Advertisment

କାଲି ସନ୍ଧ୍ୟାରେ ନିଜ କ୍ୟାବିନେଟ୍‌ ସଂପ୍ରସାରଣ କରିବେ ପ୍ରଧାନମନ୍ତ୍ରୀ

କାଲି ସଂଧ୍ୟାରେ କେନ୍ଦ୍ର କ୍ୟାବିନେଟ ସଂପ୍ରସାରଣ ହେବ। ଏନେଇ ଜାତୀୟ ଗଣମାଧ୍ୟମରୁ ମିଳିଛି ସୂଚନା । ଆସନ୍ତାକାଲି ହେବ ମୋଦିଙ୍କ ଦ୍ୱିତୀୟ ପାଳିର ପ୍ରଥମ ସଂପ୍ରସାରଣ। ତେବେ କାହାକୁ ମନ୍ତ୍ରୀପଦ ମିଳିବ ତାହାକୁ ନେଇ ଏବେଠୁ ଜୋରସୋରରେ ଚର୍ଚ୍ଚା ଚାଲିଛି

author-image
Sarbeswar
କାଲି ସନ୍ଧ୍ୟାରେ ନିଜ କ୍ୟାବିନେଟ୍‌ ସଂପ୍ରସାରଣ କରିବେ ପ୍ରଧାନମନ୍ତ୍ରୀ

NarendraModi

ନୂଆଦିଲ୍ଲୀ: କାଲି ସଂଧ୍ୟାରେ କେନ୍ଦ୍ର କ୍ୟାବିନେଟ ସଂପ୍ରସାରଣ ହେବ। ଏନେଇ ଜାତୀୟ ଗଣମାଧ୍ୟମରୁ ମିଳିଛି ସୂଚନା । ଆସନ୍ତାକାଲି ହେବ ମୋଦିଙ୍କ ଦ୍ୱିତୀୟ ପାଳିର ପ୍ରଥମ ସଂପ୍ରସାରଣ। ତେବେ କାହାକୁ ମନ୍ତ୍ରୀପଦ ମିଳିବ ତାହାକୁ ନେଇ ଏବେଠୁ ଜୋରସୋରରେ ଚର୍ଚ୍ଚା ଚାଲିଛି। ତେବେ ଦିଲ୍ଲୀରେ ଏନେଇ ଆଜି ମାନସମନ୍ଥନ ହେଉଥିବା ଜଣାପଡ଼ିଛି। କେଉଁ ବିଭାଗରେ କିଏ ମନ୍ତ୍ରୀ ରହିବେ? କାହାର ମନ୍ତ୍ରୀ ପଦ ଯିବ? କାହାକୁ ନୂଆ ଦାୟିତ୍ୱ ମିଳିବ? କିଏ ସଂଗଠନ ପାଇଁ କାମ କରିବ? ଏମିତି ଅନେକ କିଛି ବିଷୟରେ ଆଲୋଚନା ହୋଇଥିବା ନେଇ ଚର୍ଚ୍ଚା ଚାଲିଛି। ସବୁଠୁ ଗୁରତ୍ୱପୂର୍ଣ୍ଣ କଥା ହେଲା, ସହଯୋଗୀ ଦଳ ମାନେ କେଉଁ ମନ୍ତ୍ରୀ ପଦ ଦାବି କରୁଛନ୍ତି ଏବଂ ମୋଦି ସେମାନଙ୍କୁ କେଉଁ କେଉଁ ବିଭାଗ ଦେବେ ସେନେଇ ବି ଆଲୋଚନା ହୋଇଥିବା ସୂଚନା ରହିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କେନ୍ଦ୍ର ମନ୍ତ୍ରୀମଣ୍ଡଳରେ କେବଳ ଜେଡ଼ିୟୁ ୪ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ପାଇବାକୁ ଦାବି କରିଥିବା ଜଣାପଡ଼ିଛି।

Advertisment
Narendra Modi India Delhi
Advertisment
Advertisment