/odishatv-khabar/media/post_attachments/uploadimage/library/16_9/16_9_0/IMAGE_1625710713.jpg)
Virbhadra Singh
ସିମ୍ଲା: ବରିଷ୍ଠ କଂଗ୍ରେସ ନେତା ତଥା ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ସିମ୍ଲାରେ ଭୋର ୩ଟା ୪୦ରେ ତାଙ୍କର ଦେହାନ୍ତ ହୋଇଛି। ସେ Indira Gandhi Medical College (IGMC) ଚିକିତ୍ସିତ ହେଉଥିଲେ। ଦୀର୍ଘ ଦିନରୁ ସେ ଅସୁସ୍ଥ ଥିଲେ।
ସୋମବାର ଦିନ ହୃଦ୍ଘାତ ପରେ ତାଙ୍କର ଅବସ୍ଥା ଗୁରୁତର ହୋଇଥିଲା ଓ ତାଙ୍କୁ କ୍ରିଟିକାଲ୍ କେୟାର ୟୁନିଟ୍ରେ ରଖାଯାଇଥିଲା। ତେବେ ନିଃଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହେବାରୁ ବୀରଭଦ୍ର ସିଂଙ୍କୁ ବୁଧବାର ଭେଣ୍ଟିଲେଟରରେ ରଖା ଯାଇଥିଲା। କାର୍ଡିଓଲୋଜି ଡିପାର୍ଟମେଣ୍ଟର ଡାକ୍ତର ତାଙ୍କ ସ୍ୱାସ୍ଥ୍ୟାବସ୍ଥାର ତଦାରଖ କରୁଥିଲେ।
Also Read
୨ ମାସ ଭିତରେ ସେ ଦୁଇ ଥର କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏପ୍ରିଲ ୧୨ରେ ପ୍ରଥମେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ଏହାପରେ ଜୁନ୍ ୧୧ରେ ପୁଣିଥରେ ସେ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏପ୍ରିଲ ୧୨ରେ ପଜିଟିଭ୍ ଚିହ୍ନଟ ପରେ ତାଙ୍କୁ ଚଣ୍ଡୀଗଡ଼ର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏପ୍ରିଲ ୩୦ରେ ସେ ଡିସ୍ଚାର୍ଜ ହୋଇଥିଲେ। ତେବେ ଘରକୁ ଫେରିବାର କିଛି ଘଣ୍ଟା ମଧ୍ୟରେ ତାଙ୍କୁ IGMCରେ ଭର୍ତ୍ତି କରାଯାଇଥିଲା। ହୃଦ୍ରୋଗ ଓ ନିଃଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ପୁଣିଥରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେବେଠୁ ସେ ଚିକିତ୍ସାଧୀନ ଥିଲେ। ତେବେ ଆଜି ଭୋର ସମୟରେ ତାଙ୍କର ଦେହାନ୍ତ ହୋଇଛି।
ବୀରଭଦ୍ର ସିଂ କଂଗ୍ରେସର ଜଣେ ଟାଣୁଆ ନେତା ଥିଲେ।ସେ ୯ ଥର ବିଧାୟକ ଓ ୫ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଏହାସହ ସେ ୬ ଥର ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)


/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)