• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଦେଶରେ ଆଜି ୪୩ ହଜାର ୭୩୩ ପଜିଟିଭ ଚିହ୍ନଟ

  • ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୬ ଲକ୍ଷ ୬୩ ହଜାର ୬୬୫ କୁ ବୃଦ୍ଧି

  • ଗୋଟିଏ ଦିନରେ ୯୩୦ ଜଣଙ୍କ କରୋନା ଜନିତ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି । ପ୍ରତିଦିନ ନୂତନ ସଂକ୍ରମିତଙ୍କ ଗ୍ରାଫ୍ ଖସୁଛି । ତେବେ ଏହାରି ଭିତରେ କରୋନାର ଡେଲଟା ପ୍ଲସ୍ ଭାରିଆଣ୍ଟ ସମ୍ପର୍କରେ ଆଲର୍ଟ ମଧ୍ୟ ଜାରି ହୋଇସାରିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ, କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଥିଲେ ସୁଦ୍ଧା ବିପଦ ଟଳିନି । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୩,୭୩୩ ନୂଆ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ପୁଣି ୧୦୦୦ ପାଖାପାଖି ରହିଛି । ଗୋଟିଏ ଦିନରେ ୯୩୦ କରୋନା ସଂକ୍ରମିତ ଜୀବନ ହାରିଛନ୍ତି । ନୂଆ ସଂକ୍ରମିତଙ୍କୁ ମିଶାଇ ବର୍ତ୍ତମାନ ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୬ ଲକ୍ଷ ୬୩ ହଜାର ୬୬୫ କୁ ବୃଦ୍ଧି ପାଇଛି ।

 

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ ବର୍ତ୍ତମାନ ଦେଶରେ ୪ ଲକ୍ଷ ୫୯ ହଜାର ୯୨୦ ସକ୍ରିୟ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି । ଅନ୍ୟପଟେ ଏବେ ସୁଦ୍ଧା ୨ କୋଟି ୯୭ ଲକ୍ଷ ୯୯ ହଜାର ୫୩୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ଦେଶରେ ‌ଏପର୍ଯ୍ୟନ୍ତ ମୋଟ୍ ୪ ଲକ୍ଷ ୪ ହଜାର ୨୧୧ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୩୬,୧୩, ୨୩,୫୪୮ ଡୋଜ୍ ଟିକାକରଣ ହୋଇସାରିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୬,୦୫,୯୯୮ ଲୋକଙ୍କୁ କରୋନା ଟିକା ଦିଆଯାଇଛି ।

ସେପଟେ ମଙ୍ଗଳବାର ଦିନ ମହାରାଷ୍ଟ୍ରରେ ୮,୪୧୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ ମହାମାରୀ ଯୋଗୁଁ ୧୭୧ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହା ସହିତ ଗତ ୨୪ ଘଣ୍ଟା ମଧ୍ୟରେ ୧୦,୫୪୮ ରୋଗୀ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ମହାରାଷ୍ଟ୍ରରେ ମୋଟ ସଂକ୍ରମଣ ୬୧,୧୩,୩୩୫ରେ ପହଞ୍ଚିଛି ଓ ମୃତ୍ୟୁ ସଂଖ୍ୟା ୧,୨୩,୫୩୧କୁ ବୃଦ୍ଧି ପାଇଛି । ଏପର୍ଯ୍ୟନ୍ତ ୫୮,୭୨,୨୬୮ ଜଣ କରୋନାରୁ ଆରୋଗ୍ୟ ହୋଇଛନ୍ତି ଲାଭ କରିଛନ୍ତି ଏବଂ ବର୍ତ୍ତମାନ କୋଭିଡ -19 ରେ ୧,୧୪,୨୯୭7 ରୋଗୀ ଚିକିତ୍ସିତ ହେଉଛନ୍ତି । ମହାରାଷ୍ଟ୍ରରେ ପୁନରୁଦ୍ଧାର ହାର ୯୬.୦୬ ପ୍ରତିଶତ ଏବଂ ମହାମାରୀ ଯୋଗୁଁ ମୃତ୍ୟୁ ହାର ୨.୦୧ ପ୍ରତିଶତ । ଏହା ବ୍ୟତୀତ ସଂକ୍ରମଣ ହାର ୧୪.୨୫ ପ୍ରତିଶତ ଅଟେ ।