Advertisment

ତେଲ ଦରରେ ଲାଗିବ ନିଆଁ ! ପୁଣି ବଢ଼ିପାରେ ପେଟ୍ରୋଲ ଓ ଡିଜେଲ ଦର

ରୁଷିଆ-ୟୁକ୍ରେନ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ପେଟ୍ରୋଲ/ଡିଜେଲ ସହ ଜାଳେଣି ଗ୍ୟାସ୍ ଦାମ୍ ମଧ୍ୟ ବଢ଼ିବା ନେଇ ଆଶଙ୍କା କରାଯାଉଛି। ପେଟ୍ରୋଲ/ଡିଜେଲ ଦର ଲିଟର ପ୍ରତି ୭ରୁ ୮ ଟଙ୍କା ବଢ଼ିବା ନେଇ ଆଶଙ୍କା କରାଯାଉଛି।

author-image
Rajalaxmi Sahoo
Petrol And Diesel Price May Hike

Petrol And Diesel Price May Hike

ଘନଉଛି ୟୁକ୍ରେନ୍ ସଙ୍କଟ। ୟୁକ୍ରେନ ସୀମାରୁ ମାତ୍ର ୨୦ କିଲୋମିଟର ଦୂରରେ ରୁଷିଆର ସେନା ଅସ୍ତ୍ରଶସ୍ତ୍ର, ଟ୍ୟାଙ୍କ, ଯୁଦ୍ଧ ବିମାନ ସହିତ ବେଲାରୁଷ ଓ ପଶ୍ଚିମ ରୁଷିଆ ସୀମାରେ ରହିଛନ୍ତି। ସାଟେଲାଇଟ୍ ଚିତ୍ରରୁ ଏହା ଜଣାପଡ଼ିଛି। ରୁଷିଆ-ୟୁକ୍ରେନ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ଏକ ବଡ଼ ଖବର ସାମ୍ନାକୁ ଆସିଛି।ପେଟ୍ରୋଲ/ଡିଜେଲ ସହ ଜାଳେଣି ଗ୍ୟାସ୍ ଦାମ୍ ମଧ୍ୟ ବଢ଼ିବା ନେଇ ଆଶଙ୍କା କରାଯାଉଛି।

Advertisment

ରୁଷିଆ ବିଶ୍ୱର ଏକ ଅଗ୍ରଣୀ ଅଶୋଧିତ ତୈଳ ଉତ୍ପାଦନକାରୀ ରାଷ୍ଟ୍ର ହୋଇଥିବାରୁ ବିଶ୍ୱବ୍ୟାପୀ ଏହାର ପ୍ରଭାବ ପଡ଼ିପାରେ। ତେଣୁ ଭାରତରେ ମଧ୍ୟ ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ହେବାର ଆଶଙ୍କା ରହିଛି। ପେଟ୍ରୋଲ/ଡିଜେଲ ଦର ଲିଟର ପ୍ରତି ୭ରୁ ୮ ଟଙ୍କା ବଢ଼ିବା ନେଇ ଆଶଙ୍କା କରାଯାଉଛି। ରୁଷିଆ-ୟୁକ୍ରେନ ବିବାଦ ଯୋଗୁ ଅଶୋଧିତ ତୈଳ ବ୍ୟାରେଲ୍ ପିଛା ୧୦୦ ଡଲାର ପାଖାପାଖି ପହଞ୍ଚିଛି। 

ସେହିପରି CNG,PNG ଏବଂ ବିଦ୍ୟୁତ୍‌ ଦର ମଧ୍ୟ ବହୁ ଗୁଣା ବଢ଼ିପାରେ। ରୁଷିଆ ଓ ୟୁକ୍ରେନ ମିଳିତ ଭାବେ ବିଶ୍ୱ ବଜାରକୁ ସିଂହଭାଗ ଗହମ ରପ୍ତାନୀ କରୁଥିବାରୁ ଭାରତରେ ମଧ୍ୟ ଗହମ ଦର ବଢ଼ିପାରେ। ସେହିପରି ରୁଷିଆ ବିଶ୍ୱରେ ପାଲାଡିୟମ ମେଟାଲର ସର୍ବବୃହତ ରପ୍ତାନକାରୀ ରାଷ୍ଟ୍ର। ମୋବାଇଲରେ ଏହି ମେଟାଲ ବ୍ୟବହାର ହେଉଥିବାରୁ ମୋବାଇଲ ଦାମ୍‌ ମଧ୍ୟ ମହଙ୍ଗା ହୋଇପାରେ।

Advertisment
Russia-Ukraine Conflict Petrol-Diesel Price Ukraine Crisis Russia Ukraine Crisis
Advertisment
Advertisment