Advertisment

ପରମବୀର ସିଂହଙ୍କୁ ଆଶ୍ୱସ୍ତି, ତାଙ୍କ ଦେହରେ ହାତ ମାରିପାରିବନି ମହାରାଷ୍ଟ୍ର ପୋଲିସ

ପରମବୀର ସିଂ ବନାମ ମହାରାଷ୍ଟ୍ର ସରକାର ଲଢ଼େଇରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ପରମବୀର ସିଂଙ୍କ ବିରୋଧରେ ଥିବା ସମସ୍ତ ମାମଲାର ତଦନ୍ତ ଭାର ସିବିଆଇ ହାତକୁ ଯିବ କି ନାହିଁ, ସେନେଇ ଆସନ୍ତା ୯ ତାରିଖରେ ଅନ୍ତିମ ଶୁଣାଣି କରିବେ ।

author-image
Satyendu Shekher Mishra
Paramveer Singh

Paramveer Singh

ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କୁ ସାମୟିକ ଆଶ୍ୱସ୍ତି । ମାର୍ଚ୍ଚ ୯ ଯାଏଁ ତାଙ୍କ ବିରୋଧରେ କୌଣସି ପ୍ରକାର ପୋଲିସ କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ । ପରମବୀର ସିଂ ବନାମ ମହାରାଷ୍ଟ୍ର ସରକାର ଲଢ଼େଇରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ପରମବୀର ସିଂଙ୍କ ବିରୋଧରେ ଥିବା ସମସ୍ତ ମାମଲାର ତଦନ୍ତ ଭାର ସିବିଆଇ ହାତକୁ ଯିବ କି ନାହିଁ, ସେନେଇ ଆସନ୍ତା ୯ ତାରିଖରେ ଅନ୍ତିମ ଶୁଣାଣି କରିବେ । ସେପର୍ଯ୍ୟନ୍ତ ମହାରାଷ୍ଟ୍ର ସରକାର ଏହି ମାମଲାର ସମସ୍ତ ତଦନ୍ତ ପ୍ରକ୍ରିୟାକୁ ସ୍ଥଗିତ ରଖନ୍ତୁ ।

Advertisment

ତେବେ ପରମବୀର ସିଂଙ୍କ ବିରୋଧରେ ସବୁ ମାମଲାର ତଦନ୍ତ ଭାର କେନ୍ଦ୍ରୀୟ ଏଜେନ୍ସି ହାତକୁ ଯିବା ଉଚିତ ନୁହେଁ ବୋଲି ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା । ଏହି ମାମଲାର ଶୁଣାଣି ବେଳେ ଉଭୟ ମହାରାଷ୍ଟ୍ର ସରକାର ଓ ପରମବୀର ସିଂଙ୍କୁ କଟାକ୍ଷ କରିଛନ୍ତି ସୁପ୍ରିମକୋର୍ଟ । ସର୍ବୋଚ୍ଚ ଅଦାଲତ କହିଛନ୍ତି, ଆମେ ପୁଣି କହିବାକୁ ଚାହୁଁଛୁ ଯେ, ଏହା ଏକ ଗଡ଼ବଡ଼ ସ୍ଥିତି । ଏଥିରେ କେହି ବି ଦୁଧ୍ କା ଧୁଲା ନୁହଁନ୍ତି । ଏଥିରେ ରାଜ୍ୟ ସରକାର ଓ ପୋଲିସ ବ୍ୟବସ୍ଥା ଉପରୁ ଲୋକଙ୍କ ବିଶ୍ୱାସ ତୁଟିଯାଇ ପାରେ । ଏହା ସବୁଠୁ ଦୁର୍ଭାଗ୍ୟପୂର୍ଣ୍ଣ । କିନ୍ତୁ ଆଇନର ସଠିକ୍ ପ୍ରକ୍ରିୟା ଜାରି ରହିବା ଦରକାର ।

Supreme Court Paramveer Singh
Advertisment
Advertisment