ୍ତ ସାଥୀ" । ତେବେ ଏହି ଫିଲ୍ମର ଏକ ପ୍ରମୁଖ ଭୂମିକାରେ ରହିଛି ଗୋଟିଏ କୁକୁର । ଆଉ ଏଥିଲାଗି ତାକୁ ମିଳିଛି ବେଷ୍ଟ ଜୁରୀ ପୁରସ୍କାର ସହ ସହ ୧୫ ହଜାର ଟଙ୍କାର ଅର୍ଥରାଶି ।
୨୦୨୩ ସଡକ ସୁରକ୍ଷା ସଚେତନତା ଉପରେ ଆଧାରିତ କ୍ଷୁଦ୍ର ଚଳଚିତ୍ରରେ ବାଲେଶ୍ୱର ୟୁଟ୍ୟୁବର ଗ୍ରୁପ ଭାଗ ନେଇଥିଲେ । ଏହି ଚଳଚିତ୍ରରେ ମୁଖ୍ୟ ଭୂମିକାରେ ପୋଷା କୁକୁର ସେରୁ ସହ ଅଭିନୟ କରିଥିଲେ ସ୍ବାତିକା ପାଢୀ । ଘରେ ହେଲମେଟ୍ ଛାଡି ବଜାରକୁ ବାହାରିଥିବା ସମୟରେ କୁକୁର ସେରୁ ତାର ମାଲିକକୁ ବାରମ୍ବାର ମନେ ପକାଇ ଦେଇଥିଲା ।
ତାପରେ ବି ସେ ହେଲମେଟ୍ ଛାଡି ଚାଲିଯିବା ପରେ ଶେଷରେ କୁକୁରଟି ତାଙ୍କ ପଛରେ ଦୌଡି ଦୌଡି ଯାଇ ହେଲମେଟ୍ ପିନ୍ଧାଇ ଦେଇଥିଲା । ଏଭଳି ସାମାଜିକ ବାର୍ତ୍ତାବହ ଫିଲ୍ମ ପାଇଁ ଏହି ୟୁଟୁବର୍ସଙ୍କୁ ମିଳିଛି ୧ ଲକ୍ଷ ଟଙ୍କା । ମୋଟ ୨୪୭ଟି କ୍ଷୁଦ୍ର ଫିଲ୍ମ ମଧ୍ୟରେ "ବିଶ୍ୱସ୍ତ ସାଥୀ" ସାମିଲ ହୋଇଥିଲା । ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ଅମୃତାଂଶୁ ମହାପାତ୍ର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)