• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆଫଗାନିସ୍ତାନକୁ ପୁଣି ଗହମ ପଠାଇଲା ଭାରତ । ତାଲିବାନର କ୍ଷମତା ଦଖଲ ପରେ ଆଫଗାନିସ୍ତାନରେ ଉତ୍କଟ ଖାଦ୍ୟ ସଂକଟ ଦେଖାଦେଇଛି । ଏଭଳି ସ୍ଥିତିରେ ଭାରତ ଖାଦ୍ୟ ଓ ଔଷଧ ଯୋଗାଇ ସହାୟତାର ହାତ ବଢାଇ ଆସୁଛି । ଆଜି ପୁଣି ୫୦ ହଜାର ମେଟ୍ରିକ ଟନ୍ ଗହମ ଆଫଗାନିସ୍ତାନକୁ ପଠାଇଛି ଭାରତ । ଏହା ପାକିସ୍ତାନ ଦେଇ ଆଫଗାନିସ୍ତାନକୁ ଯିବ । ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରିଙ୍ଗଲା ପତାକା ଦେଖାଇ ଏହି ଗହମ ପ୍ରେରଣର ଶୁଭାରମ୍ଭ କରିଛନ୍ତି ।

ଆଫ୍‌ଗାନିସ୍ତାନରେ ତାଲିବାନୀ ଶାସନ ଚାଲିଥିବା ବେଳେ ସେଠାରେ ଦେଖାଦେଇଛି ଖାଦ୍ୟ ସଙ୍କଟ । ଏହି ସଙ୍କଟ ଦୂର କରିବା ପାଇଁ ଭାରତ ପକ୍ଷରୁ ସହଯୋଗ କରାଯାଉଥିବା ବେଳେ ସେଥିରେ ପାକିସ୍ତାନ କେଁ ପୁରାଇବ ବୋଲି ଆଶଙ୍କା କରାଯାଉଛି । କାରଣ ପାକିସ୍ତାନରେ ସମାନ ସ୍ଥିତି । ଲୋକମାନେ ଭୋକ ଉପାସରେ ରହୁଥିବା ଅନେକ ସର୍ଭେରୁ ଜଣାପଡ଼ିଛି ।

ଆଫଗାନିସ୍ତାନରେ ସାଧାରଣ ଲୋକ ଭୋକରେ ଆଉଟୁପାଉଟୁ ହେଉଥିବା ବେଳେ ଜାତିସଂଘ ଏବଂ ବିଶ୍ୱର ଅନେକ ସଂଗଠନ ସାହାଯ୍ୟ ପାଇଁ ବାରମ୍ବାର ଅନୁରୋଧ କରିଥିଲେ । ଶୀଘ୍ର ସାହାଯ୍ୟ ନପହଞ୍ଚାଇଲେ ଶୀତ ଋତୁ ସେମାନଙ୍କ ପାଇଁ ସାଂଘାତିକ ହୋଇପାରେ ବୋଲି କୁହାଯାଇଥିଲା । ମାନବିକତା ଦୃଷ୍ଟିରୁ ଭାରତ ଆଫଗାନିସ୍ତାନକୁ ୫୦ ହଜାର ଟନ୍ ଗହମ, ଔଷଧ ଏବଂ ଚିକିତ୍ସା ଉପକରଣ ପଠାଇବାକୁ ନିଷ୍ପତ୍ତି ନେଇଥିଲା । ହେଲେ ତା’ ଉପରେ ରହିଥିଲା ଇମ୍ରାନ୍‌ଙ୍କ ଆଖି ।

 

ଭାରତ ପଠାଉଥିବା ସାମଗ୍ରୀଗୁଡିକ ୱାଘା ସୀମା ଦେଇ ପାକିସ୍ତାନ, ତା’ପରେ ଆଫଗାନିସ୍ତାନରେ ପହଞ୍ଚିଛି । ହେଲେ ପାକିସ୍ତାନ ରାସ୍ତାରେ ଯିବା ପାଇଁ ଇମ୍ରାନ୍ ସରକାରଙ୍କ ଠାରୁ ଅନୁମତି ମାଗିଥିଲେ ଭାରତର ସରକାର । ଏହି ଅନୁମତି ଦେବା ପାଇଁ ୨୦ ଦିନ ବିଳମ୍ବ କରିଥିଲା ପାକିସ୍ତାନ । ପରେ ନିଜର ରାସ୍ତା ବ୍ୟବହାର ପାଇଁ ଅନୁମତି ଦେଇଥିଲେ ସୁଦ୍ଧା ସେଥିରେ କିଛି ସର୍ତ୍ତ ରଖିଥିଲା । ଆଉ ସେଥିରୁ ସ୍ପଷ୍ଟ ବାରି ହୋଇପଡ଼ୁଥିଲା ଯେ, ପାକିସ୍ତାନର ଉଦ୍ଦେଶ୍ୟ କ’ଣ ? ସର୍ତ୍ତରୁ ଷଡଯନ୍ତ୍ରର ଗନ୍ଧ ବାରି ହୋଇଯାଉଥିଲା । ହେଲେ ଏବେ ସମସ୍ତ ବାଧା ବିଘ୍ନକୁ ହଟାଇ ଭାରତ ଲଗାତାର ଭାବେ ଆଫ୍‌ଗାନିସ୍ତାକୁ ସହଯୋଗ କରି ଆସୁଛି । ଯାହାକି ଏବେ ପାକିସ୍ତାକୁ ସାମନ୍ୟ ଚିନ୍ତାରେ ପକାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।