ଭୁବନେଶ୍ୱର: ଆତ୍ମସମର୍ପଣ କଲା ହାର୍ଡକୋର ମାଓବାଦୀ କୁନୁ ଦେହୁରୀ। ଏନେଇ ପ୍ରେସମିଟ୍ରେ ସୂଚନା ଦେଇଛନ୍ତି ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା। ସମ୍ବଲପୁର ଯୁଯୁମରାର କୁନୁ ୨୦୦୨ରୁ ମାଓ ସଂଗଠନରେ ସାମିଲ୍ ଥିଲା। କୁନୁ ନାଁରେ ୫୧ଟି ମାମଲା ରହିଛି। ସେ ୫ଟି ଜିଲ୍ଲାରେ ସକ୍ରିୟ ଥିବା ଡିଜି କହିଛନ୍ତି। କୁନୁ ନାଁରେ ୮ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା।