/odishatv-khabar/media/post_attachments/uploadimage/library/16_9/16_9_0/Earthquake_1743310468.jpg)
Earthquake
ମିଆଁମାର ଭୂକଂପ ପରେ ହାହାକାର । ୧୬ ଶହ ଟପିଲାଣି ମୃତ୍ୟୁସଂଖ୍ୟା । ୩୫ ଶହରୁ ଅଧିକ ଆହତ ହୋଇଥିବା ବେଳେ ଧ୍ବଂସାବଶେଷ ତଳେ ଆହୁରି ଅନେକ ଲୋକ ଚାପିହୋଇ ରହିଥିବା ଆଶଙ୍କା କରାଯାଉଛି। ମିଆଁମାର ଭୂକମ୍ପ ମୃତ୍ୟୁସଂଖ୍ୟା ୧୦ ହଜାର ଛୁଇଁପାରେ ବୋଲି ଆଶଙ୍କା କରିଛି ଆମେରିକାର ଜିଓଲୋଜିକାଲ ସର୍ଭେ ସଂସ୍ଥା। ଶୁକ୍ରବାର ୭.୭ ତୀବ୍ରତାର ଶକ୍ତିଶାଳୀ ଭୂମିକଂପକୁ ମିଶାଇ ୬ ଥର ଥରିଥିଲା ମିଆଁମାରର ସାଗାଇଙ୍ଗ୍ ଅଞ୍ଚଳ । ଗତକାଲି ମିଆଁମାରକୁ ପୁଣି ଥରାଇଥିଲା ଏକ ଶକ୍ତିଶାଳୀ ଭୂମିକମ୍ପ । ଉଦ୍ଧାରକାର୍ଯ୍ୟ ଭିତରେ ଭୂମିକମ୍ପର ପରବର୍ତ୍ତୀ ଅବସ୍ଥା ଚିନ୍ତା ବଢାଇଛି । ମିଆଁମାରର ସହାୟତା ପାଇଁ ଭାରତ, ଆମେରିକା ସମେତ
ୟୁରୋପୀୟ ଦେଶ ଏବଂ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମଧ୍ୟ ଆଗେଇ ଆସିଛି। ଏହି ବିପଦ ସମୟରେ ଭାରତ ରିଲିଫ୍ ସାମଗ୍ରୀ ପଠାଇଛି । କେବଳ ସେତିକି ନୁହେଁ, ଭାରତ ପଠାଇଥିବା ଏନଡିଆରଏଫ ଟିମ୍ ଉଦ୍ଧାର କାର୍ଯ୍ୟରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଛି । ଏନଡିଆରଏଫ୍ ସହାୟତାରେ ଚାଲିଛି ଅପରେସନ ବ୍ରହ୍ମା ।
Advertisment
ଅଧିକ ପଢ଼ନ୍ତୁ: ଝିଅକୁ ସ୍କୁଲ୍ରୁ ଆଣିବାକୁ ଯାଇଥିଲି...ଭୂମିକମ୍ପର ଛାତିଥରା କାହାଣୀ ବଖାଣିଲେ ଭାରତୀୟ ବ୍ୟକ୍ତି
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)