Advertisment

ପୁଲଓ୍ୱାମାରେ ଏନକାଉଣ୍ଟର: ୨୪ ଘଣ୍ଟାରେ ୫ ଆତଙ୍କୀ ନିପାତ

ଜାମ୍ମୁ-କାଶ୍ମୀରର ପୁଲଓ୍ୱାମା ପୁଚାଲ ଅଞ୍ଚଳରେ ହୋଇଛି ଏନ୍‌କାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ଆତଙ୍କବାଦୀ ନିହତ ହୋଇଛନ୍ତି । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି।

author-image
Minati Mishra
ଅଦ୍ୟତନ ହୋଇଛି
ପୁଲଓ୍ୱାମାରେ ଏନକାଉଣ୍ଟର: ୨୪ ଘଣ୍ଟାରେ ୫ ଆତଙ୍କୀ ନିପାତ

encounter at pulwama

ନୂଆଦିଲ୍ଲୀ: ଏନ୍‌କାଉଣ୍ଟରରେ ୫ ଆତଙ୍କବାଦୀ ନିହତ  । ଜାମ୍ମୁ-କାଶ୍ମୀରର ପୁଲଓ୍ୱାମା ପୁଚାଲ ଅଞ୍ଚଳରେ ହୋଇଛି ଏନ୍‌କାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ଆତଙ୍କବାଦୀ ନିହତ ହୋଇଛନ୍ତି । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି।
ଗତକାଲି ବିଳମ୍ବିତ ରାତିରେ ହୋଇଛି ଗୁଳି ବିନିମୟ। ପୁଲଓ୍ୱାମା ପୁଚାଲ ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ଖବର ମିଳିବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଅପରେସନ ଆରମ୍ଭ ହୋଇଥିଲା ।  ଏହି ଏନକାଉଣ୍ଟରରେ ସେନା, ଅର୍ଦ୍ଧସୈନିକ ବଳ, ଦମକଳ, ରାଜ୍ୟ ପୋଲିସ ସାମିଲ ହୋଇଥିଲେ। ଏଥିରେ ୨ ଆତଙ୍କୀ ନିହତ ହୋଇଛନ୍ତି।  ନିହତ ଆତଙ୍କୀଙ୍କର କୌଣସି ପରିଚୟ ମିଳି ପାରିନାହିଁ। ତେବେ ଏହି ଅଞ୍ଚଳରେ ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି। ଏହାକୁ ମିଶାଇ ଗତ ୨୪ ଘଣ୍ଟାରେ ମୋଟ ୫ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଘଟଣାସ୍ଥଳରେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି। 

Advertisment

କାଶ୍ମୀର ପୋଲିସ ଆଇଜି ବିଜୟ କୁମାର ସୂଚନା ଦେଇ କହିଛନ୍ତି, କାଶ୍ମୀରରେ ୨୪ ଘଣ୍ଟାରେ ୫ ଆତଙ୍କୀ ନିହତ ହୋଇଛନ୍ତି। ଏଥିପାଇଁ ସେ ପୋଲିସ ଏବଂ ସୁରକ୍ଷାବଳଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଅନ୍ୟପକ୍ଷେ ରାଜୌରୀରେ ଏଲଓସିରେ ଆତଙ୍କୀମାନେ ଅନୁପ୍ରବେଶ ଉଦ୍ୟମ କରୁଥିବାବେଳେ ସୁରକ୍ଷାକର୍ମୀମାନେ ବିଫଳ କରି ଦେଇଥିଲେ। ପାକ୍‌ ଆତଙ୍କୀ ରାଜୌରୀ ଜିଲ୍ଲାର ନିୟନ୍ତ୍ରଣ ରେଖା ନିକଟରେ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଥିଲେ। ହେଲେ ତାଙ୍କର ଏହି ଉଦ୍ୟମକୁ ସୁରକ୍ଷାକର୍ମୀ ସଫଳ ହେବାକୁ ଦେଇ ନ ଥିଲେ। ଏହି ଘଟଣାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କୀଙ୍କ ମୁଣ୍ଡ ଗଡ଼ିଥିବା ପ୍ରତିରକ୍ଷା ମନ୍ତ୍ରାଳୟର ପ୍ରବକ୍ତା ସୂଚନା ଦେଇଛନ୍ତି। ନିହତ ଆତଙ୍କୀଙ୍କ ଶବକୁ ସୁରକ୍ଷାକର୍ମୀ ଜବତ କରିଛନ୍ତି।
‌ଅନ୍ୟପକ୍ଷେ ଏନ୍‌କାଉଣ୍ଟରରେ ୨ ଜଣ ଯବାନ ଆହତ ହୋଇଛନ୍ତି।

Advertisment
Encounter In Jammu And Kashmir J&K Encounter
Advertisment
Advertisment