/odishatv-khabar/media/post_attachments/uploadimage/library/16_9/16_9_0/Shot_Dead_1743315663.jpg)
Shot Dead
ଗୁଳିମାଡ଼ରେ ଦୁର୍ଦ୍ଦାନ୍ତ ଅପରାଧୀର ମୃତ୍ୟୁ । ଗଞ୍ଜାମ କବିସୂର୍ଯ୍ୟନଗର ଥାନା ପଥରାପଲ୍ଲୀ ଗ୍ରାମ ନିକଟରେ ଲକ୍ଷ୍ମୀନାରାୟଣ ପାଇକରାୟ ଓରଫ କୁନା ଉପରକୁ ଗୁଳିମାଡ଼ ହୋଇଛି l ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ କୁନାର ମୃତ୍ୟୁ ହୋଇଛି l ମୁଣ୍ଡରେ ଗୁଳି ବାଜିଥିବା ବେଳେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି l କୁନା ବାଇକରେ ନିଜ ଗ୍ରାମ ଆଠଗଡ଼ପାଟଣା ଅଭିମୁଖେ ଫେରିବା ସମୟରେ ପଥରାପଲ୍ଲୀ କୁକୁଡ଼ା ଫାର୍ମ ନିକଟରେ ଗୁଳିମାଡ଼ ହୋଇଛି l କବିସୂର୍ଯ୍ୟନଗର ମେଡ଼ିକାଲରେ ମୃତଦେହ ରଖାଯାଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି l ତେବେ କୁନା ପାଇକରାୟ ନାଁରେ ଥାନାରେ ଏକାଧିକ ମାମଲା ଥିବା ସୂଚନା ରହିଛି । ସେ ଏବେ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହେବାକୁ ଚାହୁଁଥିଲେ । ପୂର୍ବ ଶତ୍ରୁତାରୁ କେହି ତାଙ୍କୁ ଗୁଳିମାଡ଼ କରିଥିବା ପୋଲିସ ସନ୍ଦେହ କରୁଛି ।
Advertisment
ଅଧିକ ପଢ଼ନ୍ତୁ: ପେଟ ଚିରି ଖେଳିଥିଲା ରକ୍ତର ହୋଲି, ଡରରେ ଡିମିରି ଫଳ ଖାଇଦେଲା...
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)