Advertisment

କ୍ୟାବିନେଟ ସମ୍ପ୍ରସାରଣ ପୂର୍ବରୁ ଗଠନ ହେଲା ନୂଆ ମନ୍ତ୍ରାଳୟ

ପ୍ରଧାନମନ୍ତ୍ରୀ ମୋଦିଙ୍କ କ୍ୟାବିନେଟ ସମ୍ପ୍ରସାରଣ ପୂର୍ବରୁ ଗଠନ ହେଲା ନୂତନ ମନ୍ତ୍ରାଳୟ । ଦେଶରେ ସମବାୟ ଆନ୍ଦୋଳନକୁ ମଜଭୁତ କରିବା ତଥା ଏହାକୁ ନୀତିଗତ ଢାଞ୍ଚା ଦେବା ଉଦ୍ଦେଶ୍ୟରେ ମିନିଷ୍ଟ୍ରି ଅଫ କୋଅପରେସନ ବା ସହଯୋଗ ମନ୍ତ୍ରାଳୟ ଭାବେ ଏହି ନୂତନ ମନ୍ତ୍ରାଳୟ  ଗଠନ କରାଯାଇଛି  ।

author-image
Minati Mishra
୮ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

Prime Minister Narendra Modi

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କ କ୍ୟାବିନେଟ ସମ୍ପ୍ରସାରଣ ପୂର୍ବରୁ ଗଠନ ହେଲା ନୂତନ ମନ୍ତ୍ରାଳୟ । ଦେଶରେ ସମବାୟ ଆନ୍ଦୋଳନକୁ ମଜଭୁତ କରିବା ତଥା ଏହାକୁ ନୀତିଗତ ଢାଞ୍ଚା ଦେବା ଉଦ୍ଦେଶ୍ୟରେ ମିନିଷ୍ଟ୍ରି ଅଫ କୋଅପରେସନ ବା ସହଯୋଗ ମନ୍ତ୍ରାଳୟ ଭାବେ ଏହି ନୂତନ ମନ୍ତ୍ରାଳୟ  ଗଠନ କରାଯାଇଛି  ।ମନ୍ତ୍ରାଳୟ କାରବାରକୁ  ସରଳୀକୃତ କରିବାକୁ ମଧ୍ୟ ଏହି ମନ୍ତ୍ରାଳୟର ଲକ୍ଷ୍ୟ ବୋଲି କୁହାଯାଇଛି। 

Advertisment

 ମିନିଷ୍ଟ୍ରି ଅଫ୍ କୋଅପରେସନ ସହଯୋଗ ଆନ୍ଦୋଳନକୁ ମଜଭୁତ କରିବାକୁ ପୃଥକ ଭାବେ ପ୍ରଶାସନିକ, ଆଇନ ସହ ନୀତିଗତ ବ୍ୟବସ୍ଥା ଯୋଗାଇବ।  ଏହି ମନ୍ତ୍ରାଳୟ ଲାଗି ଆଜି ନୂତନ ମନ୍ତ୍ରୀଙ୍କ ନାଁ ମଧ୍ୟ ଘୋଷଣା କରାଯିବ।  ମିନିଷ୍ଟ୍ରି ଅଫ୍ କୋଅପରେସନ ଇଜ୍ ଅଫ୍ ଡୁଇଂକୁ ଅଧିକ ସରଳ କରିବାରେ ସହୟତା କରିବ। 

Advertisment

 କ୍ୟାବିନେଟ ସଚିବଙ୍କ ଦ୍ୱାରା ଜାରି ଏକ ପ୍ରେସ ରିଲିଜରେ କୁହାଯାଇଛି, ସହଯୋଗରୁ ସମୃଦ୍ଧି ଲକ୍ଷ୍ୟ ହାସଲ କରିବା ପାଇଁ ଏପରି ମନ୍ତ୍ରଣାଳୟ ଗଠନ କରାଯାଇଛି। ଏହା ଏକ ଐତିହାସିକ ପଦକ୍ଷେପ।  ଏଠି କହିରଖିବୁ, ଚଳିତବର୍ଷ ବଜେଟି ଉପସ୍ଥାପନ ବେଳେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ସହଯୋଗ ମନ୍ତ୍ରାଳୟ ଗଠନ ହେବ ବୋଲି ଘୋଷଣା କରିଥିଲେ। ସେହି ଘୋଷଣା ଅନୁସାରେ, କେନ୍ଦ୍ର ସରକାର ସହଯୋଗ ମନ୍ତ୍ରାଳୟ ଗଠନ କରିଥିବା ଜଣାଯାଇଛି। 
ସୂଚନାଥାଉ କି, ଆଜି ସଂଧ୍ୟାରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରାଯିବ।  ଯେଉଁମାନେ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବାର ସମ୍ଭାବନା ଅଛି, ସମସ୍ତଙ୍କୁ ଦିଲ୍ଲୀ ଡକରା ଯାଇଛି । ହେଲେ ସେମାନେ ଖୋଲାଖୋଲି କିଛି କହୁ ନାହାନ୍ତି। ମନ୍ତ୍ରିମଣ୍ଡଳରେ ୮୧ ଜଣ ମନ୍ତ୍ରୀ ରହିବାର ବ୍ୟବସ୍ଥା ଥିବାବେଳେ ଏବେ ୫୩ ଜଣ ମନ୍ତ୍ରୀ ଅଛନ୍ତି।  ଅର୍ଥାତ୍ ଆହୁରି ୨୮ ଜଣଙ୍କୁ ମନ୍ତ୍ରୀ କରି ପାରିବେ ପ୍ରଧାନମନ୍ତ୍ରୀ।

 ଆସନ୍ତାବର୍ଷ ହେବାକୁ ଥିବା ୫ଟି ରାଜ୍ୟର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସେହି ସବୁ ରାଜ୍ୟର ସାଂସଦ ଓ ସହଯୋଗୀ ଦଳଙ୍କୁ ଗୁରୁତ୍ୱ ଦେଇପାରନ୍ତି ମୋଦି।  

Modi Govt Ministry Of Cooperation
Advertisment
Advertisment