ପୁରୀ: ବିଶ୍ୱ ଐତିହ୍ୟସ୍ଥଳ ପାଇଁ ବିଶ୍ୱମାନର ସୁବିଧା ଯୋଗାଇବାର ଲକ୍ଷ୍ୟ ନେଇ କୋଣାର୍କରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଇଣ୍ଡିଆନ୍ ଅଏଲ୍ ଦ୍ୱାରା ୪୫ କୋଟି ଟଙ୍କାର ବ୍ୟୟ ବରାଦରେ ଏହି ସବୁ ଯୋଜନା ପ୍ରସ୍ତୁତ ହୋଇଛି। ଏହି ଯୋଜନାରେ ୬୦ଟି ବସ୍ ରହିବା ପାଇଁ ବସ୍ଷ୍ଟାଣ୍ଡ ତିଆରି କରାଯାଇଛିା ସେହିପରି ୧୧୦ଟି କାର୍ ପାଇଁ ପାର୍କିଂ ବ୍ୟବସ୍ଥା ଓ ଦୁଇ ଓ ତିନି ଚକିଆ […]
ନୂଆଦିଲ୍ଲୀ: ଅଜିଠାରୁ ଆରମ୍ଭ ହେଉଛି ନୂଆ ଆର୍ଥିକ ବର୍ଷ। ସାଧାରଣ ବଜେଟରେ ହୋଇଥିବା ଘୋଷଣା ଅନୁସାରେ କିଛି ଜିନିଷ ଶସ୍ତା ହେବ, କିଛି ମହଙ୍ଗା ହେବ ସେହିପରି କିଛି ଟିକସ ନିୟମରେ ହେବ ପରିବର୍ତ୍ତନ। ଆସନ୍ତୁ ଜାଣିବା କଣ ହେବ ମହଙ୍ଗା, କଣ ହେବ ଶସ୍ତା… ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ ସାଧାରଣ ବଜେଟ୍ରେ କରିଥିବା ଘୋଷଣା ଅନୁଯାୟୀ, ମହଙ୍ଗା ହେବ ବ୍ରାଣ୍ଡେଡ଼୍ ମୋବାଇଲ୍ ଫୋନ୍। ମୋବାଇଲ ଫୋନ୍ ଉପରେ ସୀମା ଶୁଳ୍କ ବୃଦ୍ଧି କରାଯାଇଛି। ଫଳରେ ବାହାରୁ […]
ଭୁବନେଶ୍ୱର: ଆଜି ଓଡ଼ିଶା ପୋଲିସ ପାଳନ କରୁଛି ୮୩ ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ କଟକରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇଥିଲେ। ଏଥିସହ ଆୟୋଜିତ ପରେଡ଼୍ରେ ମିଳିତ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ଉଲ୍ଲେଖନୀୟ ସେବା ପାଇଁ କିଛି ପୋଲିସ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଡିଜିପି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ। ବାଲେଶ୍ୱର ପୋଲିସ ଲାଇନ ପଡିଆରେ ମଧ୍ୟ […]
ଭୁବନେଶ୍ୱର: ରାଜ୍ୟର ୧୨ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା। ଏନେଇ ଆଜି ସାଢ଼େ ୨ଟାରୁ ସାଢ଼େ ୬ଟା ପର୍ଯ୍ୟନ୍ତ ସତର୍କ ରହିବାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। କାଳବୈଶାଖୀ ବେଳେ ୫୦ରୁ ୬୦ କିମି ବେଗରେ ପବନ ବହିବ। ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗିର, ନୂଆପଡ଼ା, ବୌଦ୍ଧ, କଳାହାଣ୍ଡି, ନବରଙ୍ଗପୁର, ସୋନପୁର, ସମ୍ବଲପୁର, କେନ୍ଦୁଝର ଓ ମୟୂରଭଞ୍ଜରେ କାଳବୈଶାଖୀ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
ଶ୍ରୀନଗର: ଜାମ୍ମୁ କାଶ୍ମୀର ସୋପିଆନ୍ରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିୟ ହୋଇଛି। ଏଥିରେ ଲସ୍କର-ଇ-ତୋଇବାର ମୋଷ୍ଟ ୱାଣ୍ଟେଡ୍ ଟପ୍ କମାଣ୍ଡର ସମେତ ୮ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଜଣେ ଆତଙ୍କବାଦୀ ଆତ୍ମସମର୍ପଣ କରିଛି। ୪ଜଣ ଯବାନ ମଧ୍ୟ ଏଥିରେ ଆହତ ହୋଇଛନ୍ତି। ପ୍ରଥମେ ଦକ୍ଷିଣ କାଶ୍ମୀରରେ ଆତଙ୍କବାଦୀମାନେ ଘନ ଘନ ହମ୍ଲା କରିଥିଲେ। ଏହାପରେ ଯବାନମାନେ ସର୍ଚ୍ଚ ଅପରେସନ୍ କରି ସୋପିଆନ୍ ଓ ଅନନ୍ତନାଗରେ ଭିନ୍ନ ଭିନ୍ନ ସ୍ଥାନରେ ଏନ୍କାଉଣ୍ଟର କରିଥିଲେ। ଏଥିରେ […]
ନୂଆଦିଲ୍ଲୀ: CBSE ପ୍ରଶ୍ନପତ୍ର ଭାଇରାଲ ମାମଲାରେ ୩ ଜଣ ଗିରଫ। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୨ ଜଣ ଏକ ବେସରକରୀ ସ୍କୁଲ ଶିକ୍ଷକ ଥିବାବେଳେ ଜଣେ କୋଚିଂ ସେଣ୍ଟର ମାଲିକ ମଧ୍ୟ ଅଛନ୍ତି। ଏହି ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିଲା ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ। ଆଜି ସେମାନଙ୍କୁ ଗିରଫ କରାଯାଇଛି। CBSE ଦ୍ୱାଦଶ ଶ୍ରେଣୀ ଅର୍ଥନୀତି ପ୍ରଶ୍ନପତ୍ର ଭାଇରାଲ କରିଥିବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଛି। ପୋଲିସ କହିବା ଅନୁଯାୟୀ ଦୁଇ ଜଣ ଶିକ୍ଷକ […]
ଭୋପାଳ: ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ଚାରି ମହଲା ବିଲଡିଂ ଭୁଶୁଡି ୧୦ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ୫ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଇନ୍ଦୋରର ଏମୱାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ବି ଭଗ୍ନାବଶେଷ ତଳେ କିଛି ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି। ଅଗ୍ନିଶମ ବିଭାଗ ଓ ପୋଲିସ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଗତକାଲି ରାତିରେ ବିଲଡିଂକୁ ଏକ ଭାରୀଯାନ ଧକ୍କା ଦେବାରୁ ଭୁଶୁଡି ପଡିଥିଲା। ଏହି ବିଲଡିଂଟି ୫୦ବର୍ଷ […]
ନୂଆଦିଲ୍ଲୀ/ଭୁବନେଶ୍ୱର: ଉତ୍କଳ ଦିବସ ଅବସରରେ ଓଡ଼ିଶାବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଆରେ ଟ୍ୱିଟ୍ କରି ଅଭିନନ୍ଦନ ଜଣାଇଛନ୍ତି। ଓଡ଼ିଆ ସଂସ୍କୃତିର ମହନୀୟତା ପାଇଁ ସାରା ଦେଶ ଗର୍ବ କରେ ଏବଂ ବିଭିନ୍ନ କ୍ଷେତ୍ରରେ ଓଡ଼ିଆମାନେ ଉତ୍କର୍ଷ ଲାଭ କରିବା ସହ ଦେଶର ପ୍ରଗତି ପଥରେ ଓଡ଼ିଆ ଲୋକମାନେ ଅଲିଭା ଛାପ ଛାଡ଼ିଛନ୍ତି ବୋଲି ମୋଦି ଟ୍ୱିଟ୍ କରିଛନ୍ତି। Best wishes to my sisters and brothers of Odisha on Utkala Dibasa. pic.twitter.com/mspuBqMYQW — […]
ପୁରୀ: ପବିତ୍ର ଉତ୍କଳ ଦିବସ ଅବସରରେ ପୁରୀରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ବାଲୁକାକଳା ସ୍ଥାପନ କରାଯାଇଛି। ଏହି ଅବସରରେ ସମସ୍ତ ରାଜ୍ୟବାସୀଙ୍କୁ ନିଜ ବାଲୁକାକଳା ମାଧ୍ୟମରେ ସେ ଶୁଭେଚ୍ଛା ଜଣାଇଛନ୍ତି। Greetings on the occasion of #UtkalaDibasa . My SandArt at Puri beach in Odisha. #BandeUtkalJanani. pic.twitter.com/GcI09BUlDt — Sudarsan Pattnaik (@sudarsansand) 1 April 2018 Greetings on the occasion of #UtkalaDibasa . My SandArt […]
ଭୁବନେଶ୍ୱର: ଆଜି ହେଉଛି ଉତ୍କଳ ଦିବସ। ବହୁ ସଂଗ୍ରାମ ପରେ ୧୯୩୬ ଏପ୍ରିଲ ୧ ତାରିଖରେ ଗଠନ ହୋଇଥିଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ। ଭାଷା ଭିତ୍ତିରେ ଦେଶରେ ପ୍ରଥମ କରି ଏକ ରାଜ୍ୟ ଗଠନ ହୋଇଥିଲା। ତା ଆଗରୁ ଆଧୁନିକ ଭାରତରେ ଓଡ଼ିଆଙ୍କ ସ୍ୱତନ୍ତ୍ର ପରିଚୟ ନ ଥିଲା କହିଲେ ଚଳେ। ବିକ୍ଷିପ୍ତ ଭାବେ ରହିଥିଲା ଓଡ଼ିଆ ଭାଷାଭାଷୀ ଅଞ୍ଚଳ। କହିବାକୁ ଗଲେ ଖଣ୍ଡ ବିଖଣ୍ଡିତ ହୋଇ ପଡ଼ିଥିଲା ଉତ୍କଳ। ପଶ୍ଚିମରେ ସମ୍ବଲପୁର ମଧ୍ୟପ୍ରଦେଶ ସହିତ ମିଶିଥିବା […]
ଭୁବନେଶ୍ୱର: ନିଖୋଜର ୨୪ ଘଣ୍ଟା ପରେ ମୃତ ଅବସ୍ଥାରେ ମିଳିଲା କଟକ ବାଙ୍କି ଥାନା ତାଳବସ୍ତ ଗାଁର ୧୫ ଦିନର ଶିଶୁପୁତ୍ର। ପଡୋଶୀଙ୍କ ଘର ପଛପଟେ ଥିବା ଏକ କୂଅରୁ ଶିଶୁଟିର ମୃତଦେହକୁ ଉଦ୍ଧାର କରାଯାଇଛି। ଏହାପରେ ତାଳବସ୍ତ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଅଗଣାରେ ବାପା ମାଙ୍କ ମଝିରେ ଶୋଇଥିବା ବେଳେ ଗତକାଲି ସକାଳେ ଶିଶୁଟିକୁ ମାଙ୍କଡ ଉଠାଇ ନେଇଥିବା ଅଭିଯୋଗ କରିଥିଲେ। ଶିଶୁଟିର ବାପା, ମା। ଏହାପରେ ବନ ବିଭାଗ ଓ ଅଗ୍ନିଶମ […]
ଭୁବନେଶ୍ୱର : ଭିଡିଓ ଭାଇରାଲରୁ କୁଆଖାଇ ପଠାରେ ଉନ୍ମୟ ପାଢ଼ୀ ହତ୍ୟାକାଣ୍ଡ ଘଟଣା। ଭାଇରାଲ ଭିଡ଼ିଓର ପୀଡ଼ିତା ଆଜି କ୍ରାଇମ୍ ବ୍ରାଞ୍ଚର ଦ୍ୱାରସ୍ଥ ହୋଇଛନ୍ତି। କ୍ରାଇମ୍ ବ୍ରାଞ୍ଚ ସାଇବର ସେଲ୍ର ସଂପୃକ୍ତ ଯୁବତୀ ଭିଡ଼ିଓକୁ ନଷ୍ଟ କରିବା ପାଇଁ ନିବେଦନ କରିବା ସହ ଏହାକୁ ଏବେ ମଧ୍ୟ କିଏ ଭାଇରାଲ୍ କରୁଛି ତାହାର ତଦନ୍ତ କରିବାକୁ ଦାବି କରିଛନ୍ତି। କ୍ରାଇମବ୍ରାଞ୍ଚ ସାଇବର୍ ସେଲ୍ ଅଧିକାରୀ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା […]
ଯାଜପୁର : ଆଖି ଝଲସା ଭବ୍ୟ ବିଶାଳ ମଞ୍ଚ। ବଲିଉଡ୍-ଓଲିଉଡ୍ ସେଲିବ୍ରିଟିଙ୍କ ମହା ମିଳନ। କେଉଁଦିନ ଅର୍ମାନ୍ ମଲିକ୍, ମିକା, ଅମିତ୍ କୁମାର ଓ ସାନ୍ଙ୍କ ଭଳି ବଲିଉଡ୍ ସିଙ୍ଗରଙ୍କ ଆକର୍ଷଣୀୟ ସୋ’ତ ,ପୁଣି କେଉଁ ସଂଧ୍ୟାରେ ସୁପ୍ରତିଷ୍ଠିତ ହାସ୍ୟ କଳାକାର ସୁଦେଶ ଓ କ୍ରିଷ୍ଣାଙ୍କ ଜବରଦସ୍ତ କମେଡି ତଡକା। ଦେଶୀ-ବିଦେଶୀ ଡ୍ୟାନ୍ସ ଧମାକା ସାଙ୍ଗକୁ ରଙ୍ଗାରଙ୍ଗ ମନୋରଞ୍ଜନର ଫୁଆରା। ଯାଜପୁର ବାଳାଶ୍ରମ ପଡ଼ିଆରେ ଚାଲିଥିବା ପୌରପାଳିକାର ୧୫୦ ବର୍ଷ ପୂର୍ତ୍ତି ଉତ୍ସବ ପାଇଁ ସବୁ ସଞ୍ଜ […]
ଭୁବନେଶ୍ୱର : ଦେଶକୁ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ମଧ୍ୟରୁ ଏକ ପ୍ରତିଶତ ପର୍ଯ୍ୟଟକ ମଧ୍ୟ ଓଡ଼ିଶାକୁ ଆସୁନାହାଁନ୍ତି। ୨୦୧୭ରେ ଓଡ଼ିଶାକୁ ମୋଟ୍ ଏକ ଲକ୍ଷ ୧୪ଜଣ ବିଦେଶୀ ପର୍ଯ୍ୟଟକ ଆସିଥିଲେ। ଯାହା ସମଗ୍ର ଦେଶକୁ ଆସିଥିବା ବିଦେଶୀ ପର୍ଯ୍ୟଟକଙ୍କର ମାତ୍ର ଶୂନ୍ ଦଶମିକ୍ ୯୮ ପ୍ରତିଶତ। ଓଡ଼ିଶା ପର୍ଯ୍ୟଟନକୁ ନେଇ ଯେତେ ପ୍ରକାର ରୋଡ୍ ଶୋ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମର ଆୟୋଜନ କଲେ ମଧ୍ୟ ଏହା ପର୍ଯ୍ୟଟକଙ୍କୁ ଆତ୍କୃଷ୍ଟ କରିପାରୁନାହିଁ। ବିଧାନସଭାରେ ବିଧାୟକ ଦିଲ୍ଲୀପ ରାୟ ଓ […]
ଭୁବନେଶ୍ୱର : ନନ୍ଦନକାନନ ବୁଲି ଯିବାକୁ ବାହାରିଛନ୍ତି କି ? ଟିକେ ଅଧିକ ଖର୍ଚ୍ଚ ପାଇଁ ପସ୍ତୁତ ହୋଇଯା’ନ୍ତୁ। କାରଣ ଶନିବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନର କର୍ତ୍ତୃପକ୍ଷ ଏହାର ପ୍ରବେଶ ଶୁଳ୍କ ୧୦ ଟଙ୍କା ବଢାଇ ଦେଇଛନ୍ତି। ଅର୍ଥାତ୍ ପୂର୍ବରୁ ଥିବା ପ୍ରବେଶ ଶୁଳ୍କ ୪୦ ଟଙ୍କା ରୁ ୫୦ ଟଙ୍କାକୁ ବୃଦ୍ଧି ହୋଇଛି। ସୂଚନା ଅନୁସାରେ, ଏହି ନୂତନ ବର୍ଦ୍ଧିତ ପ୍ରବେଶ ଶୁଳ୍କ ଆସନ୍ତା ଅପ୍ରେଲ ପହିଲାରୁ ଲାଗୁହେବ ବୋଲି ଜଣାପଡ଼ିଛି । କିନ୍ତୁ ୧୯ […]