• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

rafel
ଫ୍ରାନ୍ସରୁ ଆସିଲା ରାଫେଲ ଫାଇଟର୍ ଜେଟ୍

ନୂଆଦିଲ୍ଲୀ: ଭାରତକୁ ଆସୁଛି ରାଫେଲ୍ ଫାଇଟର୍ ଜେଟ୍।  ଫ୍ରାନ୍ସରୁ ଉଡାଣ ଆରମ୍ଭ କରିଥିବା ରାଫେଲ ଜେଟ୍‌ ଖୁବ୍‌ ଶୀଘ୍ର ଭାରତରେ ପହଞ୍ଚିବ। ୫ଟି ରାଫେଲ ଫାଇଟର ଏୟାର୍ କ୍ରାଫ୍ଟ ଆଜି ଫ୍ରାନ୍ସର ମେରିଗନାକରୁ ବାହାରିଛି।  ମେରିଗନାକ୍‌ରେ ଫ୍ରାନ୍ସ ଅଧିକାରୀଙ୍କ ସହ ବାୟୁ ସେନା ଅଧିକାରୀ, ଭାରତୀୟ ରାଷ୍ଟ୍ରଦୂତଙ୍କ ଆଲୋଚନା ପରେ ଏହି ୧୦ ଜଣ ପାଇଲଟ୍ ରାଫେଲ୍‌କୁ ନେଇ ଭାରତ ଆସୁଛନ୍ତି। ଜୁଲାଇ ୨୯ରେ ଏହା ଅମ୍ବାଲାରେ ଏୟାରଫୋର୍ସରେ ସାମିଲ ହେବ ରାଫେଲ । ସୀମାନ୍ତରେ ଚୀନ-ପାକିସ୍ତାନ […]

  • Tuesday, 06 July 2021
Capture
ଭାଗ୍ୟ ବଦଳାଇ ଦେଲେ ସୋନୁ; କାନ୍ଧରେ ଲଙ୍ଗଳ ଟାଣୁଥିବା ୨ ଭଉଣୀଙ୍କୁ ଦେଲେ ଟ୍ରାକ୍ଟର

ଅମରାବତୀ: ରିଲ୍ ଲାଇଫରେ ଭିଲିଆନ୍।  ହେଲେ ରିୟଲ୍ ଲାଇଫ୍‌ରେ ରିୟଲ ହିରୋ ହେଉଛନ୍ତି ସୋନୁ ସୁଦ୍‌। ବଲିଉଡ୍ ଅଭିନେତା ସୋନୁ ସୁଦ୍‌ଙ୍କ ପାଇଁ ଏବେ ସାରା ଦେଶରୁ ଆସୁଛି ଏଭଳି ପ୍ରଶଂସା। ଆନ୍ଧ୍ରପ୍ରଦେଶ ଚିତୋର୍ ଜିଲ୍ଲାର ନାଗେଶ୍ୱର ରାଓଙ୍କ ଚାଷ ଜମିର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା।  ଟମାଟୋ ଚାଷ କରୁଥିବା ନାଗେଶ୍ୱରଙ୍କ ପାଖରେ ଜମିରେ ଚାଷ କରିବାକୁ ବଳଦ କିମ୍ବା ଅନ୍ୟ କୌଣସି ଆନୁସଙ୍ଗିକ ବ୍ୟବସ୍ଥା ନଥିଲା। ଦୁଇ ଝିଅ ଭେନ୍ନେଲା ଓ ଚନ୍ଦନା […]

  • Tuesday, 06 July 2021
cp-joshi
ସୁପ୍ରିମକୋର୍ଟରୁ ଆବେଦନ ପ୍ରତ୍ୟାହାର କଲେ ରାଜସ୍ଥାନ ବାଚସ୍ପତି

ଜୟପୁର: ରାଜସ୍ଥାନ ରାଜନୈତିକ ସଙ୍କଟରେ ନୂଆ ଟୁଇଷ୍ଟ। ସୁପ୍ରିମକୋର୍ଟରେ କରିଥିବା ଆବେଦନକୁ ପ୍ରତ୍ୟାହାର କରିନେଇଛନ୍ତି ବାଚସ୍ପତି ସିପି ଯୋଶୀ। ରାଜସ୍ଥାନ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ବାଚସ୍ପତି ଚ୍ୟାଲେଞ୍ଜ କରିଥିଲେ। କିନ୍ତୁ ଆଜି ସେ ନିଜର ଅପିଲକୁ ପ୍ରତ୍ୟାହାର କରିଛନ୍ତି। ଏବେ ଏହି ମାମଲାରେ ଶୁଣାଣି ଜୟପୁର ହାଇକୋର୍ଟରେ ଜାରି ରହିବ। ବାଚସ୍ପତିଙ୍କ ତରଫରୁ ମାମଲା ଲଢ଼ୁଥିବା ବରିଷ୍ଠ ଓକିଲ କପିଲ ସିବଲ କହିଛନ୍ତି, ଯେହେତୁ ହାଇକୋର୍ଟ ନିଷ୍ପତ୍ତି ଶୁଣାଇ ସାରିଛନ୍ତି, ତେଣୁ ଆମେ ଆବେଦନ ପ୍ରତ୍ୟାହାର କରିବାକୁ […]

  • Tuesday, 06 July 2021
cuttack
କଟକ ସହରରୁ ୬୫ କରୋନା ଆକ୍ରାନ୍ତ ଚିହ୍ନଟ, ୬ ଲୋକାଲ କେସ୍

କଟକ: କଟକ ସହରରେ ଆଉ ୬୫ କରୋନା ଆକ୍ରାନ୍ତ ଚିହ୍ନଟ। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୯ କ୍ୱାରେଣ୍ଟିନ, ୬ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ସିଏମ୍‌ସି। କେଉଁ ଅଞ୍ଚଳରୁ କେତେ:- ଖଟବିନ ସାହିରୁ ଆଜି ଆଉ ୨୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେକ୍ ବଜାରରୁ ୮, ଗଣ୍ଡରପୁରରୁ ୪, ନେତାଜୀ ନଗରରୁ ୪ ଜଣ ଚିହ୍ନଟ ହୋଇଛନ୍ତି। ଖାନ୍ ନଗରରୁ ୨, ଦେୱାନ ବଜାରରୁ ୨, ସେଲଟର ଛକରୁ […]

  • Tuesday, 06 July 2021
apps
ଭାରତରେ ବ୍ୟାନ୍ ହେଲା ଆଉ ୪୭ ଚାଇନିଜ୍ ଆପ୍ସ

ନୂଆଦିଲ୍ଲୀ: ଚୀନ୍ ଉପରେ ଆଉଏକ ଜିଡିଟାଲ୍ ଷ୍ଟ୍ରାଇକ୍ କରିଛି ଭାରତ। ଭାରତ ସରକାର ବଡ଼ ପଦକ୍ଷେପ ଉଠାଇ ଚୀନର ଆଉ ୪୭ଟି ଆପ୍ସକୁ ବ୍ୟାନ୍ କରିଛନ୍ତି। ଏହା ପୂର୍ବରୁ ଭାରତ ସରକାର ଚୀନର ୫୯ଟି ଆପ୍ସକୁ ବ୍ୟାନ୍ କରିଥିଲେ। କେବଳ ଏତିକି ନୁହେଁ, ସରକାରଙ୍କ ନଜରରେ ଏମିତି ୨୫୦ ଆପ୍ସ ଉପରେ ନଜର ରହିଛି, ଯେଉଁଥିରେ ଲୋକପ୍ରିୟ ଗେମିଂ ଆପ୍ସ ପବଜୀ ମଧ୍ୟ ସାମିଲ୍‌ ଅଛି। ଆଗାମୀ ଦିନରେ ଏହି ଆପ୍ସ ଉପରେ ମଧ୍ୟ ବ୍ୟାନ୍ ଲାଗିପାରେ। […]

  • Tuesday, 06 July 2021
rahul
କେଉଁଠି ଅଛନ୍ତି ରାହୁଲ୍ ଗାନ୍ଧି? ଜବାବ ମାଗିଲା ବିଜେପି

ନୂଆଦିଲ୍ଲୀ: କରୋନାଭାଇରସ୍ ହେଉ କି ରାଜସ୍ଥାନ ରାଜସ୍ଥାନରେ ଚାଲିଥିବା ରାଜନୈତିକ ସଙ୍କଟ ହେଉ, କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ଭିଡିଓ ଜରିଆରେ ନିଜର ମତ ସାବ୍ୟସ୍ତ କରିଆସୁଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ରାହୁଲ୍‌ ସାମ୍ନାକୁ ଆସି ସିଧାସଳଖ କୌଣସି ମନ୍ତବ୍ୟ ଦେଇଥିବା ଦେଖିବାକୁ ମିଳିନାହିଁ। ତେବେ କାହିଁକି ରାହୁଲ୍ ସର୍ବସମ୍ମୁଖକୁ ଆସୁନାହାନ୍ତି। ଏହାର ଜବାବ ଦେଇଛି ବିଜେପି। ବିଜେପିର ମୁଖପାତ୍ର ସମ୍ବିତ ପାତ୍ରଙ୍କ କହିବା ଅନୁଯାୟୀ, ରାହୁଲ୍ ଗାନ୍ଧି ହୁଏତ ବର୍ତ୍ତମାନ ଭାରତରେ ନାହାନ୍ତି। ବିଜେପିର ମୁଖପାତ୍ର […]

  • Tuesday, 06 July 2021
pervej
ଆଉ ନାହାନ୍ତି ଆକ୍ସନ ଡାଇରେକ୍ଟର ପରଭେଜ୍‌ ଖାନ୍

ମୁମ୍ବାଇ:ବଲିଉଡ୍‌ ପାଇଁ ଅଶୁଭ କି ୨୦୨୦ ? କାରଣ ଗୋଟିଏ ବର୍ଷରେ ଅନେକ କଳାକାରଙ୍କୁ ହରାଇଲାଣି ବଲିଉଡ୍‌। ଏବେ ବଲିଉଡ୍‌ର ଆକ୍ସନ ଡାଇରେକ୍ଟର ପରଭେଜ୍‌ ଖାନ୍‌ଙ୍କର ପରଲୋକ ହୋଇ ଯାଇଛି। ମାତ୍ର ୫୫ ବର୍ଷ ବୟସରେ ସୋମବାର ପରଭେଜ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ୧୯୮୬ ମସିହାରୁ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରି ଆସୁଥିଲେ। ପରଭେଜଙ୍କ ସହାୟକ ନିଶାନ୍ତ ଖାନାଙ୍କ କହିବା ଅନୁଯାୟୀ, ସୋମବାର ସକାଳେ ପରଭେଜ୍‌ଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ […]

  • Monday, 05 July 2021
gold
ରେକର୍ଡ ଭାଙ୍ଗିଲା ସୁନା ଦର, ଦ୍ୱିଗୁଣା ହେଲା ରୂପା

ଭୁବନେଶ୍ୱର: ହୁ ହୁ ହୋଇ ବଢ଼ୁଛି ସୁନା ଦର।  ୧୦ ଗ୍ରାମକୁ ହେଲାଣି ୫୨ ହଜାର ଟଙ୍କା । ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ପ୍ରଥମ ଥର ପାଇଁ ସୁନା ଦାମ୍ ୫୨ ହଜାର ହୋଇଛି। ସାଧାରଣତଃ କମୋଡିଟି ଏକ୍ସଚେଞ୍ଜ ତୁଳନାରେ ରିଟେଲ ମାର୍କେଟରେ ସୁନା ଓ ରୂପା ଦର କମ୍ ରହିଥାଏ । ଏବେ ସାରା ବିଶ୍ୱର ଅର୍ଥନୀତିରେ ଅସ୍ଥିରତା ଦେଖା ଦେଇଛି। ଲୋକେ ନିଜ ସଂପତ୍ତିକୁ ସୁରକ୍ଷିତ ରଖିବାକୁ ସୁନା କିଣିଥାନ୍ତି॥ କାରଣ ପ୍ରାୟତଃ ସୁନାର […]

  • Monday, 05 July 2021