ବ୍ରହ୍ମପୁର: ବ୍ରହ୍ମପୁରରେ ପୁଣି ଥରେ ପୋଲିସର ଏନ୍କାଉଣ୍ଟର। ସଦର ଥାନା ଝାଡ଼ାଙ୍କୁଲି ଅଞ୍ଚଳରେ ପୋଲିସ ଏବଂ ଅପରାଧୀ ମଧ୍ୟରେ ମୁହାଁମୁହିଁ। ଝାଡ଼ାଙ୍କୁଲି ଅଞ୍ଚଳରେ ପୋଲିସ ଉପରକୁ ବୋମାମାଡ଼ କରିଥିଲା ଦୁର୍ଦ୍ଦାନ୍ତ ଅପରାଧି ମୋହନ ରାଓ। ତେବେ ଏହାର ଜବାବ ଦେଇଥିଲେ ସଦର ଥାନା ପୋଲିସ। ଏହି ଏନ୍କାଉଣ୍ଟରରେ ମୋହନର ୨ ଗୋଡ଼ରେ ଗୁଳି ବାଜିଛି। ଆହତ ଅବସ୍ଥାରେ ମୋହନକୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏନ୍କାଉଣ୍ଟର ବେଳେ ଆହତ ହୋଇଛନ୍ତି ସଦର ଥାନା ଆଇଆଇସି ଓ ଏସ୍ଆଇ। […]
ବ୍ରହ୍ମପୁର: ବ୍ରହ୍ମପୁରରେ ପୁଣି ଏନ୍କାଉଣ୍ଟର। ରମ୍ଭା ଅଞ୍ଚଳରେ ଗଞ୍ଜାମ ପୋଲିସ୍ର ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସନ୍ତୋଷ ବେହେରା ଆହତ ହୋଇଛି। ସନ୍ତୋଷର ୨ଟି ଆଣ୍ଠୁରେ ବାଜିଛି ଗୁଳି। ତାକୁ ଚିକିତ୍ସା ନିମନ୍ତେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ତା ନିକଟରୁ ପିସ୍ତଲ, ଅଫୁଟା ଗୁଳି, ବାଇକ ଜବତ ହୋଇଛି। ଆଜି ଭୋର ୪ଟାରେ ଏହି ଏନ୍କାଉଣ୍ଟର ହୋଇଛି। ଧରାପଡିଥିବା ଅପରାଧୀ ସନ୍ତୋଷ ନାଁରେ ୧୬ଟି ମାମଲା ରହିଥିବା ନେଇ ସୂଚନା ମିଳିଛି। ସନ୍ତୋଷର ଘର ରମ୍ଭା […]