ଭୁବନେଶ୍ୱର: IPS ସ୍ତରରେ ଅଦଳବଦଳ ହୋଇଛି। ସୋମବାର ଓଡ଼ିଶା କ୍ୟାଡ଼ର ବରିଷ୍ଠ ପୁଲିସ ଅଧିକାରୀ ସ୍ତରରେ ପୁଣି ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଆଇପିଏସ୍ ଜୟନାରାୟଣ ପଙ୍କଜଙ୍କୁ କେନ୍ଦୁଝର ଏସ୍ପି ଦାୟିତ୍ୱ ମିଳିଛି। କ୍ରାଇମବ୍ରାଞ୍ଚର ଏସ୍ପି ଦାୟିତ୍ୱ ପଣ୍ଡିତ ରାଜେଶ ଉତ୍ତମ ରାଓ, ନୀତି ଶେଖରଙ୍କୁ କେନ୍ଦ୍ରାପଡ଼ା ଏସ୍ପି, ପ୍ରକାଶ ଆରଙ୍କୁ ଜଗତସିଂହପୁର ଏସ୍ପି, ରବୀନ୍ଦ୍ର କୁମାର ମହାପାତ୍ରଙ୍କୁ ଏସ୍ଆଇଡବ୍ଲୁ ଏସ୍ପି, ଗଗନ ବିହାରି କରଙ୍କୁ ପିଟିଆଇ ଏସ୍ପି, ଅଶ୍ୱିନୀ କୁମାର ମହାନ୍ତିଙ୍କୁ ଝାରସୁଗୁଡ଼ା ଏସ୍ପି, ସୁଧୀର […]
ଭୁବନେଶ୍ୱର : ଭୁବନେଶ୍ୱର ଜୟଦେବ ବାଟିକାରେ ଘଟିଛି ଏକ ଅଭାବନୀୟ ଘଟଣା। ଯାହାକୁ ନେଇ ରାଜଧାନୀରେ ଖୁବ୍ ଚର୍ଚ୍ଚା। ପ୍ରେମିକାର ଓଢ଼ଣୀରେ ପ୍ରେମିକ କରିଛି ଆତ୍ମହତ୍ୟା। ଜୟଦେବ ବାଟିକାରେ ଥିବା ଏକ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁସାରେ ,ମୃତକଙ୍କ ଘର ବାଲେଶ୍ୱର ଓ ସେ ଏକ ଘରୋଇ ବ୍ୟାଙ୍କରେ କାର୍ଯ୍ୟ କରୁଥିଲେ। ପ୍ରେମିକା ଜଣଙ୍କ ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣାପଡିଛି। ପୋଲିସ ସଂପୃକ୍ତ ଯୁବତୀଙ୍କୁ ଅଟକ ରଖି ପଚରାଉଚରା କରୁଛି। […]
ଦିଲ୍ଲୀ /ଭୁବନେଶ୍ୱର : ଦିଲ୍ଲୀର ରାଷ୍ଟ୍ରପତି ଭବନରେ ଆଜି ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଓଡ଼ିଶାରୁ ୩ଜଣ ବ୍ୟକ୍ତି(ଶିଶିର ପୁରୁଷୋତ୍ତମ ମିଶ୍ର, ଭବାନୀ ଚରଣ ପଟ୍ଟନାୟକ, ଚନ୍ଦ୍ରଶେଖର ରଥ) ଆଜି ରାଷ୍ଟ୍ରପତିଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଚଳତି ବର୍ଷରେ ଆଜି ୨ୟ ପର୍ଯ୍ୟାୟରେ ଏହି ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ଆଜି ୪୩ଜଣଙ୍କୁ ଏହି ପୁରସ୍କାର ଦିଆଯାଇଛି। ବିଶିଷ୍ଟ ସାହିତ୍ୟିକ ସ୍ୱର୍ଗତ ଚନ୍ଦ୍ରଶେଖର ରଥଙ୍କ ପାଇଁ ତାଙ୍କ […]
ଭାରତୀୟ ଡାକଘର ତରଫରୁ ପୋଷ୍ଟମ୍ୟାନ ଏବଂ ମେଲ୍ ଗାର୍ଡ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀ ୨୧ ଏପ୍ରିଲ ୨୦୧୮ ପୂର୍ବରୁ ଆବେଦନ କରିପାରିବେ। ପଦବି ସଂଖ୍ୟା- ୧) ପୋଷ୍ଟମ୍ୟାନ-୧୩୨ ୨) ମେଲ୍ ଗାର୍ଡ- ୦୨ ଚାକିରି ସ୍ଥାନ- ହାଇଦ୍ରାବାଦ, ସିକନ୍ଦରାବାଦ ଶିକ୍ଷାଗତ ଯୋଗ୍ୟତା- ପ୍ରାର୍ଥୀ ମାଟ୍ରିକ୍ ପାସ୍ କରିଥିବା ଆବଶ୍ୟକ। ବୟସ ସୀମା-୧୮-୨୭ ବର୍ଷ ଆବେଦନ ଫି- ପଞ୍ଜିକରଣ ପାଇଁ ୧୦୦ଟଙ୍କା ଦେବାକୁ ହେବ। ଚୟନ ପ୍ରକିୟା- ଲିଖିତ ଏବଂ ଇଣ୍ଟରଭ୍ୟୁ ମାଧ୍ୟମରେ ଚୟନ କରାଯିବ। ଅଧିକ […]
ଭୁବନେଶ୍ୱର : କେମିତି ହେଲା ଜିଜ୍ଞାସା ମିଶ୍ରଙ୍କ ମୃତ୍ୟୁ? ଏହି ଚର୍ଚ୍ଚିତ ମୃତ୍ୟୁ ଘଟଣାରେ ଆସିଛି ପୋଷ୍ଟମର୍ଟମ ରିପୋର୍ଟ। ଠେଲିବା ଯୋଗୁ ନୁହେଁ, ବରଂ ଏହା ଦୁର୍ଘଟଣା ଜନିତ ମୃତ୍ୟୁ। ଆଉ ବଡ଼ କଥା ହେଉଛି, ପାକସ୍ଥଳିରେ ଆଲକହଲ ବାହାରିଥିବାରୁ ନିଶାସକ୍ତ ଅବସ୍ଥାରେ ତିନି ତାଲା ବାଲକୋନିରୁ ପଡି ଜିଜ୍ଞାସାଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ କହୁଛି। ବାଲକୋନିରୁ ଏକ ଆଲକହଲ ଥିବା ଗ୍ଲାସ ଜବତ ହୋଇଥିବାରୁ ମଦ ପିଉଥିବା ଅବସ୍ଥାରେ ପଡିଯାଇଥିବା ଅନୁମାନ କରାଯାଉଛି। କେହି ତାଙ୍କୁ […]
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସାମ୍ନାରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ। ବେକରେ ଶାଢ଼ି ଗୁଡ଼ାଇ ଗଛରେ ଫାଶି ଦେବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ଏବଂ ସ୍ଥାନୀୟ ଲୋକେ ମହିଳାଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ମହିଳାଙ୍କୁ କ୍ୟାପିଟାଲ ଥାନାକୁ ନେଇଛି ପୋଲିସ। ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳା ଜଣକ ନିରାକାରପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ପୋଲିସ ଅଭିଯୋଗ ଶୁଣୁନଥିବାରୁ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି।
ନୂଆଦିଲ୍ଲୀ : ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ରିଲିଜ୍ କରିଛି ନିଜ ଥିମ୍ ସଙ୍ଗ୍। ଆଜି ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଏହାକୁ ବିଧିବଦ୍ଧ ଭାବେ ରିଲିଜ୍ କରିଛନ୍ତି। ୧୪ ନିର୍ବାଚନ ପରଠୁ ଆଜି ଯାଏ ବିଜେପିର ସଫଳତାକୁ ଏହି ଭିଡିଓରେ ଦର୍ଶା ଯାଇଛି। କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା, ବିମୁଦ୍ରୀକରଣ, ଜିଏସ୍ଟି ଫାଇଦାକୁ ବିସ୍ତୃତ ଭାବେ ଦର୍ଶାଯାଇଛି। ଏହାସହ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍, ଯୋଗର ଉପକାରିତା, ଛାତ୍ର ବୃତ୍ତି […]
ଅମୃତସର : ଅପେକ୍ଷାର ଅନ୍ତ ଘଟିଛି। ପ୍ରାୟ ୪ବର୍ଷ ପରେ ଇରାକରେ ଗଣହତ୍ୟାର ଶିକାର ହୋଇଥିବା ଭାରତୀୟଙ୍କ ମୃତଦେହ ଫେରିଛି। ଏହାକୁ ନେଇ ବିମାନବନ୍ଦରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ପ୍ରିୟଜନଙ୍କ ବୁକୁଫଟା କାନ୍ଦରେ ଫାଟି ପଡିଥିଲା ପରିବେଶ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ପଂଜାବର ଅମୃତସର ବିମାନ ବନ୍ଦରରରେ। ଗତକାଲି ବାଗ୍ଦାଦ ଯାଇଥିବା ବୈଦେଶିକ ବ୍ୟାପର ରାଷ୍ଟ୍ରମନ୍ତ୍ରୀ ଭିକେ ସିଂହ ଫେରିଛନ୍ତି ଭାରତ। ବାୟୁ ସେନାର ସ୍ୱତନ୍ତ୍ର ବିମାନ C-17 ଜରିଆରେ ଅଣାଯାଇଛି ସମସ୍ତ ଭାରତୀୟ […]
ନୂଆଦିଲ୍ଲୀ: ନିୟନ୍ତ୍ରଣ ବାହାରେ ତୈଳ ଦର। ପେଟ୍ରୋଲ୍ ଓ ଡ଼ିଜେଲ୍ ଦର ବୃଦ୍ଧି ପୁଣି ଚିନ୍ତା ବଢ଼ାଇଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ମୂଲ୍ୟ ବୃଦ୍ଧି ଘଟିବାରୁ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦରର ବୃଦ୍ଧି ଘଟୁଛି। ସୋମବାର ଠାରୁ ଏହି ବର୍ଦ୍ଧିତ ଦର ଲାଗୁ ହୋଇଛି। ଦିଲ୍ଲୀରେ ପ୍ରଥମ ଥର ପାଇଁ ଡିଜେଲ ଦର ଲିଟର ପିଛା ୬୪ ଟଙ୍କା ୫୮ ପଇସାରେ ପହଞ୍ଚି ରେକର୍ଡ କରିଛି। ସେହିଭଳି ଲିଟର ପିଛା ପେଟ୍ରୋଲ ଦର ମଧ୍ୟ […]
କେନ୍ଦୁଝର: କେନ୍ଦୁଝରରେ ଭାଲୁ ଆକ୍ରମଣରେ ୩ଜଣଙ୍କ ମୃତ୍ୟୁ ହୋଇଛି। ପ୍ରଥମେ ଖାଡ଼ଇାଡ଼ିହା ଗାଁ ଭାଲୁପାହାଡ଼ି ସାହିର ନବକିଶୋର ନାଏକଙ୍କୁ ଭାଲୁ ଆକ୍ରମଣ କରିଥିଲା। ଏଥିରେ ତାଙ୍କର ମୃତ୍ୟୁ ହୋଇଥିଲା। ପରେ ଆକ୍ରମଣରେ ଗୁରୁତର ହୋଇଥିବା ଆଉ ୨ଜଣଙ୍କ ମୃତ୍ୟୁ ହୋଇଛି। ଆଜି ସକାଳେ ନବକିଶୋର ନାଏକ ବଗିଚାକୁ ଯାଇଥିବା ବେଳେ ଭାଲୁ ସହ ମୁହାଁମୁହିଁ ହୋଇଥିଲେ। ଭାଲୁ କବଳରୁ ବାପାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରି ନବକିଶୋରଙ୍କ ଦୁଇ ପୁଅ ପରମାନନ୍ଦ ଓ ଚନ୍ଦ୍ରଭାନୁ ମଧ୍ୟ ଆହତ ହୋଇଛନ୍ତି। […]
ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ଭିତରେ ଥାଇ ଫଟୋ ଉଠାଇବା ସହ ଉତ୍କଳ ଦିବସରେ ଏହାକୁ ଟ୍ୱିଟ୍ କରି ବିବାଦ ଘେରରେ କେନ୍ଦ୍ର ମନ୍ତ୍ରୀ ବିଜୟ ଗୋଏଲ୍। ଗତକାଲି ଉତ୍କଳ ଦିବସ ଅବସରରେ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ବିଜୟ ଗୋଏଲ୍ ଲିଙ୍ଗରାଜ ମନ୍ଦିରର ୩ଟି ଫଟୋ ସହ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଥିଲେ। ଗତବର୍ଷ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ସମୟର ଏହି ଫଟୋ ବୋଲି ଉଲ୍ଲେଖ ବି କରିଥିଲେ। Greetings of #UtkalaDibasa to our brothers, […]
ପାରୀଦୀପ: ପାରାଦୀପରେ ମାଛ ମଡ଼କ। ସ୍ଥାନୀୟ ବଟ ନଦୀର ବାଲିଝରା ପଠାରେ ଅସଂଖ୍ୟ ମାଛ ମରି ଭାସୁଥିବା ଦେଖିବାକୁ ମିଳିଛି। ଗତକାଲି ନଦୀରୁ ପ୍ରାୟ ୨ ଟନ୍ ମଲା ମାଛ ସ୍ଥାନୀୟ ଲୋକେ ଗୋଟେଇ ଥିବା ଅଭିଯୋଗ ହୋଇଛି। ତେବେ ମାଛ ମଡ଼କର ସଠିକ୍ କାରଣ ଜଣା ପଡ଼ିନଥିବା ବେଳେ ନଦୀରେ କେହି ବିଷ ପ୍ରୟୋଗ କି ମାଛମରା ଔଷଧ ପକାଇଥିବା ଅଭିଯୋଗ ହୋଇଛି। କିଛି ଦିନ ତଳେ ନଦୀରୁ ମାଛ ଚୋରି ହେଉଥିବା ଯୁବ ପରିଷଦ […]
କଟକ: କଟକ ଜିଲ୍ଲା ମାହାଙ୍ଗା ଧର୍ମଦାସପୁରରେ ଅଘଟଣ। ରାତିରେ ଶୋଇଥିବା ବେଳେ ନାବାଳକ ଜୀବନ୍ତ ଦଗ୍ଧ। ମୃତକ ହେଉଛନ୍ତି ପ୍ରଣବ ମିଶ୍ରଙ୍କ ୧୩ ବର୍ଷର ପୁଅ ପ୍ରକାଶ ମିଶ୍ର। ଗତକାଲି ବିଳମ୍ବିତ ରାତିରେ ପ୍ରଣବଙ୍କ ଘରେ ନିଆଁ ଲାଗି ଯାଇଥିଲା। ଅନ୍ୟ ଏକ ବଖରାରେ ପୁଅ ପ୍ରକାଶ ଶୋଇଥିଲା। ନିଆଁ ଲାଗି ଯିବା ପରେ ଚାଳ ଭୁଶୁଡ଼ି ପଡ଼ିବାରୁ ଘରେ ଲୋକେ ତାକୁ ଆଉ ଉଦ୍ଧାର କରିପାରିନଥିଲେ। ଫଳରେ ନାବାଳକ ଜୀଅନ୍ତା ଜଳି ଯାଇଥିଲା। ଦମକଳ ବାହିନୀ […]