Advertisment

ଭାରତୀୟ ଦୂତାବାସ ପକ୍ଷରୁ ସହାୟତା ନମ୍ବର ଜାରି

ୟୁକ୍ରେନରେ ରହୁଥିବା ଭାରତୀୟଙ୍କୁ କିଭ୍(Kyiv) ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ପରାମର୍ଶ ଦିଆଯାଇଛି। ‘ୟୁକ୍ରେନରେ ବର୍ତ୍ତମାନର ପରିସ୍ଥିତି ଅତ୍ୟନ୍ତ ଅନିଶ୍ଚିତତାପୂର୍ଣ୍ଣ ରହିଛି। ଦୟାକରି ଆପଣମାନେ ଶାନ୍ତ ଏବଂ ସୁରକ୍ଷିତ ଜାଗାରେ ରୁହନ୍ତୁ।

author-image
Otv Khabar Bureau
ଅଦ୍ୟତନ ହୋଇଛି
ukrain seeks help

ukrain seeks help

ନୂଆଦିଲ୍ଲୀ ସ୍ଥିତ ୟୁକ୍ରେନ୍ ଦୂତାବାସ ପକ୍ଷରୁ ସହାୟତା ଲୋଡ଼ାଗଲା । ସାଂପ୍ରତିକ ସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ କହିଲା ୟୁକ୍ରେନ୍। ୟୁକ୍ରେନ୍‌ରେ ଫସିଥିବା ଭାରତୀୟଙ୍କ ପାଇଁ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି । ଭାରତୀୟ ଦୂତାବାସ ପକ୍ଷରୁ ସହାୟତା ନମ୍ବର ଜାରି ହୋଇଛି । ୟୁକ୍ରେନ୍ ପକ୍ଷରୁ ନିର୍ଦ୍ଧାରିତ ଫ୍ଲାଇଟ୍ ବାତିଲ ହୋଇଥିବାରୁ ଉଦ୍ଧାର ପାଇଁ ଭାରତ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି । ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଆଣିବା ପାଇଁ କିଭ୍‌ ଯାଉଥିବା ଏୟାର ଇଣ୍ଡିଆର ଗୋଟିଏ ବିମାନ ଅଧାରୁ ଦିଲ୍ଲୀ ଫେରି ଆସିଛି। ଆଜି ସକାଳୁ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ଦିଲ୍ଲୀରୁ ୟୁକ୍ରେନ ଅଭିମୁଖେ ଉଡ଼ାଣ ଭରିଥିଲେ। ବିମାନଟି ଅଧା ବାଟରେ ଥିବା ବେଳେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲେ।

Advertisment

ଏହାପରେ ମସ୍କୋର ସୈନ୍ୟମାନେ କିଭ୍‌ ଉପରେ ହମଲା ମଧ୍ୟ ଆରମ୍ଭ କରିଦେଇଥିଲେ। ଏହି କାରଣରୁ ୟୁକ୍ରେନ ତା’ର ବାୟୁସୀମାକୁ ବନ୍ଦ କରି ଦେଇଛି। ଏପରି ସୂଚନା ଏୟାର ଇଣ୍ଡିଆ ବିମାନକୁ ମଝି ଆକାଶରେ ମିଳିଥିଲା। ଫଳରେ ବିମାନଟି ୟୁକ୍ରେନ ଯିବା ବଦଳରେ ପୁଣି ଦିଲ୍ଲୀକୁ ଫେରି ଆସିଛି। ବିମାନ ଉଡ଼ାଣ ୟୁକ୍ରେନ ବନ୍ଦ କରି ଦେଇଥିବାରୁ ସେଠାରେ ଫସି ରହିଥିବା ଭାରତୀୟମାନେ ସମସ୍ୟାରେ ପଡ଼ିଛନ୍ତି। ସେମାନେ କେମିତି ସ୍ୱଦେଶ ଫେରିବେ, ତା’କୁ ନେଇ ଚିନ୍ତାରେ ରହିଛନ୍ତି।

Advertisment

ଏଭଳି ସ୍ଥିତିରେ ୟୁକ୍ରେନରେ ରହୁଥିବା ଭାରତୀୟଙ୍କୁ କିଭ୍(Kyiv) ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ପରାମର୍ଶ ଦିଆଯାଇଛି। ‘ୟୁକ୍ରେନରେ ବର୍ତ୍ତମାନର ପରିସ୍ଥିତି ଅତ୍ୟନ୍ତ ଅନିଶ୍ଚିତତାପୂର୍ଣ୍ଣ ରହିଛି। ଦୟାକରି ଆପଣମାନେ ଶାନ୍ତ ଏବଂ ସୁରକ୍ଷିତ ଜାଗାରେ ରୁହନ୍ତୁ। ଘର, ହଷ୍ଟେଲ, ଅସ୍ଥାୟୀ ଶିବିର... ଯିଏ ଯେଉଁଠି ଅଛ, ସେଇଠି ରୁହ। କିଭ୍ ଅଭିମୁଖେ ଆସୁଥିବା ଲୋକ ନିଜ ନିଜ ସହରକୁ ଫେରିଯାଆନ୍ତୁ। ଅପେକ୍ଷାକୃତ ସୁରକ୍ଷିତ ଜାଗାକୁ ଚାଲି ଯିବାକୁ’ ଦୂତାବାସ ପକ୍ଷରୁ ପରାମର୍ଶ ଦିଆଯାଇଛି। ୟୁକ୍ରେନରେ ରହୁଥିବା ଭାରତୀୟ ଛାତ୍ର ଓ ଅନ୍ୟ ଭାରତୀୟଙ୍କୁ ଦୂତାବାସ ପକ୍ଷରୁ ଏହି ପରାମର୍ଶ ଜାରି କରାଯାଇଛି। କାରଣ କିଭ୍‌ ସମେତ ଅନ୍ୟ ସହରକୁ ଋଷିଆ ଟାର୍ଗେଟ୍‌ କରିଛି।

ସୂଚନାଥାଉ କି, ଗତକାଲି କିଛି ଭାରତୀୟ ସ୍ୱଦେଶ ଫେରି ଥିବାବେଳେ ଆଜି ସକାଳ ୭ଟା ୪୫ ମିନିଟ୍‌ରେ ୧୮୨ ଜଣ ଭାରତୀୟ ସୁରକ୍ଷିତ ଭାବେ Indira Gandhi International Airportରେ ପହଞ୍ଚିଛନ୍ତି। ସେମାନଙ୍କ ମଧ୍ୟରେ ଅଧିକାଂଶ ଛାତ୍ରଛାତ୍ରୀ ଅଛନ୍ତି। ତେବେ ୨୦ ହଜାରରୁ ଅଧିକ ଭାରତୀୟ ଏବେବି ୟୁକ୍ରେନରେ ଫସି ଥିବା ସୂଚନା ମିଳିଛି। ଯୁଦ୍ଧ ଘନଘଟା ମଧ୍ୟରେ ଭୟଭୀତ ଅବସ୍ଥାରେ ସେମାନେ ଥିବା ଜଣାପଡ଼ିଛି।

ଭାରତୀୟଙ୍କୁ ଫେରାଇ ଆଣିବା ଲାଗି ଏୟାର ଇଣ୍ଡିଆ ବିମାନ କିଭ୍‌ରେ ଅବତରଣ କରିଥାନ୍ତା, ହେଲେ ଅଧା ବାଟରୁ ବିମାନ ଦିଲ୍ଲୀ ଫେରି ଆସିଥିଲା। କମର୍ସିଆଲ୍‌ ଫ୍ଲାଇଟ୍‌ ପାଇଁ ୟୁକ୍ରେନ ଏହାର ଏୟାର ସ୍ପେସ୍ ବନ୍ଦ କରିଥିବାରୁ ଏୟାର ଇଣ୍ଡିଆ ବିମାନଙ୍କୁ ଅଧା ବାଟରୁ ଫେରି ଆସିବାକୁ ପଡ଼ିଥିଲା।

UkraineRussiaWar RussiaUkraineCrisis
Advertisment
Advertisment