Advertisment

କେନ୍ଦ୍ରରେ କ୍ୟାବିନେଟ୍‌ ମନ୍ତ୍ରୀ ଭାବରେ ଶପଥ ନେଲେ ଅଶ୍ୱିନୀ ବୈଷ୍ଣବ

ରାଷ୍ଟ୍ରପତି ଭବନରେ ଶପଥ ନେଉଛନ୍ତି ମୋଦି ସରକାରର ମନ୍ତ୍ରୀ। ଓଡ଼ିଶାରୁ କେନ୍ଦ୍ର କ୍ୟାବିନେଟ୍‌ ମନ୍ତ୍ରୀ ଭାବରେ ଶପଥ ନେଲେ ଅଶ୍ୱିନୀ ବୈଷ୍ଣବ। ଶ୍ରୀ ବୈଷ୍ଣବ ରାଜ୍ୟସଭାରୁ ସାଂସଦ ଭାବରେ ନିର୍ବାଚିତ ହୋଇଛନ୍ତି

author-image
Sarbeswar
ଅଦ୍ୟତନ ହୋଇଛି
କେନ୍ଦ୍ରରେ କ୍ୟାବିନେଟ୍‌ ମନ୍ତ୍ରୀ ଭାବରେ ଶପଥ ନେଲେ ଅଶ୍ୱିନୀ ବୈଷ୍ଣବ

Ashwini Vaishnaw

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ଶପଥ ନେଉଛନ୍ତି ମୋଦି ସରକାରର ମନ୍ତ୍ରୀ। ଓଡ଼ିଶାରୁ କେନ୍ଦ୍ର କ୍ୟାବିନେଟ୍‌ ମନ୍ତ୍ରୀ ଭାବରେ ଶପଥ ନେଲେ ଅଶ୍ୱିନୀ ବୈଷ୍ଣବ। ଶ୍ରୀ ବୈଷ୍ଣବ ରାଜ୍ୟସଭାରୁ ସାଂସଦ ଭାବରେ ନିର୍ବାଚିତ ହୋଇଛନ୍ତି। କେବଳ ଅଶ୍ୱିନୀ ନୁହେଁ ବରଂ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନବାଲ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ବୀରେନ୍ଦ୍ର କୁମାର, ନାରାୟଣ ରାଣେ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଓଡ଼ିଶାରୁ ବିଶେଶ୍ୱର ଟୁଡୁ ମଧ୍ୟ ମନ୍ତ୍ରୀ ହେବେ ବୋଲି ଜଣାପଡ଼ିଛି। ତେବେ ଶପଥ ଗ୍ରହଣ ଉତ୍ସବରେ ରାଷ୍ଚ୍ରପତି ରାମନାଥ କୋବିନ୍ଦ, ରାଷ୍ଟ୍ରପତିଙ୍କ ଧର୍ମପତ୍ନୀ, ଉପରାଷ୍ଟ୍ର ପତି ଭେଙ୍କେୟା ନାଇଡ଼ୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ୍‌ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଓ ନିର୍ମଳା ସୀତାରମଣ ଉପସ୍ଥିତ ଅଛନ୍ତି। ସୂଚନା ଥାଉ କି ଆଜି ୪୩ ଜଣ କେନ୍ଦ୍ର ମନ୍ତ୍ରୀ ଭାବେ ଶପଥ ନେଉଛନ୍ତି |

Advertisment

ତେବେ ମନ୍ତ୍ରୀଙ୍କ ତାଲିକାର ୬ନମ୍ବର ସ୍ଥାନରେ ରହିଥିଲା ଅଶ୍ୱିନୀ ବୈଷ୍ଣବଙ୍କ ନାଁ। ଅବସରପ୍ରାପ୍ତ IAS ଅଧିକାରୀ ଅଶ୍ୱିନୀ ବୈଷ୍ଣବ ଓଡିଶାରୁ ରାଜ୍ୟସଭା ସାଂସଦ ଅଛନ୍ତି। ୨୦୧୯ରେ ବିଜେପି ସର୍ମର୍ଥନରେ ରାଜ୍ୟସଭା ସାଂସଦ ହୋଇଥିଲେ। ଏହା ପରେ ସେ ବିଦ୍ଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଥିଲେ। ବିଜେଡି ମଧ୍ୟ ତାଙ୍କ ପ୍ରାର୍ଥୀତ୍ୱକୁ ସେତେବେଳେ ସମର୍ଥନ କରିଥିଲା

Advertisment

ଅଶ୍ୱିନୀ ବୈଷ୍ଣବ ୧୯୯୪ ବ୍ୟାଚର ଓଡିଶା କ୍ୟାଡରର ଆଇ.ଏ.ଏସ୍ ଅଧିକାରୀ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ବେଳେ ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଉପସଚିବ ଭାବେ ଅବସ୍ଥାପିତ ହୋଇଥିଲେ। ପରେ ବାଜପେୟୀ ପଦ ଛାଡିବା ପରେ ସେ ତାଙ୍କ ପ୍ରାଇଭେଟ ସେକ୍ରେଟାରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ଏହା ପୂର୍ବରୁ ସେ ବାଲେଶ୍ୱର ଓ କଟକର ଜିଲ୍ଲାପାଳ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ତେବେ ପରେ ସେ ପ୍ରଶାସନିକ ସେବାରୁ ଅବ୍ୟହତି ନେଇଥିଲେ ଏହାପରେ ସେ କର୍ପୋରେଟ କ୍ଷେତ୍ରରେ ଯୋଗ ଦେଇଥିଲେ। ଜି.ଏ.ଟ୍ରାନ୍ସପୋର୍ଟ ଏବଂ ସିମେନ୍ସ ଭଳି କମ୍ପାନୀରେ ସେ ଉଚ୍ଚ ପଦବୀରେ କାର୍ଯ୍ୟନିର୍ବାହ କରିଥିଲେ।

୧୯୭୦ ମସିହା ରାଜସ୍ଥାନ ଜୟପୁରରେ ତାଙ୍କ ଜନ୍ମ। ଯୋଧପୁର ବିଶ୍ୱବିଦ୍ୟାଳୟରୁ ଗୋଲ୍ଡ ମେଡାଲ ସହ ଇଞ୍ଜିନିୟରିଂରେ ଡିଗ୍ରୀ ଏବଂ ଆଇ.ଆଇ.ଟି କାନପୁରରୁ ଏମ୍.ଟେକ ଡିଗ୍ରୀ ହାସଲ କରିଛନ୍ତି। ଆମେରିକାର ହ୍ୱାର୍ଟନ ସ୍କୁଲରୁ ଫାଇନାନ୍ସରେ ଏମ.ବି.ଏ ଶିକ୍ଷାପ୍ରାପ୍ତ କରିଛନ୍ତି ଅଶ୍ୱିନୀ।

Union Govt BJP NarendraModi
Advertisment
Advertisment