ୟୁକ୍ରେନ୍ ଏବଂ ରୁଷ ମଧ୍ୟରେ ଭୟାବହ ଯୁଦ୍ଧ ଆରମ୍ଭ ହୋଇଥିବା ବେଳେ ଆଜି ରାତିରେ ଏହି ପ୍ରସଙ୍ଗରେ ରୁଷ ରାଷ୍ଟ୍ରପତି ଭ୍ଲାଡମିରି ପୁଟିନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦି।
ୟୁକ୍ରେନ୍-ଋଷିଆ ଯୁଦ୍ଧ ମଧ୍ୟରେ ଭାରତୀୟଙ୍କ ସୁରକ୍ଷା ଚିନ୍ତା ଖାସ୍ କରି ୟୁକ୍ରେନ୍ରେ ରହୁଥିବା ଭାରତୀୟଙ୍କ ଲାଗି ଆଡଭାଇଜରୀ ଜାରି କରିଛି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ। ୟୁକ୍ରେନ ସ୍ଥିତିକୁ ଅନିଶ୍ଚିତତାପୂର୍ଣ୍ଣ କହିବା ସହ ବିବ୍ରତ ନହୋଇ ସୁରକ୍ଷିତ ରହିବାକୁ କୁହାଯାଇଛି।
ଭାରତୀୟଙ୍କ ସହ ଯୋଗାଯୋଗ ଓ ସହାୟତା ଲାଗି ନୂଆଦିଲ୍ଲୀରେ ଥିବା କଣ୍ଟ୍ରୋଲରୁମ୍ର ସଂପ୍ରସାରଣ କରାଯାଇଛି । ଅନ୍ୟପକ୍ଷରେ କାଲି ନୂଆଦିଲ୍ଲୀ ଆସିଥିବା ଏୟାର ଇଣ୍ଡିଆ ଫ୍ଲାଇଟ୍ରେ କିଛି ଓଡିଆ ଛାତ୍ରଛାତ୍ରୀ ଫେରିଥିବାବେଳେ ଅନ୍ୟମାନେ ଉଦ୍ଧାର ଅପେକ୍ଷାରେ ରହିଛନ୍ତି ।
ୟୁକ୍ରେନରେ ରହୁଥିବା ଭାରତୀୟଙ୍କୁ କିଭ୍(Kyiv) ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ପରାମର୍ଶ ଦିଆଯାଇଛି। ‘ୟୁକ୍ରେନରେ ବର୍ତ୍ତମାନର ପରିସ୍ଥିତି ଅତ୍ୟନ୍ତ ଅନିଶ୍ଚିତତାପୂର୍ଣ୍ଣ ରହିଛି। ଦୟାକରି ଆପଣମାନେ ଶାନ୍ତ ଏବଂ ସୁରକ୍ଷିତ ଜାଗାରେ ରୁହନ୍ତୁ।
ୟୁକ୍ରେନରେ ରହୁଥିବା ଭାରତୀୟଙ୍କୁ କିଭ୍(Kyiv) ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଭାରତୀୟଙ୍କୁ ପରାମର୍ଶ ଦିଆଯାଇଛି। ଯିଏ ଯେଉଁଠି ଅଛ, ସେଇଠି ରହିବାକୁ କୁହାଯାଇଛି।
ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଘନଘଟା ମଧ୍ୟରେ ୨୦ ହଜାରରୁ ଅଧିକ ଭାରତୀୟ ୟୁକ୍ରେନରେ ଅଛନ୍ତି। ୟୁକ୍ରେନ ନୋ ଫ୍ଲାଇଂ ଜୋନ୍ ଘୋଷଣା କରିଥିବାରୁ ଭାରତୀୟ ବିମାନ ଅଧାରୁ ଦିଲ୍ଲୀ ଫେରି ଆସିଥିବା ସୂଚନା ମିଳିଛି।
କେନ୍ଦ୍ର ସରକାରଙ୍କ ସଲିସିଟର ଜେନେରାଲ ତୁସାର ମେହଟ୍ଟା ମଙ୍ଗଳବାର ସୁପ୍ରିମକୋର୍ଟରେ ଦର୍ଶାଇଛନ୍ତି ଯେ, ଦେଶରେ ବର୍ତ୍ତମାନ ମୋଟ ୬୭ ହଜାର କୋଟି ଟଙ୍କାର ଅର୍ଥ ତୋଷାରପାତ ମାମଲା ପଡ଼ିରହିଛି ।
ଅଣ୍ଡରୱାଲ୍ଡଙ୍କ ସହ ବେଆଇନ୍ ଜମି କିଣାବିକା ମାମଲାରେ ନୱାବଙ୍କ ସମ୍ପୃକ୍ତିଥିବା ପ୍ରମାଣ ପାଇବା ପରେ ଇଡି ଆଜି ତାଙ୍କୁ ଆଜି ଗିରଫ କରିଛି।
ଅନେକ ଗଣମାଧ୍ୟମରେ ପ୍ରସାରିତ ହେବାପରେ ତାଙ୍କ ସୁନ୍ଦରତାକୁ ଅନେକ ଦର୍ଶକ ପସନ୍ଦ କରିଥିଲେ।
ରୁଷିଆ-ୟୁକ୍ରେନ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ପେଟ୍ରୋଲ/ଡିଜେଲ ସହ ଜାଳେଣି ଗ୍ୟାସ୍ ଦାମ୍ ମଧ୍ୟ ବଢ଼ିବା ନେଇ ଆଶଙ୍କା କରାଯାଉଛି। ପେଟ୍ରୋଲ/ଡିଜେଲ ଦର ଲିଟର ପ୍ରତି ୭ରୁ ୮ ଟଙ୍କା ବଢ଼ିବା ନେଇ ଆଶଙ୍କା କରାଯାଉଛି।
ଉତ୍ତରପ୍ରଦେଶ ନିର୍ବାଚନ ବେଳେ ହଳଦିଆ ଶାଢ଼ି ପିନ୍ଧିଥିବା ପୋଲିଂ ଅଧିକାରୀଙ୍କ କଥା ଆପଣଙ୍କୁ ମନେ ଥିବ। ସୋସିଆଲ୍ ମିଡିଆରେ ବେଶ ଭାଇରାଲ୍ ହୋଇଥିଲା ସେହି ହଳିଦିଆ ଶାଢ଼ି ପିନ୍ଧିଥିବା ମହିଳା ଅଧିକାରୀଙ୍କ ଫଟୋ। ଏବେ ପୁଣି ଥରେ ସେହି ଅଧିକାରୀ ଚର୍ଚ୍ଚାକୁ ଆସିଛନ୍ତି।
ବିଶିଷ୍ଟ ଶିଳ୍ପପତି ଅନୀଲ ଅମ୍ବାନୀଙ୍କ ଘରେ ବାଜିଲା ଶାହାନାଇ। ଅନୀଲ ଅମ୍ବାନୀଙ୍କ ବଡ଼ ପୁଅ ଅନମୋଲ ଅମ୍ବାନୀଙ୍କ ବିବାହ ଯୁବ ଉଦ୍ୟୋଗୀ କୃଶା ଶାହଙ୍କ ସହ ହୋଇଛି। ଗତ ବର୍ଷ ଅନମୋଲ ଓ କୃଷାଙ୍କ ଏନ୍ଗେଜ୍ମେଣ୍ଟ ସରିଥିବା ବେଳେ ଗତକାଲି ବିବାହ ସମ୍ପନ୍ନ ହୋଇଛି। ବିବାହ ବେଳର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି।
ଆପଣ ୧୫ ହଜାରରୁ ଅଧିକ ଟଙ୍କା ଦରମା ପାଉଛନ୍ତି। ଯଦି ହଁ, ତାହେଲେ ଆପଣଙ୍କ ପାଇଁ ଆସୁଛି ଏହି ଖୁସି ଖବର। ଆଉ କେଇଟା ଦିନ ଭିତରେ ଇପିଏଫଓ ଆଣୁଛୁ ନୂଆ ପେନସନ୍ ସ୍କିମ୍। ୧୫ ହଜାରରୁ ଅଧିକ ଦରମା ପାଉଥିବା ଲକ୍ଷ ଲକ୍ଷ କର୍ମଚାରୀ ହେବେ ଉପକୃତ...
ହିଜାବ ଝଡ଼ ପରେ ଏବେ ବଜରଙ୍ଗ ଦଳ କର୍ମୀଙ୍କୁ ହତ୍ୟାକୁ ନେଇ କର୍ଣ୍ଣାଟକରେ ବଢ଼ୁଛି ଟେନସନ୍ । ଶିବମୋଗାରେ ଉତ୍ତେଜନା ପରେ ସବୁଠି କଡ଼ା ସୁରକ୍ଷା ବ୍ୟବସ୍ଥା । ଶୂନଶାନ୍ ରାସ୍ତାଘାଟ ।
ଅନୀଲ ଅମ୍ବାନୀଙ୍କ ବଡ଼ ପୁଅ ଅନମୋଲ ଅମ୍ବାନୀଙ୍କ ବିବାହ ଯୁବ ଉଦ୍ୟୋଗୀ କୃଶା ଶାହଙ୍କ ସହ ହୋଇଛି। ଅନୀଲ ଅମ୍ବାନୀଙ୍କ ମୁମ୍ବାଇ ବାସଭବନରେ ୨ ଦିନ ଧରି ଗ୍ରାଣ୍ଡ୍ ପାର୍ଟିର ଆୟୋଜନ ହୋଇଥିଲା।
ନିଜ ଷ୍ଟାଇଲ୍ ଓ ହଳଦିଆ ଶାଢ଼ୀଙ୍କୁ ନେଇ ଚର୍ଚ୍ଚାକୁ ଆସିଥିଲେ।
ୟୁକ୍ରେନରେ ସ୍ଥିତି ବିଗିଡ଼ିବା ପରେ ଦେଶ ଛାଡ଼ୁଛନ୍ତି ପ୍ରବାସୀ। ୟୁକ୍ରେନ୍ରେ ଥିବା ୨୪୨ ଜଣ ଭାରତୀୟ ସ୍ୱଦେଶ ଫେରିଛନ୍ତି। ଏମାନଙ୍କ ମଧ୍ୟରେ ଅଧିକାଂଶ ଡାକ୍ତରୀ ଛାତ୍ରଛାତ୍ରୀ ଅଛନ୍ତି।
ପରମବୀର ସିଂ ବନାମ ମହାରାଷ୍ଟ୍ର ସରକାର ଲଢ଼େଇରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ପରମବୀର ସିଂଙ୍କ ବିରୋଧରେ ଥିବା ସମସ୍ତ ମାମଲାର ତଦନ୍ତ ଭାର ସିବିଆଇ ହାତକୁ ଯିବ କି ନାହିଁ, ସେନେଇ ଆସନ୍ତା ୯ ତାରିଖରେ ଅନ୍ତିମ ଶୁଣାଣି କରିବେ ।
ବଢିବାରେ ଲାଗିଛି ୟୁକ୍ରେନ୍ ବିବାଦ। ଆମେରିକା ଓ ଏହାର ସହଯୋଗୀଙ୍କୁ ଚେକ୍ମେଟ୍ ଦେବା ଲାଗି ଋଷ୍ ରାଷ୍ଟ୍ରପତିଙ୍କ ନୂଆ ଷ୍ଟ୍ରାଟେଜି ୟୁକ୍ରେନର ଦୁଇ ବିଦ୍ରୋହୀ ପ୍ରଦେଶକୁ ସ୍ୱାଧୀନ ରାଷ୍ଟ୍ରର ମାନ୍ୟତା ଦେଇଛି। ପୁତିନ ଏଥିସହିତ ଏହି ଅଞ୍ଚଳକୁ ସେନା ପଠାଇଛନ୍ତି।
ଆଜି ପୁଣି ୫୦ ହଜାର ମେଟ୍ରିକ ଟନ୍ ଗହମ ଆଫଗାନିସ୍ତାନକୁ ପଠାଇଛି ଭାରତ । ଏହା ପାକିସ୍ତାନ ଦେଇ ଆଫଗାନିସ୍ତାନକୁ ଯିବ ।
ହିମାଚଳ ପ୍ରଦେଶର ଉନ୍ନା ଜିଲ୍ଲାରେ ଏକ ବଡ ବିସ୍ଫୋରଣର ଖବର ଆସିଛି । ଉନ୍ନା ଜିଲ୍ଲାର ତାହଲିୱାଲ ସ୍ଥିତ କାରଖାନାରେ ଏହି ବିସ୍ଫୋରଣରେ ଘଟିଛି ।
ବାହାଘରରୁ ଫେରୁଥିବା ବେଳେ ଖାଇକୁ ଖସି ପଡ଼ିଲା ବସ୍, ୧୪ ଜଣଙ୍କ ଜୀବନ ଗଲା ।
ପଞ୍ଜାବରେ ବିଧାନସଭା ନିର୍ବାଚନ ପୂର୍ବରୁ ରାମ ରହିମ ୨୧ ଦିନିଆ furloughରେ ଅଛନ୍ତି । ନିର୍ବାଚନ ପୂର୍ବରୁ ମିଳିଥିବା furlough ପାଇଁ ବିରୋଧୀ ଦଳ ପ୍ରଶ୍ନ ଉଠାଇ ହରିୟାଣା ସରକାରଙ୍କୁ ଘେରି ରହିଥିଲେ ।
ପ୍ରିୟ ଶିକ୍ଷୟିତ୍ରୀଙ୍କ ଉଦ୍ଦେଶ୍ୟରେ ଗୀତ ଗାଇ ଭାବୁକପୂର୍ଣ୍ଣ ବିଦାୟ ଦେଲେ ଛାତ୍ରଛାତ୍ରୀ । ଗୁରୁଶିଷ୍ୟ ପରମ୍ପରାର ମଧୁର ଚିତ୍ର ଯିଏ ଦେଖୁଛି, ତା ଆଖିକୁ ଲୁହ ଆସିଯାଉଛି ।
କଳା ଆୟରୁ ହେଉଛି କଳା ସାମ୍ରାଜ୍ୟର ବିସ୍ତାର। ବିଭିନ୍ନ ସ୍ଥାନରେ ନିବେଶ ସହ ବିଦେଶରେ କିଣୁଛି ସଂପତ୍ତି। ବିଶେଷ କରି ୱାଲେଟ୍ ଜରିଆରେ କଳା ଟଙ୍କାକୁ ଏପଟ ସେପଟ କରୁଛି ଭାରତର ମୋଷ୍ଟ ୱାଣ୍ଟେଡ ଅପରାଧୀ ଦାଉଦ୍ ଇବ୍ରାହିମ। ଆରବ ଦେଶରେ ଟ୍ରାଞ୍ଜାକସନ କରି ରିଅଲ ଇଷ୍ଟେଟ୍ ପ୍ରପର୍ଟି କିଣୁଥିବା ନଜରକୁ ଆସିଛି...