Advertisment

Jaya Hotel: ଜୟା ହୋଟେଲରେ ଗୋ-ମାଂସ ଭକ୍ଷଣ ! ଲଣ୍ଡା ହୋଇ ପ୍ରାୟଶ୍ଚିତ କଲେ ଦୁଇ ଯୁବକ

ଗ୍ରାହକ ଭାବୁଥିଲେ ଖାଉଛନ୍ତି ମଟନ ଝୋଳ। ହେଲେ ହୋଟେଲ ଦେଉଥିଲା ଗୋ-ମାଂସ ! ଗ୍ରାହକ ଆଖିବୁଜି କରୁଥିଲେ ବିଶ୍ୱାସ। ହୋଟେଲ ମାଲିକ ଦେଉଥିଲେ ବିଶ୍ୱାସରେ ବିଷ ! ପୁରୀ ସତ୍ୟବାଦୀର ଜୟା ହୋଟେଲକୁ ନେଇ ଏଭଳି ଆରମ୍ଭ ହୋଇଛି ଚର୍ଚ୍ଚା। ସତ୍ୟବାଦୀ ଅଞ୍ଚଳର ଜଣେ ଗୋ-ଚାଲାଣକାରୀଙ୍କ ବୟାନ ହିଁ ଖେଳାଇ ଦେଇଥିଲା ଲୋକଙ୍କ ଭିତରେ କୋକୁଆ ଭୟ। ସାକ୍ଷୀଗୋପାଳର ଜୟା ହୋଟେଲରେ ମଟନରେ ଗୋ-ମାଂସ ମିଶାଉଥିବା କଥା ସେ କହିଥିଲେ।

author-image
Saroj Kumar Jena
ଅଦ୍ୟତନ ହୋଇଛି
mutton

mutton

ଅଜାଣତରେ ଗୋମାଂସ ଖାଇ ଦେଇଥିଲେ। ଆଉ ସତ୍ୟତା ଜାଣିବା ପରେ ବର୍ତ୍ତମାନ ପ୍ରାୟଶ୍ଚିତ କରିଛନ୍ତି। ସାକ୍ଷୀଗୋପାଳ ସ୍ଥିତ ବିବାଦୀୟ ଜୟା ହୋଟେଲରେ ଏହି ଦୁଇ ଯୁବକ ଅଜାଣତରେ ଗୋମାଂସ ଖାଇ ଦେଇଥିଲେ। ଜୟା ହୋଟେଲରେ ମଟନ ନାମରେ ଗୋମାଂସ ବିକ୍ରି କରାଯାଉଥିଲା। ଏହି ଖବର ଜାଣିବା ପରେ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ବ୍ରାହ୍ମଣଙ୍କ ଠାରୁ ପ୍ରାୟଶ୍ଚିତ ହେବା ନିମନ୍ତେ ବିଧି ଗ୍ରହଣ କରି ପୁରୀ ମାଳତିପାଟପୁରର ଦୁଇ ଯୁବକ କୈଳାଶ ଚନ୍ଦ୍ର ପରିଡ଼ା ଓ ଯୋଗେନ୍ଦ୍ର ମଲ୍ଲିକ ଲଣ୍ଡା ହୋଇଛନ୍ତି। ଏହା ସହିତ ଗୋବର ପାଣି ପିଇ ପବିତ୍ର ନରେନ୍ଦ୍ର ପୁଷ୍କରିଣୀରେ ସ୍ନାନ କରି ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଶ୍ରୀଲୋକନାଥଙ୍କ ଦର୍ଶନ କରି ମୁକ୍ତି ମଣ୍ଡପରେ କ୍ଷମା ପ୍ରାର୍ଥନା କରି ପ୍ରାୟଶ୍ଚିତ କରିଛନ୍ତି।

Advertisment

ଗ୍ରାହକ ଭାବୁଥିଲେ ଖାଉଛନ୍ତି ମଟନ ଝୋଳ। ହେଲେ ହୋଟେଲ ଦେଉଥିଲା ଗୋମାଂସ ! ଗ୍ରାହକ ଆଖିବୁଜି କରୁଥିଲେ ବିଶ୍ୱାସ। ହୋଟେଲ ମାଲିକ ଦେଉଥିଲେ ବିଶ୍ୱାସରେ ବିଷ ! ପୁରୀ ସତ୍ୟବାଦୀର ଜୟା ହୋଟେଲକୁ ନେଇ ଏଭଳି ଆରମ୍ଭ ହୋଇଛି ଚର୍ଚ୍ଚା। ସତ୍ୟବାଦୀ ଅଞ୍ଚଳର ଜଣେ ଗୋ-ଚାଲାଣକାରୀଙ୍କ ବୟାନ ହିଁ ଖେଳାଇ ଦେଇଥିଲା ଲୋକଙ୍କ ଭିତରେ କୋକୁଆ ଭୟ। ସାକ୍ଷୀଗୋପାଳର ଜୟା ହୋଟେଲରେ ମଟନରେ ଗୋମାଂସ ମିଶାଉଥିବା କଥା ସେ କହିଥିଲେ।

ଅଧିକ ପଢ଼ନ୍ତୁ: ଘଣ୍ଟି ବଜାଇଲେ ମୋହନ, ୧ କୋଟି ମହିଳାଙ୍କୁ ମିଳିଲା ଦ୍ୱିତୀୟ କିସ୍ତି

ତେବେ ଭିଡିଓ ଭାଇରାଲ୍‌ ପରେ ଜିଲ୍ଲା ପ୍ରଶାସନ ଆକ୍ସନ ନେଇଥିଲା। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବିଳମ୍ବିତ ରାତିରେ ଜୟା ଢ଼ାବାକୁ ସିଲ୍‌ କରି ଦିଆଯାଇଥିଲା। ଆଇନଶୃଙ୍ଖଳା ଦୃଷ୍ଟିରୁ ଏଠାରେ ପୁଲିସ ମୁତୟନ କରାଯାଇଥିଲା। ଘଟଣାର ସତ୍ୟତା ପରଖିବା ନେଇ ରାଜ୍ୟ ପରୀକ୍ଷାଗାରକୁ ଯାଇଛି ମାଂସ ନମୂନା। ଅପରପକ୍ଷରେ ଭିଡିଓରେ ସତ୍ୟବାଦୀ ଥାନାର ଯେଉଁ ମହିଳା ସବ୍‌ଇନ୍ସପେକ୍ଟରଙ୍କ କଥା ଉଠିଥିଲା, ତାଙ୍କୁ ରାତାରାତି ଜିଲ୍ଲା ହେଡ୍‌କ୍ବାର୍ଟର୍ସକୁ ବଦଳି କରି ଦିଆଯାଇଛି। ଘଟଣାକୁ ନେଇ ତଦନ୍ତ ଆରମ୍ଭ ହୋଇଥିଲା।

Advertisment

ହୋଟେଲକୁ ଗୋମାଂସ ଚାଲାଣ ହେବା ନେଇ ଖୁଲାସା ପରେ ଅଞ୍ଚଳରେ ଖେଳି ଯାଇଛି ଚାଞ୍ଚଲ୍ୟ। ପୁଲିସ ଅନେକ ସ୍ଥାନରେ ଚଢାଉ କରିଛି। ଆଉ ସମ୍ପୃକ୍ତ ଭିଡ଼ିଓରେ ଥିବା ଗୋଚାଲାଣକାରୀ ବିରୁଦ୍ଧରେ ମାମଲା ରୁଜୁ ହୋଇଛି। ତେବେ ଏଭଳି ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।

ତେବେ ଏହି ଭିଡିଓ ଭାଇରାଲ୍‌ ହେବା ପରେ ହୋଟେଲରେ ମାଂସ ଖାଇବାକୁ ନେଇ ଲୋକଙ୍କ ମନରେ ସଂଶୟ ସୃଷ୍ଟି ହୋଇଛି। ଯେହେତୁ ଜୟା ଢ଼ାବାରେ ମଟନ୍‌ ସହ ଗୋମାଂସ ମିଶାଯାଉଥିବା ଅଭିଯୋଗ ଆସିଥିଲା, ଏହି ଅଭିଯୋଗର ସତ୍ୟତା ନ ଜଣାପଡ଼ିବା ପର୍ଯ୍ୟନ୍ତ ଢ଼ାବା ସିଲ୍‌ ରହିବ। ମାଂସ ପରୀକ୍ଷାର ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଅଧିକ ପଢ଼ନ୍ତୁ: ତୃତୀୟ ଦିନରେ ଘାଣ୍ଟୁଛି NHRC, ଚାଲିଛି ଖୋଳତାଡ଼, ଖୋଲୁଛି କେଳେଙ୍କାରୀର କଳା ଚିଠା।

Mutton Beef Shri Mandir
Advertisment
Advertisment