Advertisment

Gang Of Thieves: ଧରାହେଲା ୧୦ ଜଣିଆ ଚୋର ଗ୍ୟାଙ୍ଗ, ଲୁଟ୍ ପାଇଁ ମଦଭାଟିକୁ କରୁଥିଲେ ଟାର୍ଗେଟ

ପୋଲିସ ୧୦ ଜଣିଆ ଚୋର ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । ଏମାନେ ମଦ ଭାଟିରୁ ତମ୍ବା ହାଣ୍ଡି ଚୋରି କରୁଥିଲେ । ଅନ୍ୟ ଏକ ଘଟଣାରେ ଢେଙ୍କାନାଳ କାମାକ୍ଷାନଗରରେ ରାତିରେ ମୁଖା ପିନ୍ଧି ଦୁର୍ବୃତ୍ତ ଚୋରି କରୁଥିବାର ଭିଡିଓ ସିସିଟିଭିରେ କଏଦ୍ ହୋଇଛି ।

author-image
Tapan Kumar Swain
Gang Of Ten

Gang Of Ten

ଜୟପାଟଣା ପୋଲିସକୁ ମିଳିଛି ବଡ ସଫଳତା। ଗତ କିଛିଦିନ ଧରି ଉତ୍ପାତ କରୁଥିବା ୧୦ ଜଣିଆ ଚୋର ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଜୟପାଟଣା ପୋଲିସ। ତିନିଟି ଜିଲ୍ଲାର ୧୧ଟି ଥାନାରେ ଏହି ଚୋର ମାନଙ୍କ ନାଁରେ ମାମଲା ରୁଜୁ ହୋଇଛି। ତେବେ ଗତକାଲି ଚୋରମାନଙ୍କୁ ଧର୍ମଗଡରୁ ଗିରଫ କରିଛି ପୋଲିସ । ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଆନ୍ତଃରାଜ୍ୟ ଚୋର ଗ୍ୟାଙ୍ଗ ବିଭିନ୍ନ ମଦ ଭାଟିରୁ ମଦ ତିଆରି କରୁଥିବା ତମ୍ବା ହାଣ୍ଡି ଚୋରି କରି ନେଉଥିଲେ। ଗୋଟିଏ ହାଣ୍ଡିର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ।

Advertisment

ଢେଙ୍କାନାଳ କାମାକ୍ଷାନଗର ସହରରେ ଚୋର ଆତଙ୍କ l ସହରର ୨ ନମ୍ବର ୱାର୍ଡରେ ରାତିରେ ବୁଲୁଛନ୍ତି ମୁଖା ପିନ୍ଧା ଦୁର୍ବୃତ୍ତ । ଏହି ଦୁର୍ବୃତ୍ତ ମାନେ ରାତିରେ ଘର ଭିତରେ ପଶିବାକୁ ଉଦ୍ୟମ କରୁଥିବା ଭିଡିଓ ସିସିଟିଭିରେ କଏଦ ହୋଇଛି । ସେହି ୱାର୍ଡରେ ଅନ୍ୟ କିଛି ଘରେ ମଧ୍ୟ ଚୋରି ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଥାନା ଠାରୁ ମାତ୍ର ଗୋଟିଏ କିଲୋମିଟର ଦୂରରେ ଥିବା ଏହି ସାହିରେ ଚୋର ବୁଲୁଥିବାରୁ ପୋଲିସ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ଦାବି ହୋଇଛି ।

ଅଧିକ ପଢ଼ନ୍ତୁ: ସୁନ୍ଦରୀ ଚେହେରା ପଛର ଠକେଇ, ଗୁମର ଖୋଲିବ ପୋଲିସ...

Dhenkanal Kalahandi Police Arrest Looter Gang Busted
Advertisment
Advertisment