Advertisment

ଇପିଏଫଓ ଆଣିବାକୁ ଯାଉଛି ନୂଆ ପେନସନ୍‌ ସ୍କିମ୍... ଜାଣନ୍ତୁ କେଉଁ କର୍ମଚାରୀ ହେବେ ଉପକୃତ?

ଆପଣ ୧୫ ହଜାରରୁ ଅଧିକ ଟଙ୍କା ଦରମା ପାଉଛନ୍ତି। ଯଦି ହଁ, ତାହେଲେ ଆପଣଙ୍କ ପାଇଁ ଆସୁଛି ଏହି ଖୁସି ଖବର। ଆଉ କେଇଟା ଦିନ ଭିତରେ ଇପିଏଫଓ ଆଣୁଛୁ ନୂଆ ପେନସନ୍‌ ସ୍କିମ୍। ୧୫ ହଜାରରୁ ଅଧିକ ଦରମା ପାଉଥିବା ଲକ୍ଷ ଲକ୍ଷ କର୍ମଚାରୀ ହେବେ ଉପକୃତ...

author-image
Prangyan Parimita
ଅଦ୍ୟତନ ହୋଇଛି
epfo

epfo

ଇପିଏଫ୍‌ଓ ଆଣିବ ନୂଆ ପେନ୍‌ସନ୍‌ ସ୍କିମ୍। ୧୫ ହଜାରରୁ ଅଧିକ ଦରମା ପାଉଥିବା କର୍ମଚାରୀ ହେବେ ଉପକୃତ। ସଙ୍ଗଠିତ କ୍ଷେତ୍ର କର୍ମଚାରୀଙ୍କ ଲାଗି ନୂଆ ପେନସନ ଆଣିବା ଲାଗି ଯୋଜନା କରୁଛି କର୍ମଚାରି ଭବିଷ୍ୟନିଧି ପାଣ୍ଠି ସଙ୍ଗଠନ ଇପିଏଫ୍‌ଓ। ୧୫ ହଜାର ଟଙ୍କାରୁ ଅଧିକ ବେତନ ପାଉଥିବା ଏବଂ ବାଧ୍ୟତାମୂଳକ ଭାବେ କର୍ମଚାରି ପେନସନ ସ୍କିମ ୧୯୯୫ ପରିସରରେ ଆସୁ ନ ଥିବା କର୍ମଚାରିଙ୍କ ଲାଗି ଏହା କାର୍ଯ୍ୟକାରି କରାଯିବାକୁ ବିଚାର କରାଯାଉଛି।

Advertisment

ଇପିଏଫଓ ସଦସ୍ୟଙ୍କ ଦ୍ୱାରା ଅଧିକ ପେନସନ ନେବା ଲାଗି ଚାହିଦା ବଢ଼ୁଛି। ଏହାକୁ ବିଚାର କରି ଏକ ନୂଆ ପେନସନ ପ୍ରଡକ୍ଟ ଆଣିବା ଦିଗରେ ଏବେ ବିଚାର ବିମର୍ଷ ଜାରି ରହିଛି। ସାଧାରଣ ହାରାହାରି ବେତନ ୧୫ ହଜାର ଟଙ୍କାରୁ ଉର୍ଦ୍ଧ ରହିଥିବା ବ୍ୟକ୍ତି ବିଶେଷଙ୍କ କ୍ଷେତ୍ରରେ ଏହା ଲାଗୁ ହୋଇ ପାରିବ ବୋଲୁ ଅନୁମାନ କରାଯାଉଛି।

ଏମିତି ଯୁଗାନ୍ତକାରୀ ପ୍ରସ୍ତାବ ଇପିଏଫ୍‌ଓର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣକାରୀ ସଂସ୍ଥା କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ବୈଠକରେ ଆଲୋଚନା ପାଇଁ ଉପସ୍ଥାପନ କରାଯିବ। ମାର୍ଚ୍ଚ ୧୧ ଓ ୧୨ ତାରିଖରେ ଗୌହାଟିରେ ବସୁଥିବା ବୈଠକରେ ଇପିଏଫ୍‌ଓ ଗଠନ କରିଥିବା ପେନସନ ସଂକ୍ରାନ୍ତ ଏକ ଉପ କମିଟି ମଧ୍ୟ ଏହାର ରିପୋର୍ଟ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି।

Advertisment

ଏବେ ୧୫ ହଜାର ଟଙ୍କାରୁ ଉର୍ଦ୍ଧ ବେତନ ଲାଭ କରୁଥିବା ଇପିଏଫ୍‌ଓ ହିତାଧିକାରିମାନେ ଇପିଏସ୍‌-୯୫ ଆଧାରରେ ୮.୩୩% ହାରରେ ଯୋଗଦାନ ରଖୁଛନ୍ତି। ଫଳରେ ଯୋଗଦାନ କମ ଥିବାରୁ ପେନସନ ମଧ୍ୟ କମ ମିଳୁଛି। ୨୦୧୪ ମସିହାରେ ଇପିଏଫ୍‌ଓ ଏହାର ସ୍କିମରେ ପରିବର୍ତ୍ତନ କରିବା ସହ ମାସିକ ପେନସନ ଲାଭ ପାଇଁ ହାରାହାରି ବେତନ ୧୫ ହଜାର ଟଙ୍କା କରିଥିଲା।

ଚାକିରିରେ ଯୋଗ ଦେବା ସମୟରେ କେବଳ ଏହି ସୀମା ଲାଗୁ ହୋଇଥାଏ। ୨୦୧୪ ସେପ୍ଟେମ୍ବର ପହିଲାରୁ ଏହାକୁ ୬,୫୦୦ ଟଙ୍କାରୁ ପରିବର୍ତ୍ତନ କରାଯାଇ ସୀମାରେ ବୃଦ୍ଧି କରାଯାଇଥିଲା। ଦରଦାମ ଏବଂ ସଙ୍ଗଠିତ କ୍ଷେତ୍ରର ପେ ରିଭିଜନ ଭଳି ବିଭିନ୍ନ ଦିଗକୁ ବିଚାର କରି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିଲା। ବେସିକ ୱେଜର ସୀମାକୁ ୨୫ ହଜାର ଟଙ୍କାକୁ ବୃଦ୍ଧି କରିବା ଲାଗି ପରେ ପ୍ରସ୍ତାବ ଦିଆଯାଇଥିଲା। ମାତ୍ର ଏହି ପ୍ରସ୍ତାବକୁ ମଞ୍ଜୁରି ମିଳି ପାରି ନ ଥିଲା।

ପେନସନ ଲାଭ କରିବା ଲାଗି ବେତନର ସୀମାକୁ ତ୍ୱରିତ ଭିତ୍ତିରେ ବୃଦ୍ଧି କରିବା ଲାଗି ଏବେ ଇପିଏଫ୍‌ଓ କୌଣସି କାର୍ଯ୍ୟକ୍ରମ ଗ୍ରହଣ କରିବ ନାହିଁ। ମାତ୍ର ଉଚ୍ଚ ବେତନ ଲାଭ କରୁଥିବାରୁ ଇପିଏସ୍‌-୯୫ରୁ ବାଦ ପଡୁଥିବା କର୍ମଚାରୀଙ୍କୁ ସୁବିଧାକୁ ଧ୍ୟାନରେ ରଖିବାକୁ ଏଭଳି ପଦକ୍ଷେପ ଗ୍ରହଣ କରାଯିବ ବୋଲି କୁହାଯାଉଛି।

ବର୍ତ୍ତମାନ ସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରିଙ୍କ ବେସିକ ପେ ସହ ମହଙ୍ଗା ଭତ୍ତା ଚାକିରିରେ ଯୋଗ ଦେବା ସମୟରେ ୧୫ ହଜାର ଟଙ୍କା ଯାଏ ହୋଇଥିଲେ ଇପିଏସ୍‌-୯୫ ଅଧିନରେ ଆସିବାର ନିୟମ ରହିଛି। ଯାହାକୁ ବିଚାର କରି ନୂଆ ପେନ୍‌ସନ୍‌ ସ୍କିମ୍ ଆଣିବାକୁ ଯାଉଛି ଇପିଏଫ୍‌ଓ।

New Pension Scheme
Advertisment
Advertisment