ଭୁବନେଶ୍ୱର: ଓଡ଼ିଆ ଝିଅଙ୍କ କମାଲ୍। ଫେମିନା ମିସ୍ ଇଣ୍ଡିଆ ଓଡ଼ିଶା ୨୦୧୮ ଟାଇଟଲ୍ ହାସଲ କଲେ ଓଡ଼ିଆ ଝିଅ ଶ୍ରୁତିକ୍ଷା ନାୟକ। କେବଳ ଏତିକି ନୁହେଁ ଶ୍ରୁତିକ୍ଷା ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଓଡ଼ିଶା ପାଇଁ ମଧ୍ୟ ପ୍ରତିନିଧିତ୍ୱ କରିବେ। ଯାହାକି ଓଡ଼ିଶା ପାଇଁ ଗର୍ବ ଓ ଗୌରବର କଥା। ଆଜି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ଶ୍ରୁତିକ୍ଷାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। କୋଲକାତାରେ ଅନୁଷ୍ଠିତ ଚୟନ ପ୍ରକ୍ରିୟାରେ ୨ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ […]
ଶ୍ରୀନଗର: ଜାମୁ ଓ କାଶ୍ମୀରର ବଡଗାମ୍ରେ ସେନାର ଏନ୍କାଉଣ୍ଟର ଜଣେ ଲସ୍କର ଏ ତୋଏବା ଆତଙ୍କବାଦୀ ନିହତ ହୋଇଛି। ଏଥିରେ ଜଣେ ସ୍ଥାନୀୟ ମହିଳା ଆହତ ମଧ୍ୟ ହୋଇଛନ୍ତି। ପୋଲିସ ସୂଚନା ମୁତାବକ ବଡଗାମ ଜିଲ୍ଲାର ବୀରୱାହ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା। ଏହାପରେ ସୁରକ୍ଷାବଳ ଏବଂ ପୋଲିସ ପକ୍ଷରୁ ମିଳିତ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଥିଲା। ପୋଲିସ୍ ସୂଚନା ମିଳିବା ପରେ ସନ୍ଦିଗ୍ଧ ଆତଙ୍କବାଦୀ ଲୁଚି ରହିଥିବା ଘର ଭିତରୁ ସେନା ଉପରକୁ […]
ଲକ୍ଷ୍ନୌ: ପୁଣିଥରେ ଏନ୍କାଉଣ୍ଟର କରିଛି ଉତ୍ତରପ୍ରଦେଶ ପୋଲିସ। କିଛି ଦିନର ବ୍ୟବଧାନ ପରେ ମୁହାଁମୁହିଁ ହୋଇଛନ୍ତି ପୋଲିସ ଓ ଅପରାଧୀ। ଗତ ୨୪ ଘଣ୍ଟା ମଧ୍ୟରେ ୟୁପିରେ ୬ଟି ଏନ୍କାଉଣ୍ଟର ହୋଇଛି। ଏଥିରେ ୨ ଜଣ ଅପରାଧୀଙ୍କ ମୃତ୍ୟୁ ହୋଇଛି, ଓ ୫ ଜଣଙ୍କୁ ଗିରଫ କରିଛି ପୋଲିସ। ନୋଏଡ଼ା ଏବଂ ଶାହାରନ୍ପୁରରେ ପୋଲିସ ଅପରାଧୀଙ୍କୁ କାବୁ କରିବାକୁ ଚେଷ୍ଟା କରୁଥିବା ବେଳେ ସେମାନେ ପୋଲିସ୍ ଉପରକୁ ଗୁଳି ଚଳାଇଥିଲେ। ପୋଲିସ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲା। […]
ଭୁବନେଶ୍ୱର: BMC ୱାର୍ଡ ପୁନର୍ଗଠନକୁ ବିରୋଧ କରି ରାଜଧାନୀରେ ମନ୍ତ୍ରୀ ଓ ମେୟରଙ୍କ ଘର ଘେରାଉ କଲେ ଲୋକେ। ଆଗକୁ ବିଏମସି ନିର୍ବାଚନ ଥିବାବେଳେ ୪୩ ନମ୍ବର ୱାର୍ଡ ପୁନର୍ଗଠନକୁ ବିରୋଧ କରି ଲକ୍ଷ୍ମୀସାଗର ବାସିନ୍ଦା ଏବଂ ସ୍ଥାନୀୟ କର୍ପୋରେଟର ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ମେୟର ଅନନ୍ତ ନାରାୟଣ ଜେନାଙ୍କ ବାସଭବନ ଘେରାଉ କରିଛନ୍ତି। ଲୋକଙ୍କ ଅଭିଯୋଗ, ପୂର୍ବରୁ ୪୩ ନମ୍ବର ୱାର୍ଡରେ ଥିବା ବଡ଼ପୋଖରୀ ଓ ସନ୍ତୋଷୀ ବିହାର ଅଞ୍ଚଳକୁ ୪୯ […]
ଭୁବନେଶ୍ୱର: ଖୋଲିପାରେ ଉନ୍ମୟ ପାଢ଼ୀ ହତ୍ୟାକାଣ୍ଡର ରହସ୍ୟ। ଭାଇରାଲ ଭିଡିଓରେ ଥିବା ଝିଅ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ପୋଲିସ ଅଟକ ରଖିଛି। କୋଲକତା ଖସିବାକୁ ଉଦ୍ୟମ କରୁଥିବା ବେଳେ ଉଭୟଙ୍କୁ ଅଟକ ରଖିଛି ପୋଲିସ। ଗତକାଲି ଉଭୟଙ୍କୁ ପଚରା ଉଚରା କରି ପୋଲିସ ଛାଡି ଦେଇଥିଲା। ହତ୍ୟା ପଛର ଖିଅ କାଢିବାକୁ ସେମାନଙ୍କଠାରୁ ତଥ୍ୟ ଯୋଗାଡ କରୁଛି କମିଶନରେଟ ପୋଲିସର ସ୍ପେଶାଲ ଟିମ୍। ପୋଡିଯାଇଥିବା Laptop ଓ ଡଙ୍ଗଲ ଫୋରେନସିକକୁ ଯାଇଥିବା ବେଳେ ପୋଲିସ ସେଠାରୁ […]
ଭୁବନେଶ୍ୱର: ମିଶନ୍ ଏଭରେଷ୍ଟ ପାଇଁ ପ୍ରସ୍ତୁତ ଓଡ଼ିଆ ଝିଅ ସ୍ୱର୍ଣ୍ଣଲତା ଦଳେଇ। ପୃଥିବୀର ଏହି ଉଚ୍ଚତ୍ତମ ଗିରିଶୃଙ୍ଗ ଆରୋହଣ ପାଇଁ ଆସନ୍ତା ୨୭ ତାରିଖରୁ ଦିଲ୍ଲୀରୁ କାଠମାଣ୍ଡୁ ଅଭିମୁଖେ ଯାତ୍ରା କରିବେ ସ୍ୱର୍ଣ୍ଣଲତା। ଏଥିପାଇଁ ସ୍ୱର୍ଣ୍ଣଲତାଙ୍କ ଗାଁ ଯାଜପୁର ଜିଲ୍ଲା ଜଗାଡ଼ିହରେ ଏବେ ଖୁସିର ଲହରୀ। ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଜଗାଡିହ ଗାଁର ସ୍ୱର୍ଣ୍ଣଲତା ଦଳେଇ। ଗାଁରେ ଏବେ ସ୍ୱର୍ଣ୍ଣଲତାଙ୍କୁ ନେଇ ଢେର୍ ଚର୍ଚ୍ଚା। ୨୦ ବର୍ଷିୟା ସ୍ୱର୍ଣ୍ଣଲତା, ଏବେ ଏଭେରେଷ୍ଟ ଚଢ଼ିବାକୁ ଯାଉଛନ୍ତି। ଟାଟା […]
ଭୁବନଶ୍ୱର: ଛତିଶଗଡ଼ ସୁକମା ଜିଲ୍ଲାର କିସ୍ତାରାମ ଜଙ୍ଗଲରେ ୯ ଯବାନ ସହିଦ୍ ହେବା ଘଟଣାରେ ୭ଜଣ ନକ୍ସଲଙ୍କୁ ଗିରଫ କରାଯାଇଛି। କିସ୍ତାରାମ ଅଞ୍ଚଳରୁ ସୁରକ୍ଷାକର୍ମୀ ଏହି ୭ ନକ୍ସଲଙ୍କୁ ଗିରଫ କରିଛନ୍ତି। ଗତ ୧୩ ତାରିଖରେ କିସ୍ତାରାମ ଜଙ୍ଗଲରେ ହୋଇଥିବା IED ବିସ୍ଫୋରଣରେ ୯ ଜଣ ସିଆରପିଏଫ୍ ଯବାନ ସହିଦ୍ ହୋଇଥିଲେ। ଏଥିରେ ୨ଜଣ ଆହତ ହୋଇଥିଲେ। ଏହି ବଡ଼ଧରଣର ନକ୍ସଲ ଆକ୍ରମଣରେ ଏମାନଙ୍କର ହାତ ଥିବା ଜଣାପଡିଛି। ଏହି ଆକ୍ରମଣରେ ଜଣେ ଓଡ଼ିଆ ଯବାନ ପୁରୀ […]
ବାଲେଶ୍ୱର: ବାଲେଶ୍ୱର ଚାନ୍ଦିପୁର ଥାନା ଝଗଡ଼ପାଡ଼ିରେ ଡବଲ୍ ମର୍ଡ଼ର୍ ଘଟଣାରେ ତଦନ୍ତ ଆରମ୍ଭ କରିଛି ପୋଲିସ। ପୋଲିସର ସ୍ୱତନ୍ତ୍ର ଟିମ୍ ଘଟଣା ସ୍ଥଳକୁ ଯାଇ ଛାନଭିନ୍ ଆରମ୍ଭ କରିଛି। ସେଠାରୁ ୨ଟି ବାଇକ୍ ଜବତ ହୋଇଛି। ଗତକାଲି ବାକିରେ କୁକୁଡ଼ା ମାଂସ ନଦେବାରୁ ଦୁଇଭାଇଙ୍କୁ ଛୁରାଭୁସି ହତ୍ୟା ଅଭିଯୋଗ ହୋଇଥିଲା। ମୃତ ଦୁଇ ଭାଇ ହେଲେ ନାଙ୍ଗୁଡ଼ି ଗାଁର ବିକାଶ ଜେନା ଓ ତପନ ଜେନା। ମିଳିଥିବା ସୂଚନା ଅନୁସାରେ, ଝଗଡ଼ପାଡ଼ି ଛକରେ କୁକୁଡ଼ା ଦୋକାନ ଦେଇଥିବା […]
ଭୁବନେଶ୍ୱର: ଆଜି ପବିତ୍ର ରାମ ନବମୀ। ଏଥିପାଇଁ ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ରାମ ମନ୍ଦିର। ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ ଜମିବାରେ ଲାଗିଛି। ଧୂପ ଦୀପ ନୈବେଦ୍ୟ ଧରି ପ୍ରଭୁ ଶ୍ରୀରାମଙ୍କ ଆଶିଷ ଭିକ୍ଷା ପାଇଁ ଭକ୍ତଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି। ପ୍ରଭୁ ଶ୍ରୀରାମଙ୍କ ପୂଜାର୍ଚ୍ଚନା ଓ ଆରାଧନା ପାଇଁ ସମସ୍ତେ ଉତ୍ସୁକ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିରଗୁଡିକରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏପଟେ ଭଦ୍ରକରେ ଆଜି ହେବାକୁ ଥିବା ନଗର ସଂକୀର୍ତ୍ତନ କାର୍ଯ୍ୟକ୍ରମରେ […]
ଭୁବନେଶ୍ୱର : ପବିତ୍ର ଅଶୋକାଷ୍ଟମୀରେ ଏକାମ୍ରକ୍ଷେତ୍ରରେ ପ୍ରଭୁ ଲିଙ୍ଗରାଜଙ୍କ ରଥଟଣାରେ ମହାବିଭ୍ରାଟ। ବାରମ୍ବାର ରଥ ଦଉଡ଼ି ଛିଡ଼ିବାରୁ ମାତ୍ର କେଇ ଫୁଟ ଗଡ଼ିବା ପରେ ବନ୍ଦ ହୋଇଛି ରଥଟଣା। ଆଜି ପାରମ୍ପରିକ ରୀତିନୀତି ପରେ ଅପରାହ୍ଣ ୪ଟାରେ ରଥଟଣା ପାଇଁ ନିର୍ଧାରିତ ହୋଇଥିଲେ ବି ୫ଟା ୧୫ରେ ରଥଟଣା ଉଦ୍ୟମ ହୋଇଥିଲା। ହେଲେ ଆରମ୍ଭରୁ ରଥ ଦଉଡ଼ି ଛିଡ଼ିବାରୁ ପରବର୍ତ୍ତି ସମୟରେ ଆଉ ଦୁଇଟି ଦଉଡ଼ି ଆସିଥିଲେ ବି ସେ ଦୁଇଟି ବି ଛିଡ଼ିଯାଇଥିଲା। ଏହାପରେ ଆଉ […]
ଭୁବନେଶ୍ୱର : ଆନନ୍ଦପୁର ଘସିପୁରା ବ୍ଲକର ଆଇଆଇଟି ଟପ୍ପର ପାର୍ଥ ସାରଥୀ ଜେନାଙ୍କୁ ରାଷ୍ଟ୍ରପତିଙ୍କ ଠାରୁ ମିଳିଛି ଗୋଲଡ ମେଡାଲ। ପଡିଆପାଳ ଗାଁର ସୁପ୍ରଭା ଜେନା ଓ ନୀଳମଣି ଜେନାଙ୍କ ପୁଅ ହେଉଛନ୍ତି ପାର୍ଥସାରଥୀ। ସେ ଭୁବନେଶ୍ୱର ଆଇଆଇଟିରେ ଭୂତତ୍ତ୍ୱ ବିଜ୍ଞାନରେ ପ୍ରଥମ ସ୍ଥାନ ଅଧିକାର କରି ଏହି ଗୋଲଡ ମେଡାଲ ହାସଲ କରିଛନ୍ତି। ଭୂତତ୍ତ୍ୱ ବିଜ୍ଞାନରେ ପ୍ରଥମ ସ୍ଥାନ ଅଧିକାର କରିବାରେ ପାର୍ଥ ସାରଥୀ ହେଉଛନ୍ତି ପ୍ରଥମ ଓଡ଼ିଆ। ଗତ ୧୮ ତାରିଖରେ ଏକ ବର୍ଣ୍ଣାଢ୍ୟ […]
ଭଦ୍ରକ : ଭଦ୍ରକରେ ଅଘଟଣ। ବୈତରଣୀ ନଦୀରେ ବୁଡ଼ି ୩ ଜଣଙ୍କ ମୃତ୍ୟୁ। ନେରଡ଼ା ନିକଟରେ ଗାଧୋଇଲା ବେଳେ ଏମାନେ ସମସ୍ତେ ବୁଡ଼ି ଯାଇଛନ୍ତି। ମୃତକ ବାଳକମାନେ ହେଲେ ଜଗନ୍ନାଥ ବୋଇତେଇ, ଦିପ୍ତିରଂଜନ ବୋଇତେଇ ଓ କୁନା ଭୋଳ। ମୃତ ୩ ଜଣ ଯାକ ସ୍ଥାନୀୟ ବୋଇତେଇ ସାହିର ବୋଲି ଜଣାପଡିଛି। ବେଆଇନ ବାଲି ଉଠାଣ ଯୋଗୁଁ ନଦୀରେ ସୃଷ୍ଟି ହୋଇଥିବା ଗଣ୍ଡରେ ବୁଡି ଏମାନଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ […]
ଭୁବନେଶ୍ୱର: ଝାଡ଼ଖଣ୍ଡର ଟାଟା ନଗର ପାଖରେ ଓଡ଼ିଶାର ତୀର୍ଥଯାତ୍ରୀଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ। ତୀର୍ଥଯାତ୍ରା ସାରି ଆଜମେରରୁ ଫେରୁଥିବା ବେଳେ ଶ୍ରୀରାମ ବେଞ୍ଜ ବସ୍ ଝାଡ଼ଖଣ୍ଡର ଟାଟା ସହର ନିକଟରେ ପୋଲ ତଳକୁ ଖସି ପଡ଼ିଥିଲା। ଫଳରେ ୧୫ଜଣ ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ସମସ୍ତ ଆହତଙ୍କୁ ଟାଟା ମେଡିକାଲରେ ଭର୍ତ୍ତି କରାଯାଇଛି। ବସରେ ପ୍ରାୟ ୫୦ ଜଣ ଯାତ୍ରୀ ଥିଲେ। ଏହି ବସ୍ରେ କଟକ, କେନ୍ଦ୍ରାପଡ଼ା ଓ ସୋର ଅଞ୍ଚଳ ଲୋକ […]
ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ଅନନ୍ତନାଗ ଅଂଚଳରେ ଏନକାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କଠାରୁ ଦୁଇଟି AK 47 ରାଇଫଲ, ପିସ୍ତଲ, ଗ୍ରେନେଡ ସହ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ରାଷ୍ଟ୍ରୀୟ ରାଇଫଲସ, ସିଆରପିଏଫ୍ ଓ ସ୍ପେସିଆଲ ଅପରେସନସ ଗ୍ରୁପ ପକ୍ଷରୁ ମିଳିତ ଭାବେ ଏହି ଅପରେସନ କରାଯାଇଥିଲା। ଗତକାଲି ଅନନ୍ତନାଗ ଅଂଚଳରେ ଆତଙ୍କବାଦୀ ଲୁଚିଥିବା ଖବର ପାଇ ଅପରେସନ ଆରମ୍ଭ ହୋଇଥିଲା। ଏବେ ବି କିଛି ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ […]
ଭୁବନେଶ୍ୱର: ବଲାଙ୍ଗିର ପାଟଣାଗଡ଼ ପାର୍ସଲ ବୋମା ଘଟଣାରେ ପାଟଣାଗଡ଼ରେ ଯାଇ ପହଞ୍ଚିଛି କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍।ମୃତ ସୌମ୍ୟଶେଖରଙ୍କ ଘରେ ଯାଇ ପଚରାଉଚରା କରିବ କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍। ଘଟଣାସ୍ଥଳରେ ଯାଇ ସରଜମିନ୍ ତଦନ୍ତ କରିବ କ୍ରାଇମବ୍ରାଞ୍ଚ SITର ୪ ଜଣିଆ ଟିମ୍। ସୌମ୍ୟଙ୍କ ପରିବାର ଲୋକଙ୍କ ସହ ରୀମାଙ୍କ ପରିବାର ଲୋକଙ୍କୁ ମଧ୍ୟ ପଚରାଉଚରା କରିବ। ଗତକାଲି SCBରେ ରୀମାଙ୍କୁ ପଚରାଉଚରା କରିଥିଲା ଏହି ଟିମ୍। ଅତିରିକ୍ତ ଏସପି ଅନୀଲ କୁମାର ଦାସଙ୍କ ନେତୃତ୍ୱରେ ୪ ଜଣିଆ […]
ନୂଆଦିଲ୍ଲୀ: ଗୋଖାଦ୍ୟ ଦୁର୍ନୀତି ମାମଲାରେ ଆରଜେଡ଼ି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଜେଲ୍। ଗୋଖାଦ୍ୟ ଦୁର୍ନୀତିର ଡୁମକା କୋଷାଗାର ମାମଲାରେ ଲାଲୁ ଯାଦବଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି ରାଞ୍ଚିର ସ୍ୱତନ୍ତ୍ର ସିବିଆଇ କୋର୍ଟ। ଏଥିସହ ୩୦ ଲକ୍ଷ ଟଙ୍କା ଜୋରିମାନା ମଧ୍ୟ କରିଛନ୍ତି। ଗୋଖାଦ୍ୟ ଦୁର୍ନୀତିରେ ଲାଲୁ ଦଣ୍ଡ ପାଇବାରେ ଏହା ହେଉଛି ଚତୁର୍ଥ ମାମଲା ଏବଂ ଏଥିରେ ତାଙ୍କୁ ସର୍ବାଧିକ ଦଣ୍ଡାଦେଶ ହୋଇଛି। ଡୁମକା କୋଷାଗାରରୁ ୩ କୋଟି ୭୬ ଲକ୍ଷ ଟଙ୍କା […]
ଭଦ୍ରକ: ୧୪୪ ଧାରା ଜାରି ସତ୍ତ୍ୱେ ଶ୍ରୀରାମ ନବମୀ ମହୋତ୍ସବ ପାଇଁ ଚଳଚଞ୍ଚଳ ଭଦ୍ରକ ସହର। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରୁଟକୁ ନେଇ ଲାଗିଥିବା କଟକଣା ହଟିବା ପରେ ଗତକାଲି ପୂର୍ବ ନିର୍ଦ୍ଧାରିତ ବାଟ ଦେଇ କଳସ ଶୋଭାଯାତ୍ରା ହୋଇଥିଲା। ୨ ହଜାରରୁ ଅଧିକ ମହିଳା ହନୁମାନ ଘାଟରୁ କଳସ ବୁଡ଼େଇ ଗାନ୍ଧିପଡ଼ିଆ ମହାଯଜ୍ଞସ୍ଥଳୀକୁ ଫେରିଥିଲେ। ଘଟ ସ୍ଥାପନ ପରେ ଗାନ୍ଧିପଡ଼ିଆରେ ଆରମ୍ଭ ହୋଇଥିବା ମହାଯଜ୍ଞ ଆସନ୍ତାକାଲି ଅର୍ଥାତ୍ ରାମ ନବମୀରେ ଶେଷ ହେବ। ପୂର୍ଣ୍ଣାହୂତି ସହ […]
ଭୁବନେଶ୍ୱର: ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏସ୍.ସି ଜମିରଙ୍କୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ଓଡ଼ିଶା ଛାଡିବା ପୂର୍ବରୁ ପୂର୍ବତନ ରାଜ୍ୟପାଳଙ୍କୁ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଗାର୍ଡ ଅଫ୍ ଅନର ଦିଆଯାଇଛି। ପୂର୍ବତନ ରାଜ୍ୟପାଳଙ୍କୁ ବିଦାୟ ଜଣାଇବାକୁ ବିମାନ ବନ୍ଦରରେ ପହଞ୍ଚିଥିଲେ ବହୁ ରାଜନେତା, ଭୁବନେଶ୍ୱର ମେୟର, ପ୍ରଶାସନିକ ଅଧିକାରୀ ଓ ପୋଲିସ କମିଶନର ପ୍ରମୁଖ। ଗତ ୨୦ ତାରିଖରେ ଶେଷ ହୋଇଥିଲା ପୂର୍ବତନ ରାଜ୍ୟପାଳ ଏସ୍.ସି ଜମିରଙ୍କ କାର୍ଯ୍ୟକାଳ। ରାଜ୍ୟପାଳଙ୍କ କାର୍ଯ୍ୟକାଳ ସରିବା ପରେ ଗତକାଲି […]
ଖୋର୍ଦ୍ଧା: ଲୁଟ୍ ଉଦ୍ଦେଶ୍ୟରେ ଖୋର୍ଦ୍ଧାରେ ୪ ବ୍ୟବସାୟୀଙ୍କ ଉପରକୁ ବୋମାମାଡ଼। ବୋମାମାଡରେ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି। ପିକ୍ଅପ ଭ୍ୟାନରେ ଯାଉଥିବାବେଳେ ବ୍ୟବସାୟୀଙ୍କ ଗାଡ଼ି ଉପରକୁ ବୋମାମାଡ଼ କରି ଘଟଣାସ୍ଥଳରୁ ୨ ଦୁବୃର୍ତ୍ତ ଫେରାର ହୋଇଯାଇଛନ୍ତି। ଗୋଡ଼ିଆପଲ୍ଲୀ ଛକ ନିକଟରେ ଏହି ବୋମାମାଡ଼ ହୋଇଥିବା ସୂଚନା ମିଳିଛି। ଟଙ୍କା ଲୁଟ୍ ଉଦ୍ଦେଶ୍ୟରେ ବାଇକରେ ଆସି ୨ ଦୁର୍ବୃତ୍ତ ବୋମାମାଡ଼ କରିଥିବା ଅନୁମାନ କରାଯାଉଛି। ପୋଲିସର ଘଟଣାସ୍ଥଳରେ ପହଞ୍ଚି ତନାଘନା କରୁଛି। ତେବେ ବ୍ୟବସାୟୀଙ୍କ ଠାରୁ ଦୁର୍ବୃତ୍ତ […]
ଭୁବନେଶ୍ୱର: ଆଜି ମାର୍ଚ୍ଚ ୨୪ ତାରିଖରେ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ ହେଉଛି ବିଶ୍ୱବ୍ୟାପୀ। ଯକ୍ଷ୍ମା ଭଳି ଏକ ଭୟଙ୍କର ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଏହି ଦିବସ ପାଳିତ ହେଉଛି। ଏହି ଅବସରରେ ପୁରୀ ବେଳାଭୂମିରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜର ବାଲୁକା କଳା ମାଧ୍ୟମରେ ” Wanted! Leaders for a TB free World ” ଉପରେ ଏକ ବାର୍ତ୍ତା ଦେଇଛନ୍ତି। Today is #WorldTBDay my […]
ପାରାଦୀପ: ଭାରତୀୟ ତଟରକ୍ଷା ବାହିନୀର ଜାହାଜ ସୁଚେତା କ୍ରିପାଲିନୀକୁ ସେବାରୁ ବିରତି ଦିଆଯାଇଛି। ଦୀର୍ଘ ୨୦ ବର୍ଷ ଧରି ବଙ୍ଗୋପସାଗର ସୀମାରେ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ହୋଇଥିଲା ICGS ସୁଚେତା କ୍ରିପାଲିନୀ। ନିରବଚ୍ଛିନ୍ନ ଭାବେ ଭାରତୀୟ ତଟରକ୍ଷୀ ବାହିନୀରେ ସେବା ଯୋଗାଇ ଆସୁଥିବା ଏହି ଜାହାଜ କାର୍ଯ୍ୟରୁ ବିରତି ନେବା ଅବସରରେ ପାରାଦୀପରେ ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ଏକ ଉତ୍ସବ ଆୟୋଜିତ ହୋଇଥିଲା। ୧୯୯୮ ମସିହା ମାର୍ଚ୍ଚ ୧୬ ତାରିଖରେ ସାମିଲ ହୋଇଥିବା ଏହି ଜାହାଜ […]
ନୂଆଦିଲ୍ଲୀ: ଦିଲ୍ଲୀ ରାମଲୀଲା ମଇଦାନରେ ଆନ୍ନାଙ୍କ ଆମରଣ ଅନଶନ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ଲୋକପାଳ ଗଠନ ଦାବି ନେଇ ଗତକାଲିଠାରୁ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି ସମାଜସେବୀ ଆନ୍ନା ହଜାରେ। କେନ୍ଦ୍ରରେ ଲୋକପାଳ ନିଯୁକ୍ତ ଓ ଚାଷୀଙ୍କ ଲାଗି ଉଦ୍ଦିଷ୍ଟ ସ୍ୱାମୀନାଥନ କମିଟି ସୁପାରିସକୁ କାର୍ଯ୍ୟକାରୀ କରିବା ଦାବିରେ ଦିଲ୍ଲୀ ରାମଲୀଲା ମଇଦାନରେ ଆନ୍ନା ଆମରଣ ଅନଶନ କରୁଛନ୍ତି। ଏଥର କେନ୍ଦ୍ର ଆଗରେ ୭ଟି ସର୍ତ୍ତ ରଖିଛନ୍ତି ଆନ୍ନା। ଏଥିରେ ପ୍ରମୁଖ ରହିଛି ତୁରନ୍ତ ଲୋକପାଳ ଓ […]
ନୂଆଦିଲ୍ଲୀ: ଆଜି ସାରା ବିଶ୍ୱରେ ପାଳନ ହେବ ଆର୍ଥ ଆୱାର ବା ପୃଥିବୀ ପାଇଁ ଏକ ଘଣ୍ଟା। ଆଜି ରାତି ୮ଟା ୩୦ରୁ ୯ଟା ୩୦ ଯାଏଁ ଘଣ୍ଟାଏ ପାଇଁ ଘରର ବା ନିଜ ଆଖପାଖର ଲାଇଟ୍ ବନ୍ଦ କରି ଆର୍ଥ ଆୱାର ପାଳନ କରିବେ ବିଶ୍ୱବାସୀ। ଶକ୍ତି ସଂରକ୍ଷଣ ଦୃଷ୍ଟିରୁ କେବଳ ଅତ୍ୟାବଶ୍ୟକ ଆଲୋକକୁ ଛାଡ଼ି ଏହି ଘଣ୍ଟାଟେ ପାଇଁ ସମସ୍ତ ଆଲୋକ ଓ ବୈଦ୍ୟୁତିକ ଉପକରଣ ବନ୍ଦ କରିବାକୁ ଆହ୍ୱାନ ଦିଆଯାଇଛି। ଚଳିତ ବର୍ଷ […]
ଭୁବନେଶ୍ୱର: ଆଜି ପବିତ୍ର ଅଶୋକାଷ୍ଟମୀ, ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଏଥିପାଇଁ ଚଳଚଞ୍ଚଳ ଏକାମ୍ର କ୍ଷେତ୍ର। ରୁକୁଣା ରଥଯାତ୍ରା ପାଇଁ ସ୍ୱତନ୍ତ୍ର ନୀତିକାନ୍ତ କରାଯାଉଛି। ଭୋର ୪ଟାରୁ ମନ୍ଦିର ଦ୍ୱାର ଖୋଲାଯାଇ ମଙ୍ଗଳ ଆଳତୀ ଓ ଅବକାଶ କରାଯିବା ପରେ ୫ଟାରୁ ଶ୍ରଦ୍ଧାଳୁଙ୍କ ଲାଗି ସାହାଣ ମେଲା ଦର୍ଶନ କରାଯାଇଥିଲା। ସକାଳ ୬ଟା୩୦ରୁ ସାହାଣ ମେଲା ଦର୍ଶନ ବନ୍ଦ ହେବା ପରେ ଛାମୁ ପରିଷ୍କାର, ମାଘସ୍ନାନ, ବେଶ କରାଯାଇ ମହାପ୍ରଭୁଙ୍କର ଧୂପ ହୋଇଛି। ଦିନ ୧୨ଟା ୩୦ରେ […]
କଟକ : ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବଲାଙ୍ଗିର ପାର୍ସଲ ବୋମା ବିସ୍ଫୋରଣ ଘଟଣାର କ୍ରାଇମବ୍ରାଞ୍ଚ SIT ତଦନ୍ତ। ଆଡିସିନାଲ ଏସ୍ପି ଅନୀଲ କୁମାର ଦାସଙ୍କ ନେତୃତ୍ୱରେ ଗଠିତ ୪ ଜଣିଆ ଟିମ୍ ତଦନ୍ତ ଆରମ୍ଭ କରିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ SCB ଯାଇ ଟିମ୍ ଆହତ ରୀମାରାଣୀଙ୍କୁ ପଚରାଉଚରା କରିଛି। ଗତ ୨୫ ଦିନ ହେଲା ପୋଲିସ ଘଟଣାର ଖୋଳତାଡ଼ ଚଳାଇଥିଲା। ଘଟଣାର ସବୁ ଦିଗକୁ ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ ମଧ୍ୟ ଏହାର […]