କନ୍ଧମାଳ: ଜୀବନ ନେଲା ଜନ୍ମଦାତା। କନ୍ଧମାଳ ଜିଲ୍ଲା ମୁଣ୍ଡଳାବାଲି ସାହିରେ ଝିଅର ହତ୍ୟା ଘଟଣାରେ ଅଭିଯୁକ୍ତ ପିତାକୁ ଦାରିଙ୍ଗବାଡ଼ି ପୋଲିସ ଆଜି ଗିରଫ କରିଛି। ନିଶାସକ୍ତ ଅବସ୍ଥାରେ ଜଣେ ବାପା ନିଜ ୨ ବର୍ଷର ଝିଅକୁ କଚାଡ଼ି ମାରିଦେଇଥିବା ଅଭିଯୋଗ ହୋଇଛି। ମୃତ ଝିଅର ମାଙ୍କ ଅଭିଯୋଗ, ତାଙ୍କ ସ୍ୱାମୀ ନିଶାସକ୍ତ ଅବସ୍ଥାରେ ତାଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ ସେ ଘରୁ ବାହାରକୁ ଦୌଡ଼ି ପଳାଉଥିବାବେଳେ ତାଙ୍କର ୨ ବର୍ଷର ଝିଅ ହାବୁଡ଼ରେ […]