Advertisment

ଓଡ଼ିଶାରୁ ୨ ମନ୍ତ୍ରୀ ସାମିଲ ହେବା ନେଇ ସ୍ପଷ୍ଟ ହେଲା ଚିତ୍ର

ଆଜି ସନ୍ଧ୍ୟାରେ ମୋଦିଙ୍କ ଟିମର ନବକେଳବର । ନୂତନ କ୍ୟାବିନେଟରେ କାହାକୁ ମିଳିବ ମନ୍ତ୍ରୀପଦ ? ଏପରି କଳ୍ପନା ଜଳ୍ପନା ମଧ୍ୟରେ ମୟୂରଭଂଜ ସାଂସଦ ବିଶ୍ୱେଶ୍ୱର ଟୁଡୁଙ୍କ ନାଁ ଚର୍ଚ୍ଚାରେ ରହିଥିଲା । କେନ୍ଦ୍ରମନ୍ତ୍ରୀ ହୋଇପାରନ୍ତି ମୟୂରଭଂଜ ସାଂସଦ ।

author-image
Sarbeswar
ଓଡ଼ିଶାରୁ ୨ ମନ୍ତ୍ରୀ ସାମିଲ ହେବା ନେଇ ସ୍ପଷ୍ଟ ହେଲା ଚିତ୍ର

Bishweswar Tudu,Ashwini Vaishnaw

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଓଡ଼ିଶାର ୨ ନୂଆ ମନ୍ତ୍ରୀ ସାମିଲ୍ ହେବା ସ୍ପଷ୍ଟ ହୋଇଛି । ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ଅଶ୍ୱିନୀ ବୈଷ୍ଣବ ଓ ବିଶ୍ୱେଶ୍ୱର ଟୁଡ଼ୁ। ମୟୂରଭଞ୍ଜ ସାସଂଦ ବିଶେଶ୍ୱର ଟୁଡ଼ୁ ହୋଇଥିବା ବେଳେ ଓଡ଼ିଶାରୁ ରାଜ୍ୟସଭା ସାଂସଦ ଭାବରେ ମନୋନୀତି ହୋଇଛନ୍ତି। 

Advertisment

ଆଜି ସନ୍ଧ୍ୟାରେ ମୋଦିଙ୍କ ଟିମର ନବକେଳବର । ନୂତନ କ୍ୟାବିନେଟରେ କାହାକୁ ମିଳିବ ମନ୍ତ୍ରୀପଦ ? ଏପରି କଳ୍ପନା ଜଳ୍ପନା ମଧ୍ୟରେ ମୟୂରଭଂଜ ସାଂସଦ ବିଶ୍ୱେଶ୍ୱର ଟୁଡୁଙ୍କ ନାଁ ଚର୍ଚ୍ଚାରେ ରହିଥିଲା । କେନ୍ଦ୍ରମନ୍ତ୍ରୀ ହୋଇପାରନ୍ତି ମୟୂରଭଂଜ ସାଂସଦ । ବର୍ତ୍ତମାନ ବିଜେପି ରାଷ୍ଟ୍ରିୟ ସମ୍ପାଦକ ଭାବେ ଦାୟିତ୍ୱ ତୁଲାଉଛନ୍ତି ବିଶ୍ୱେଶ୍ୱର । ସେ ଏବେ ଦିଲ୍ଲୀରେ ଥିବାବେଳେ ତାଙ୍କର କରୋନା ଟେଷ୍ଟ ହୋଇସାରିଛି । ୨୦୧୯ ଲୋକସଭା ନିର୍ବାଚନରେ ମୟୁରଭଞ୍ଜ ନିର୍ବାଚନ ମଣ୍ଡଳୀରୁ ବିଜେପି ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ । ଏହି ନିର୍ବାଚନରେ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଦେବାଶିଷ ମାରାଣ୍ଡିଙ୍କୁ ୨୫,୨୫୬ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।

Advertisment

ସେପଟେ ମୋଦିଙ୍କ ନୂଆ ଟିମରେ ସାମିଲ ହେବେ ଅଶ୍ୱିନୀ ବୈଷ୍ଣବ । ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ଘରେ ଅଛନ୍ତି ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ । ବିଜେଡି ସମର୍ଥନରେ ବିଜେପିରୁ ରାଜ୍ୟସଭା ଯାଇଛନ୍ତି ପୂର୍ବତନ ଓଡ଼ିଶା କ୍ୟାଡର IAS ଅଶ୍ୱିନୀ ବୈଷ୍ଣବ । ଅଶ୍ୱିନୀ ବୈଷ୍ଣବ ଜଣେ ଦକ୍ଷ ପ୍ରଶାସକ ଭାବେ ଓଡ଼ିଶାରେ କାର୍ଯ୍ୟଦକ୍ଷତା ଦେଖାଇ ସାରିଛନ୍ତି ।ପ୍ରଶାସକରୁ ବ୍ୟବସାୟୀ ଓ ବ୍ୟବସାୟୀରୁ ରାଜ୍ୟସଭା ସାଂସଦ ଆଉ ଏବେ ମନ୍ତ୍ରୀ ପଦ ମିଳିବା ସ୍ପଷ୍ଟ ହୋଇଛି।

Narendra Modi India Union Cabinet
Advertisment
Advertisment