• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

bus-accident
ଭୟଙ୍କର ସଡ଼କ ଦୁର୍ଘଟଣା, ୬ ମୃତ

ଲକ୍ଷ୍ନୌ: ଲକ୍ଷ୍ନୌରେ ଘଟିଛି ବଡ଼ ସଡ଼କ ଦୁର୍ଘଟଣା। ଦୁଇ ରୋଡୱେଜ୍ ବସ୍ ପରସ୍ପରକୁ ଧକ୍କା ଦେବାରୁ ଏହି ଭୟଙ୍କର ଦୁର୍ଘଟଣା ହୋଇଛି, ଯେଉଁଥିରେ ୬ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ଡ୍ରାଇଭର୍ ସମେତ ଚାରିଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବାକି ଦୁଇଜଣ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି। 6 dead including one bus driver and 8 people were injured after two roadways buses collided with each other: Naveen Arora, Joint Commissioner, […]

  • Sunday, 04 July 2021
ushant
ସୁଶାନ୍ତଙ୍କ ମୃତ୍ୟୁ ଆତ୍ମହତ୍ୟା ନା ହତ୍ୟା?

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇର ଘନଘନ ଜେରା ରହିଛି। ତେବେ ସୁଶାନ୍ତଙ୍କ ମୃତ୍ୟୁରେ ଏବେ ନୂଆ ମୋଡ଼ ଦେଖା ଦେଇଛି। ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ ହତ୍ୟା କରାଯାଇଛି, ତା’ର ପର୍ଦ୍ଦାଫାସ ହୋଇପାରିନାହିଁ। କିନ୍ତୁ ତାଙ୍କ ମାମଲାକୁ ଆତ୍ମହତ୍ୟା ବଦଳରେ ହତ୍ୟା ଦୃଷ୍ଟି କୋଣରୁ ତଦନ୍ତ କରାଯାଉ ବୋଲି ଏମ୍ସର ଫରେନ୍ସିକ ଟିମ୍ ସିବିଆଇକୁ ପରାମର୍ଶ ଦେଇଛି। ସୁଶାନ୍ତ ସିଂଙ୍କ ପୋଷ୍ଟ ମର୍ଟମ ରିପୋର୍ଟର ଅନୁଧ୍ୟାନ ପରେ ୧୨ଟି […]

  • Sunday, 04 July 2021
jee
NEET-JEE ପରୀକ୍ଷା ବିରୋଧରେ ସୁପ୍ରିମ କୋର୍ଟ ଯିବେ ୭ ରାଜ୍ୟର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ୭ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିଛନ୍ତି। ଏହି ବୈଠକରେ ଜିଏସଟିର ବକେୟା ଏବଂ NEET-JEE ପରୀକ୍ଷା ଉପରେ ଚର୍ଚ୍ଚା ହୋଇଛି। ବୈଠକରେ NEET-JEE ପରୀକ୍ଷା କରାଇବା ନିଷ୍ପତ୍ତି ବିରୋଧରେ ସମସ୍ତ ୭ଟି ଯାକ ରାଜ୍ୟର ମୁଖ୍ୟମନ୍ତ୍ରୀ ସୁପ୍ରିମ୍ କୋର୍ଟ ଯିବାକୁ ସହମତି ପ୍ରକାଶ କରିଛନ୍ତି। କରୋନା ସଂକ୍ରମଣ ଭିତରେ କେନ୍ଦ୍ର ସରକାର ଆସନ୍ତା ମାସରେ NEET-JEE ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଏହାକୁ ବିଭିନ୍ନ ମହଲରେ […]

  • Sunday, 04 July 2021
athelete
ପତ୍ନୀ ଓ ମା'ଙ୍କୁ ହତ୍ୟା କଲେ ଭାରତର ପୂର୍ବତନ ଆଥଲେଟ୍

ନୂଆଦିଲ୍ଲୀ: ଭାରତ ପକ୍ଷରୁ ଏସିଆନ୍ ଚାମ୍ପିୟନଶିପରେ ବ୍ରୋଞ୍ଜ ପଦକ ଜିତିଥିବା ପୂର୍ବତନ ଆଥଲେଟ୍ ଇକବାଲ୍‌ ସିଂହଙ୍କୁ ପତ୍ନୀ ଓ ମା’ଙ୍କ ହତ୍ୟା ଅଭିଯୋଗରେ ଆମେରିକାରେ ଗିରଫ କରାଯାଇଛି। ‘ଦି ଫିଲାଡେଲଫିଆ’ ଇନକ୍ୱାୟରର’ ରିପୋର୍ଟ ମୁତାବକ ପେନିସେଲଭାନିଆର ଡେଲାୱେର କାଉଣ୍ଟିରେ ରହୁଥିବା ୬୨ ବର୍ଷୀୟ ଇକବାଲ୍‌ ରବିବାର ସକାଳେ ପୋଲିସକୁ ଫୋନ୍ କରି ନିଜର ଅପରାଧ ସ୍ୱୀକାର କରିଥିଲେ। ରିପୋର୍ଟରେ କୁହାଯାଇଛି, ଯେତେବେଳେ ପୋଲିସ୍ ନ୍ୟୁଟାଉନ୍ ଟାଉନଶିପରେ ଥିବା ଇକବାଲଙ୍କ ଘରେ ପହଞ୍ଚିଲା, ଇକବାଲ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ […]

  • Sunday, 04 July 2021
man
ସଂସଦ ଭବନ ପାଖରେ ବୁଲୁଥିବା ସନ୍ଦିଗ୍ଧ ଯୁବକ ଗିରଫ

ନୂଆଦିଲ୍ଲୀ: ବୁଧବାର ପାର୍ଲାମେଣ୍ଟ ନିକଟରେ ଜଣେ ସୁନ୍ଦିଗ୍ଧ ଯୁବକଙ୍କୁ ଗିରଫ କରାଯାଇଛି। ତାଙ୍କ ନିକଟରୁ କୋର୍ଡୱାର୍ଡ ଲେଖାଥିବା ଏକ କାଗଜ ଜବତ ହୋଇଛି। ବ୍ୟକ୍ତି ଜଣକ ବିଜୟ ଚୌକ ପାଖରେ ବୁଲୁଥିବା ବେଳେ ସିଆର୍‌ପିଏଫ୍‌ ଯବାନମାନେ ସନ୍ଦେହ କରି ତାକୁ ଧରିଥିଲେ। ଦିଲ୍ଲୀର ସଂସଦ ମାର୍ଗ ଥାନାରେ ସନ୍ଦିଗ୍ଧକୁ ପୁଲିସ ସହିତ ଆଇବି ଓ ଅନ୍ୟ ଗୋଇନ୍ଦା ସଂସ୍ଥା ପଚରାଉଚରା ଜାରି ରଖିଛି। ପୁଲିସ ସୂଚନା ଅନୁସାରେ, ଯୁବକ ଜଣ ସଂସଦ ଭବନ ଆଖପାଖରେ ବୁଲୁଥିଲା। ପରିଚୟ […]

  • Sunday, 04 July 2021
rhea-murderer
ରିୟାଙ୍କ ବିରୋଧରେ ବିସ୍ଫୋରକ ଅଭିଯୋଗ ଆଣିଲେ ସୁଶାନ୍ତଙ୍କ ବାପା

ମୁମ୍ବଇ: ବଲିଉଡ ଷ୍ଟାର ସୁଶାନ୍ତ ସିଂହ ମୃତ୍ୟୁ ମାମଲା ଦିନକୁ ନିଦ ନୂଆ ମୋଡ ନେଉଛି। CBI ମାମଲାର ତଦନ୍ତ କରୁଥିବାବେଳେ ଗତକାଲି ସୁଶାନ୍ତଙ୍କ ବାପା ଏକ ବିସ୍ଫୋରକ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ରିୟା  ଚକ୍ରବର୍ତ୍ତୀ ବିଷ ଦେଇ ସୁଶାନ୍ତଙ୍କୁ ହତ୍ୟା କରିଛନ୍ତି।  ତେଣୁ ରିୟାଙ୍କୁ  ତୁରନ୍ତ ଗିରଫ କରାଯାଉ ବୋଲି ସୁଶାନ୍ତ ସିଂହଙ୍କ ବାପା କହିଛନ୍ତି। ସେ ଆହୁରି କହିଥିଲେ, ଲଗାତର ଭାବେ ସୁଶାନ୍ତଙ୍କୁ ରିୟା ଡ୍ରଗ୍ସ ଦେଉଥିଲେ। ତେଣୁ ରିୟାଙ୍କ ଗିରଫ ଦାବି […]

  • Sunday, 04 July 2021
china-america
୨୪ ଚାଇନିଜ୍‌ କମ୍ପାନୀକୁ ବ୍ୟାନ୍‌ କଲା ଆମେରିକା

ୱାଶିଂଟନ୍‌:ଆମେରିକା ଏବଂ ଚୀନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା କମ୍‌ ହେବାର ନାଁ ଧରୁନି। ଯଦିଓ ଦ୍ୱିପାକ୍ଷିକ କଥାବାର୍ତ୍ତା ଭଲ ଚାଲିଛି ବୋଲି ଉଭୟ ଦେଶ ଦାବି କରୁଛନ୍ତି ତେବେ ଆମେରିକାର କେତେକ କଡ଼ା ପଦକ୍ଷେପକୁ ଦେଖିଲେ ଏହି କଥାକୁ ବିଶ୍ୱାସ କରି ହେଉନି। ସାଉଥ ଚାଇନା ସି,  ହଙ୍କକଙ୍ଗ୍‌ ଏବଂ ତାଇବାନ ପରି ପ୍ରସଙ୍ଗ ପରେ ଏବେ ଦୁଇ ଦେଶ ମଧ୍ୟରେ ଆରମ୍ଭ ହୋଇଯାଇଛି ବ୍ୟାବସାୟିକ ଯୁଦ୍ଧ। ଏହି କ୍ରମରେ ଆମେରିକା ଚୀନ୍‌ର ୨୪ଟି କମ୍ପାନୀକୁ […]

  • Sunday, 04 July 2021
bihar flood
ବିହାରର ଚିନ୍ତା ବଢାଇଲା ନେପାଳ ନଦୀ; ଅନେକ ଜିଲ୍ଲାରେ ଜଳ ପ୍ରଳୟ

ପାଟନା: ବନ୍ୟାରେ ଭାସୁଛି ବିହାର । ଏହି ବନ୍ୟାରେ ୧୦ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ଜଣାପଡ଼ିଛି । ପ୍ରାୟ ୧ ଲକ୍ଷ ଲୋକଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରିଛନ୍ତି ସରକାର । ବିଶେଷ କରି ଦରଭଙ୍ଗା ଜିଲ୍ଲାରେ ସ୍ଥିତି ସଂଗୀନ …

  • Sunday, 04 July 2021
oneindia
'ଅକ୍ଟୋବର-ନଭେମ୍ବରରେ ପିକରେ ରହିବ କରୋନାର ତୃତୀୟ ଲହରୀ’

ନୂଆଦିଲ୍ଲୀ : ଅକ୍ଟୋବର ଓ ନଭେମ୍ବର ମଧ୍ୟରେ ପିକରେ ରହିବ ତୃତୀୟ ଲହରୀ ? କରୋନା ଭାଇରସର ଦ୍ୱିତୀୟ ଲହରୀ ସମ୍ପୂର୍ଣ୍ଣ ରୂପେ ଥମିନଥିବା ବେଳେ ତୃତୀୟ ଲହରୀ ନେଇ ଚେତାବନୀ ଦେଲେଣି ଡାକ୍ତର ଓ ବୈଜ୍ଞାନିକ । କୋଭିଡ -19…

  • Sunday, 04 July 2021
sushant-sing
ସୁଶାନ୍ତଙ୍କ ବିଷୟରେ ଚାଞ୍ଚଲ୍ୟକର ତଥ୍ୟ ଦେଲେ ରିୟା ଚକ୍ରବର୍ତ୍ତୀ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ଘଟଣାରେ ମୁହଁ ଖୋଲିଲେ ତାଙ୍କ ଗାର୍ଲପ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଏକ ଜାତୀୟ ଗଣମାଧ୍ୟମରେ ରିୟା ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ଗଣମାଧ୍ୟମରେ ସୁଶାନ୍ତଙ୍କ ବିଷୟରେ ବହୁ ରୋଚକ ତଥ୍ୟ ଦେଇଛନ୍ତି ରିୟା। ଗଣମାଧ୍ୟମକୁ ଦେଇଥିବା ବୟାନରେ ରିୟା କହିଛନ୍ତି, ସୁଶାନ୍ତଙ୍କର ମାନସିକ ବେମାରୀ ବାଇପୋଲାର ଡିଜ୍ ଅର୍ଡର ଥିଲା। ବିଶେଷକରି ବିମାନ ଯାତ୍ରା ବେଳେ ସୁଶାନ୍ତ ସ୍ୱାଭାବିକ ହୋଇପାରୁନଥିଲେ। ୟୁରୋପ ଟୁର୍ ବେଳେ ସୁଶାନ୍ତଙ୍କ ଏ ସମସ୍ୟା ବିଷୟରେ ଜାଣିବାକୁ ପାଇଥିଲି […]

  • Sunday, 04 July 2021
cong
ବିଜେପି ବିରୋଧୀ କମିଟିରୁ ଗୁଲାମ ନବି ଓ ଆନନ୍ଦ ଶର୍ମାଙ୍କୁ ବାଦ ଦେଲା କଂଗ୍ରେସ

ନୂଆଦିଲ୍ଲୀ: ମୋଦି ସରକାର ପକ୍ଷରୁ ଜାରି ଅଧ୍ୟାଦେଶ ଉପରେ ବିଚାରବିମର୍ଷ କରିବା ପାଇଁ କଂଗ୍ରେସ ଏକ କମିଟି ଗଠନ କରିଛି। ଏହି କମିଟିରେ ଦଳ ସେଇ ନେତାମାନଙ୍କୁ ସାମିଲ କରିଛି ଯେଉଁମାନେ ଗାନ୍ଧୀ ପରିବାରର ନିକଟତର। ଅନ୍ୟପକ୍ଷେ ଗୁଲାମ ନବି ଆଜାଦ ଏବଂ ଆନନ୍ଦ ଶର୍ମାଙ୍କ ପରି ବରିଷ୍ଠ ନେତାଙ୍କୁ ଏହି କମିଟିରୁ ବାଦ ଦେଇଛି ଦଳ। ଦୁଇଦିନ ତଳେ କଂଗ୍ରେସ କାର୍ଯ୍ୟସମିତି ବୈଠକରେ ଗୁଲାମ ନବି ଆଜାଦଙ୍କ ଦ୍ୱାରା ଲିଖିତ ଚିଠିକୁ ନେଇ ହଙ୍ଗାମା ହୋଇଥିଲା। […]

  • Sunday, 04 July 2021
nilakantha-1
ଦେଶର ସମ୍ମାନ ବଢାଇଲେ ହ୍ୟୁମାନ କାଲ୍‌କୁଲେଟର ନୀଳକଣ୍ଠ

ହାଇଦ୍ରାବାଦ: ଯେ କୌଣସି ଗାଣିତିକ ହିସାବ କରିବା ବେଳେ ଖୋଜାପଡ଼େ କାଲ୍‌କୁଲେଟର।  ହେଲେ ସେ ଜଣେ ଜୀବନ୍ତ କାଲ୍‌କୁଲେଟର। ତାଙ୍କୁ କାଲ୍‌କୁଲେଟର କହିଲେ ବି ଭୁଲ୍‌ ହେବ । କାରଣ ତାଠାରୁ ବି ଅଧିକ ସ୍ପିଡ୍‌ରେ ହିସାବ କରି ପାରୁଥିବା ଏକ ଜୀବନ୍ତ ମେସିନ ସିଏ।  ସେ ହେଉଛନ୍ତି ହାଇଦ୍ରାବାଦର ୨୦ ବର୍ଷୀୟ ନୀଳକଣ୍ଠ ଭାନୁ ପ୍ରକାଶ।  ଲଣ୍ଡନରେ ଅନୁଷ୍ଠିତ ମାଇଣ୍ଡ ସ୍ପୋର୍ଟସ ଅଲମ୍ପିଆଡ୍‌ରେ ଗୋଲ୍ଡ ମେଡାଲ ଜିତି ବିଶ୍ୱର ଦ୍ରୁତତମ  ହ୍ୟୁମାନ କାଲ୍‌କୁଲେଟର ଆଖ୍ୟା ପାଇଛନ୍ତି […]

  • Sunday, 04 July 2021
muharam
ମହରମ୍ ଶୋଭାଯାତ୍ରାକୁ ସୁପ୍ରିମ୍ କୋର୍ଟଙ୍କ ନା

ନୂଆଦିଲ୍ଲୀ: ମୁସଲିମମାନଙ୍କ ପର୍ବ ମହରମ୍ ଶୋଭାଯାତ୍ରାକୁ ମିଳିଲାନି ଅନୁମତି। ସୁପ୍ରିମ୍ କୋର୍ଟ ଆଜି ଦେଶରେ ମହରମ୍ ଶୋଭାଯାତ୍ରା ଆୟୋଜନକୁ ଅନୁମତି ଦେବାକୁ ସିଧାସଳଖ ମନା କରିଦେଇଛନ୍ତି। ଶିହା ଧର୍ମଗୁରୁ ମୌଲାନା ସୟଦ କଲବେ ଜୱାଦ ପୂରା ଦେଶରେ ମହରମ୍ ଶୋଭାଯାତ୍ରା କରିବା ନେଇ ସୁପ୍ରିମ୍ କୋର୍ଟରେ ଆବେଦନ କରିଥିଲେ। କିନ୍ତୁ ସୁପ୍ରିମ୍ କୋର୍ଟ ଏହି ଆବେଦନକୁ ଖାରଜ କରିବା ସହ ମହରମ୍ ଶୋଭାଯାତ୍ରାକୁ ଅନୁମତି ଦେବାକୁ ମନା କରିଦେଇଛନ୍ତି। କରୋନା ମହାମାରୀକୁ ଆଖି ଆଗରେ ରଖି ସୁପ୍ରିମ୍ […]

  • Sunday, 04 July 2021
congress
ପଦାରେ ପଡ଼ିଲା କଂଗ୍ରେସ କନ୍ଦଳ!

ନୂଆଦିଲ୍ଲୀ: କଂଗ୍ରେସରେ ପୁଣି କନ୍ଦଳ ! ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖିରି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ନେତୃତ୍ୱ ପରିବର୍ତ୍ତନ ପାଇଁ ଚିଠି ଲେଖିଥିବା ବରିଷ୍ଠ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି। ବିଶେଷ କରି ଉତ୍ତରପ୍ରଦେଶର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜିତିନ ପ୍ରସାଦଙ୍କ ବିରୋଧରେ ଦୃଢ଼ କାର୍ଯାନୁଷ୍ଠାନ ସହ ବହିଷ୍କୃତ କରିବା ପାଇଁ ଦାବି ଜୋର ଧରିଛି। ଏପରିକି ଜିତିନଙ୍କ ପରିବାର ତଥା ତାଙ୍କ ବାପାଙ୍କୁ ମଧ୍ୟ ସେମାନେ ଟାର୍ଗେଟ କରିବାକୁ […]

  • Sunday, 04 July 2021
ramesh
'NEET-JEE ପରୀକ୍ଷାକୁ ନେଇ ରାଜନୀତି କରାନଯାଉ'

ନୂଆଦିଲ୍ଲୀ: NEET ଓ JEE MAIN ପରୀକ୍ଷା ଘୁଞ୍ଚାଇବା ପାଇଁ କିଛି ରାଜ୍ୟ ପକ୍ଷରୁ ଦାବି ହେଉଥିବା ବେଳେ ନିର୍ଦ୍ଧାରିତ ସମୟରେ ପରୀକ୍ଷା ହେଉ ବୋଲି ଅନେକ ଛାତ୍ରଛାତ୍ରୀ ଚାହୁଁଛନ୍ତି। ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରୀୟାଲ ନିଶାଙ୍କ ସୂଚନା ଦେଇଛନ୍ତି। ପୋଖରୀୟାଲ୍‌ କହିଛନ୍ତି, ଜେଇଇ ମେନ୍ ପାଇଁ ଆବେଦନ କରିଥିବା ୮ଲକ୍ଷ ୫୮ ହଜାର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୭ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ ଆଡମିଟ୍ କାର୍ଡ ଡାଉନଲୋଡ କରିଛନ୍ତି। NEET ପାଇଁ ଆବେଦନ କରିଥିବା ୧୫ଲକ୍ଷ […]

  • Sunday, 04 July 2021