• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

News Highlights

  • ଆଦିବାସୀ ଯୁବକ ତିଆରି କଲେ 'ମିନି କାର୍'

  • ଥରେ  ଚାର୍ଜ କଲେ ଚାଲୁଛି ୪୦ କିଲୋମିଟର

କଥାରେ ଅଛି ଇଛା ଥିଲେ ଉପାୟ ଆପେ ଆପେ ଆସେ । ଆଉ ମଣିଷ ଯେତେବେଳେ ଅସୁବିଧାରେ ଥାଏ ସେତେବେଳେ  ତାର ଅଭିନବ ଉପାୟ ବାହାର କରେ । ଦେଶର ପେଟ୍ରୋଲ ଦର ଆକାଶଛୁଆଁ ହୋଇଥିବା ବେଳେ  ମହାରାଷ୍ଟ୍ରର ନନ୍ଦୁରବର ଜିଲ୍ଲାରେ ରହୁଥିବା ଜଣେ ଆଦିବାସୀ ଯୁବକ ପେଟ୍ରୋଲ ଖର୍ଚ୍ଚରୁ ବଞ୍ଚିବା ପାଇଁ ଏକ ସିଟ୍ ବିଶିଷ୍ଟ ଏବଂ ତିନି ଚକିଆ ଗାଡି ତିଆରି କରିଛନ୍ତି । ତେବେ ଏହି ବ୍ୟାଟେରୀ ଚାଳିତ 'ମିନି କାର୍'କୁ ଗୋଟିଏ ଥର ଚାର୍ଜ କଲେ  ୪୦ କିଲୋମିଟର ଚାଲିଥାଏ ।

 

'ମିନି କାର୍' ତିଆରି କରିଥିବା ଅର୍ଜୁନଙ୍କ କହିବା ଅନୁଯାୟୀ ଏହାକୁ ତିଆରି କରିବା ପାଇଁ ପ୍ରାୟ ୨୫୦୦୦ ଟଙ୍କା ଖର୍ଚ୍ଚ ହେବ। ଅର୍ଜୁନ ଏକ ଶିଳ୍ପ ତାଲିମ ପ୍ରତିଷ୍ଠାନରୁ ବୌଦ୍ୟୁତିକ ରକ୍ଷଣାବେକ୍ଷଣରେ  ଡିପ୍ଲୋମା କରିଥିଲେ । ୨୭ ବର୍ଷୀୟ ଅର୍ଜୁନ ନନ୍ଦୁରବର ମ୍ୟୁନିସିପାଲିଟି ପରିଷଦର ବୌଦ୍ୟୁତିକ ଫିଟର କାମ କରନ୍ତି । ଅର୍ଜୁନଙ୍କ ଦରମା ଅନୁଯାୟୀ ମାସକୁ ୨,୫୦୦ ଟଙ୍କାରୁ ଅଧିକ ପେଟ୍ରୋଲ ଖର୍ଚ୍ଚ କରିଥାନ୍ତି । ପେଟ୍ରୋଲ ଖର୍ଚ୍ଚରୁ ବଞ୍ଚିବା ପାଇଁ ଅର୍ଜୁନ ଏହିଭଳି ମିନି କାର ତିଆରି କରିବା ପାଇଁ ନିଷ୍ପତି ନେଇଥିଲେ ।

'ମିନି କାର୍' ତିଆରି କରିବା ପାଇଁ ଅର୍ଜୁନ ୧୪୪ ଲିଥିୟମ୍ ବ୍ୟାଟେରୀ ବ୍ୟବହାର କରିଥିଲେ । ଏଥିରେ ରିଭର୍ସ ଗିଅର୍, ହାଇଡ୍ରୋଲିକ୍ ବ୍ରେକ୍, ସୂଚକ, ଇଣ୍ଡିକେଟର ସହିତ ହେଡଲାଇଟ୍ ମଧ୍ୟ ଲଗାଯାଇଛି । ଅର୍ଜୁନଙ୍କ ପିତା ଜଣେ କୃଷକ ଏବଂ ମା ଗୃହିଣୀ ଅଟନ୍ତି । ଏହି 'ମିନି କାର୍ ଯୋଗୁ ଅର୍ଜୁନଙ୍କ ଆଖପାଖ ସ୍ଥାନରେ ବେସ୍ ଲୋକପ୍ରିୟ ହୋଇପାରିଛନ୍ତି । ତେବେ ଏହି 'ମିନି କାର'କୁ ନେଇ ଅର୍ଜୁନ ବାହାରକୁ ବାହାରିବା ବେଳେ ବହୁତ ଲୋକ ଏହି 'ମିନି କାର୍'କୁ ବାରମ୍ବାର ଦେଖିବା ସହ କାରରେ ବସିବା ପାଇଁ ଇଛାପ୍ରକାଶ କରନ୍ତି ।

ଅର୍ଜୁନଙ୍କ କହିବା ଅନୁଯାୟୀ ଏହି 'ମିନି କାର୍' ପାଇଁ କୌଣସୀ ରେଜିଷ୍ଟ୍ରେସନ  କରିବାକୁ ପଡିବ ନାହିଁ କିମ୍ବା କୌଣସୀ ମେଣ୍ଟେନାନ୍ସ ଖର୍ଚ୍ଚ  ଦେବାକୁ ପଡିବ ନାହିଁ  । ଅର୍ଜୁନଙ୍କୁ ପ୍ରଥମେ ୬୫ ୟୁନିଟ୍ ପାଇଁ ଇଲେକ୍ଟ୍ରି ବିଲ୍ ଦେବାକୁ ପଡୁଥିଲା । କିନ୍ତୁ ଏବେ ଏହି 'ମିନି କାର୍' ଚାର୍ଜ କରିବା ପାଇଁ ଆଉ ଅଧିକ ୧୨ ୟୁନିଟର ଇଲେକ୍ଟ୍ରି ବିଲ୍ ଦେବାକୁ ପଡୁଛି ଅର୍ଜୁନଙ୍କୁ । ପେଟ୍ରୋଲ ଖର୍ଚ୍ଚ ତୁଳନାରେ ଏହା ବହୁତ କମ୍ ବୋଲି ଅର୍ଜୁନ କହିଛନ୍ତି । ତେବେ ଏହି ମିନିକାରକୁ ସୋଲାର ଲାଇଟ ଦ୍ବାରା  କିପରି ଚାର୍ଜ କରାଯିବ ସେ ନେଇ ଅର୍ଜୁନ ଆଗକୁ ଯୋଜନା ରଖି ଏହା ଉପରେ କାମ ଆରମ୍ଭ କରିଛନ୍ତି ।