ବିଶିଷ୍ଟ ଶିଳ୍ପପତି ଅନୀଲ ଅମ୍ବାନୀଙ୍କ ଘରେ ବାଜିଲା ଶାହାନାଇ। ଅନୀଲ ଅମ୍ବାନୀଙ୍କ ବଡ଼ ପୁଅ ଅନମୋଲ ଅମ୍ବାନୀଙ୍କ ବିବାହ ଯୁବ ଉଦ୍ୟୋଗୀ କୃଶା ଶାହଙ୍କ ସହ ହୋଇଛି। ଗତ ବର୍ଷ ଅନମୋଲ ଓ କୃଷାଙ୍କ ଏନ୍ଗେଜ୍ମେଣ୍ଟ ସରିଥିବା ବେଳେ ଗତକାଲି ବିବାହ ସମ୍ପନ୍ନ ହୋଇଛି। ବିବାହ ବେଳର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି।
ଅନୀଲ ଅମ୍ବାନୀଙ୍କ ମୁମ୍ବାଇ ବାସଭବନରେ ୨ ଦିନ ଧରି ଗ୍ରାଣ୍ଡ୍ ପାର୍ଟିର ଆୟୋଜନ ହୋଇଥିଲା। ଏଥିରେ ବିଗ୍ ବି ଅମିତାଭ ବଚ୍ଚନଙ୍କ ପୁରା ପରିବାର ସାମିଲ ହୋଇଥିଲେ। ଅମିତାଭଙ୍କ ସମେତ ଜୟା, ଅଭିଷେକ, ଐଶ୍ୱର୍ଯ୍ୟାଙ୍କ ସମେତ କପୁର ପରିବାରର ଅନେକ ସଦସ୍ୟ, କିଛି ବରିଷ୍ଠ ଅଭିନେତା ଓ ରାଜନେତା ଏହି ଗ୍ରାଣ୍ଡ୍ ପାର୍ଟିରେ ସାମିଲ ହୋଇଥିଲେ।
ବିବାହରେ ଅନମୋଲ ଲାଇଟ୍ ଗ୍ରେ ରଙ୍ଗର ଶେରୱାନି ପିନ୍ଧି ଥିବାବେଳେ କୃଶା ଲାଲ୍ ଓ ସିଲ୍ଭର୍ ରଙ୍ଗର ଲେହେଙ୍ଗାରେ ବେଶ୍ ସୁନ୍ଦର ଲାଗୁଥିଲେ।