Advertisment

ମୋଦିଙ୍କ ଟିମ୍‌ରେ ସାମିଲ ହୋଇପାରନ୍ତି ୧୮ ମନ୍ତ୍ରୀ, ସନ୍ଧ୍ୟା ୬ରେ ଶପଥ ଗ୍ରହଣ ଉତ୍ସବ

ମୋଦିଙ୍କ ଟିମ୍‌ରେ ସାମିଲ ହୋଇପାରନ୍ତି ନୂଆ ୧୮ ମନ୍ତ୍ରୀ। ରାଷ୍ଟ୍ରପତି ଭବନକୁ ୧୮ ଜଣଙ୍କ ନାଁ ଯାଇଥିବା ସୂଚନା ମିଳିଛି। ଜ୍ୟୋତିରାଦିତ୍ୟ ସିନ୍ଧିଆ, ସର୍ବାନନ୍ଦ ସୋନୱାଲ୍‌ ନାଁ ଯାଇଥିବା ସୂଚନା ମିଳିଛି। ଏହାସହ ପଶୁପତି ପାରସ, ନାରାୟଣ ରାଣେ, ଭୂପେନ୍ଦ୍ର ଯାଦବଙ୍କ ନାଁ ମଧ୍ୟ ଯାଇଥିବା ସୂଚନା ମିଳିଛି

author-image
Sarbeswar
ମୋଦିଙ୍କ ଟିମ୍‌ରେ ସାମିଲ ହୋଇପାରନ୍ତି ୧୮ ମନ୍ତ୍ରୀ, ସନ୍ଧ୍ୟା ୬ରେ ଶପଥ ଗ୍ରହଣ ଉତ୍ସବ

NarendraModi

ନୂଆଦିଲ୍ଲୀ: ମୋଦିଙ୍କ ଟିମ୍‌ରେ ସାମିଲ ହୋଇପାରନ୍ତି ନୂଆ ୧୮ ମନ୍ତ୍ରୀ। ରାଷ୍ଟ୍ରପତି ଭବନକୁ ୧୮ ଜଣଙ୍କ ନାଁ ଯାଇଥିବା ସୂଚନା ମିଳିଛି। ଜ୍ୟୋତିରାଦିତ୍ୟ ସିନ୍ଧିଆ, ସର୍ବାନନ୍ଦ ସୋନୱାଲ୍‌ ନାଁ ଯାଇଥିବା ସୂଚନା ମିଳିଛି। ଏହାସହ ପଶୁପତି ପାରସ, ନାରାୟଣ ରାଣେ, ଭୂପେନ୍ଦ୍ର ଯାଦବଙ୍କ ନାଁ ମଧ୍ୟ ଯାଇଥିବା ସୂଚନା ମିଳିଛି। ଏହାସହ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସଂଧ୍ୟା ୬ଟାରେ ଶପଥ ଗ୍ରହଣ ସମାରୋହ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ସେପଟେ, ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ଗଲା ମନ୍ତ୍ରୀଙ୍କ ତାଲିକା। ଏପଟେ, ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ ପ୍ରଧାନମନ୍ତ୍ରୀଙ୍କ ଘରେ ପହଞ୍ଚିଛନ୍ତି। ବିଜେଡି ସମର୍ଥନରେ ବିଜେପିରୁ ରାଜ୍ୟସଭା ଯାଇଛନ୍ତି ବୈଷ୍ଣବ। ସେ ପୂର୍ବତନ ଓଡ଼ିଶା କ୍ୟାଡର IAS ଅଫିସର ଥିଲେ। ଗୁଗୁତ୍ୱପୂର୍ଣ୍ଣ କଥା ହେଲା, ମନ୍ତ୍ରିମଣ୍ଡଳ ସଂପ୍ରସାରଣରେ ପଦୋନ୍ନତି ପାଇପାରନ୍ତି ୩ ମନ୍ତ୍ରୀ। ୩ ରାଷ୍ଟ୍ରମନ୍ତ୍ରୀଙ୍କୁ କ୍ୟାବିନେଟ ମନ୍ତ୍ରୀ କରାଯିବା ନେଇ ଚର୍ଚ୍ଚା ଚାଲିଛି। ଅନୁରାଗ ଠାକୁର, ଜି. କିଷନ ରେଡ୍ଡୀ ହୋଇପାରନ୍ତି କ୍ୟାବିନେଟ ମନ୍ତ୍ରୀ। ଏହାସହ ପୁରୁଷୋତ୍ତମ ରୁପାଲା ମଧ୍ୟ କ୍ୟାବିନେଟ ମନ୍ତ୍ରୀ ହେବା ନେଇ ଚର୍ଚ୍ଚା ଧରିଛି।

Advertisment

ସେପଟେ,ପ୍ରଧାନମନ୍ତ୍ରୀ ମୋଦିଙ୍କ କ୍ୟାବିନେଟ ସମ୍ପ୍ରସାରଣ ପୂର୍ବରୁ ଗଠନ ହେଲା ନୂତନ ମନ୍ତ୍ରାଳୟ । ଦେଶରେ ସମବାୟ ଆନ୍ଦୋଳନକୁ ମଜଭୁତ କରିବା ତଥା ଏହାକୁ ନୀତିଗତ ଢାଞ୍ଚା ଦେବା ଉଦ୍ଦେଶ୍ୟରେ ମିନିଷ୍ଟ୍ରି ଅଫ କୋଅପରେସନ ବା ସହଯୋଗ ମନ୍ତ୍ରାଳୟ ଭାବେ ଏହି ନୂତନ ମନ୍ତ୍ରାଳୟ  ଗଠନ କରାଯାଇଛି  ।ମନ୍ତ୍ରାଳୟ କାରବାରକୁ  ସରଳୀକୃତ କରିବାକୁ ମଧ୍ୟ ଏହି ମନ୍ତ୍ରାଳୟର ଲକ୍ଷ୍ୟ ବୋଲି କୁହାଯାଇଛି।   ମିନିଷ୍ଟ୍ରି ଅଫ୍ କୋଅପରେସନ ସହଯୋଗ ଆନ୍ଦୋଳନକୁ ମଜଭୁତ କରିବାକୁ ପୃଥକ ଭାବେ ପ୍ରଶାସନିକ, ଆଇନ ସହ ନୀତିଗତ ବ୍ୟବସ୍ଥା ଯୋଗାଇବ।  ଏହି ମନ୍ତ୍ରାଳୟ ଲାଗି ଆଜି ନୂତନ ମନ୍ତ୍ରୀଙ୍କ ନାଁ ମଧ୍ୟ ଘୋଷଣା କରାଯିବ।  ମିନିଷ୍ଟ୍ରି ଅଫ୍ କୋଅପରେସନ ଇଜ୍ ଅଫ୍ ଡୁଇଂକୁ ଅଧିକ ସରଳ କରିବାରେ ସହୟତା କରିବ। 

Advertisment
Narendra Modi India Union Cabinet
Advertisment
Advertisment