ଭୁବନେଶ୍ୱର: ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆଜି ଜେଇଇ ମେନ୍ ଫାଇନାଲ୍ ପରୀକ୍ଷା ଅନୁଷ୍ଠିତ ହେବ। ପ୍ରଥମ ପେପର୍ ପାଇଁ ସକାଳ ସାଢେ ୯ରୁ ସାଢେ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ହେବ। ସେହିପରି ଦ୍ୱିତୀୟ ପେପର ପାଇଁ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ପରୀକ୍ଷା ହେବ। ଉଭୟ ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନେ ଅଢେଇ ଘଣ୍ଟା ପୂର୍ବରୁ ନିଜନିଜ ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ କରିବେ। ଜେଇଇ ମେନ୍ରେ ଓଡିଶାର ମୋଟ ୪୪ହଜାର ୪୮୮ଜଣ ରେଜିଷ୍ଟ୍ରେସନ କରିଛନ୍ତି। […]
କେସିଙ୍ଗା: ଏକ ବଡଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ (୧୮୪୦୬)। ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି ଶହ ଶହ ଯାତ୍ରୀ। ଗତ ରାତି ପ୍ରାୟ ୧୦ଟା ୫ ମିନିଟ୍ରେ ଟିଟିଲାଗଡ଼ ଷ୍ଟେସନ୍ରେ ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ୍ର ଇଞ୍ଜିନ ବଦଳ ହୋଇଥିଲା। ଏହାପରେ ବିନା ଇଞ୍ଜିନରେ ୨୨ଟି ବଗି ଗଡିଥିଲା। ଟିଟିଲାଗଡରୁ କେସିଙ୍ଗା ୧୫ କିଲୋମିଟର ଗଡିଥିଲା ଏହି ଟ୍ରେନ। କେସିଙ୍ଗା ନିକଟରେ ବଗି ଗୁଡିକୁ ଅଟକାଯାଇଥିଲା। ବଗି ଗୁଡିକରେ କେତେ ଯାତ୍ରୀ ଥିଲେ, ସେନେଇ ସଠିକ୍ ସୂଚନା ନାହିଁ। […]
ଭୁବନେଶ୍ୱର : ରାଜ୍ୟରେ କାଳବୈଶାଖୀ ନେଇ ସତର୍କ ସୂଚନା । ଆଜି ରାତି ୮ଟା ପର୍ଯ୍ୟନ୍ତ ସତର୍କ ରହିବାକୁ ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ପରାମର୍ଶ। ୧୧ଟି ଜିଲ୍ଲା ପାଇଁ ସତର୍କତା ସୂଚନା । ରାୟଗଡ଼ା, ଗଞ୍ଜାମ, ଗଜପତି, କନ୍ଧମାଳ, ନବରଙ୍ଗପୁର, ବଲାଙ୍ଗିର, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ ଓ ଯାଜପୁର ଜିଲ୍ଲାପାଇଁ ସତର୍କ ସୂଚନା ଜାରି ରହିଛି। ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଏପରି ପାଗ ରହିବାର ସମ୍ଭାବନା। ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ପ୍ରଭାବ […]
ଧାମରା : ଭଦ୍ରକ ଜିଲ୍ଲା ଧାମରା ବନ୍ଦରର ଦ୍ୱିତୀୟ ପର୍ଯ୍ୟାୟ ସଂପ୍ରସାରଣର ଶୁଭ ଉଦଘାଟନ। ବନ୍ଦର ସମ୍ପ୍ରସାରଣ କାର୍ଯ୍ୟର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଧାମରା ବନ୍ଦରରେ ବୃହତ ମାଲବାହୀ ଏବଂ ଫର୍ଟିଲାଇଜର ବର୍ଥର ଆରମ୍ଭ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଧାମରା ବନ୍ଦର ଯୋଗୁ ରାଜ୍ୟରେ ସାର ସଙ୍କଟ ଦୂରୀଭୂତ ହେବା ସହ କୃଷିର ବିକାଶ ହୋଇଛି ଏବଂ ଯୁବକଯୁବତୀଙ୍କ ଲାଗି ନିଯୁକ୍ତି ସୁଯୋଗ ମିଳିବ। ଏହାସହ ମୁଖ୍ୟମନ୍ତ୍ରୀ ଭଦ୍ରକରେ ଅଦାନୀ ଡିଏଭି […]
ମୟୂରଭଂଜ : ମୟୂରଭଂଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ବରଭି କିରିକିଚିଆ ଅଙ୍ଗନୱାଡି କେନ୍ଦ୍ରର ପିଣ୍ଡାରୁ ଏକ ୩ ମାସର ଶିଶୁକନ୍ୟା ଉଦ୍ଧାର। ଶିଶୁଙ୍କୁ ଉଦ୍ଧାର କରିବା ପରେ ସ୍ଥାନୀୟ ଆଶାକର୍ମୀଙ୍କୁ ଖବର ଦେଇଥିଲେ ଲୋକେ। ଆଶାକର୍ମୀଙ୍କ ସହାୟତାରେ ଶିଶୁକୁ ସ୍ଥାନୀୟ ଉଦଳା ମେଡିକାଲରେ ଭର୍ତ୍ତି କରାଯାଇଛି। ଉଦ୍ଧାର ଶିଶୁକନ୍ୟା ମାନସିକ ସ୍ଥିତି ହରାଇଥିବା ଜଣେ ଦିବ୍ୟାଙ୍କ ମହିଳାଙ୍କର ବୋଲି ଆଶାକର୍ମୀ ପ୍ରକାଶ କରିଛନ୍ତି। ସମ୍ପୃକ୍ତ ମହିଳାଙ୍କର ସ୍ୱାମୀ ମେଡିକାଲ ଯାଇ ଉଦ୍ଧାର ଶିଶୁକୁ ଘରକୁ ନେଇଥିବା […]
ନୂଆଦିଲ୍ଲୀ : ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ମହାଠକେଇ ମାମଲାର ସିବିଆଇର ଖୋଳତାଡ ଜାରି ରହିଛି। କେଉଁ ଉପାୟରେ, କିଭଳି ଠକେଇ କଲେ ନିରବ ମୋଦି ଓ ମେହୁଲ ଚୋକସି, ସେନେଇ ସିବିଆଇ ଅନୁସନ୍ଧାନ ଜାରି ରଖିଛି। ଠକେଇ ସମୟରେ ଆରବିଆଇର ପଲିସି କଣ ଥିଲା, ସେନେଇ ଆରବିଆଇର ପୂର୍ବତନ ଡେପୁଟି ଗଭର୍ଣ୍ଣର ଏଚ.ଆର ଖାନଙ୍କୁ ସିବିଆଇ ପଚରାଉଚରା କରିଛି। ଅଭିଯୁକ୍ତ ନିରବ ମୋଦିଙ୍କୁ ଯେଉଁ ସମୟରେ ଏଲଓୟୁ ଜାରି ହୋଇଥିଲା, ସେତେବେଳେ ଆରବିଆଇର ପଲିସି କଣ ଥିଲା, […]
ଯୋଧପୁର: ୨ ରାତି ଜେଲ୍ରେ କାଟିବା ପରେ ମୁକୁଳିବେ ବଲିଉଡ଼୍ ଭାଇଜାନ୍ ସଲମାନ୍ ଖାନ୍। କାରଣ ସଲମାନ୍ଙ୍କୁ ଯୋଧପୁର ସେସନ୍ସ କୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି। ଆଜି ସନ୍ଧ୍ୟା ସୁଦ୍ଧା ସେ ଜେଲ୍ରୁ ବାହାରିବେ ବୋଲି କୁହାଯାଉଛି। ସଲମାନ୍ଙ୍କ ଜେଲ୍ରୁ ବାହାରିବା ଖବର ନେଇ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି। କାରଣ କୃଷ୍ଣସାର ମୃଗ ଶିକାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବଲିଉଡ଼ ସୁପରଷ୍ଟାର ସଲମାନ୍ଙ୍କ ଜାମିନ ଶୁଣାଣିର ରାୟ ଉପରେ ସମସ୍ତଙ୍କ ନଜର ଥିଲା। ଯୋଧପୁର ସେସନ୍ସ କୋର୍ଟରେ […]
ବ୍ରହ୍ମପୁର: ୫୦ ବଖରା ପୋଡି ପାଉଁଶ। ଗଂଜାମ ଜିଲ୍ଲା ଭଞ୍ଜନଗର ବରପାଲି ହରିଜନ ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ସାହିର ପ୍ରାୟ ୫୦ ବଖରା ଘର ପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ୪୦ ପରିବାର ସର୍ବସ୍ୱାନ୍ତ ହୋଇଯାଇଛନ୍ତି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ତେବେ ଗାଁରେ ହିଂସାକାଣ୍ଡ ଘଟିବା ପରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି।
ବଲାଙ୍ଗିର: ବଲାଙ୍ଗିରରେ ଶ୍ୱଶୁର ଘରୁ ଜ୍ୱାଇଁର ଝୁଲନ୍ତା ମୃତଦେହ ଉଦ୍ଧାର। ସୂଚନା ଅନୁସାରେ ଉଡ଼ଇାପାଳ ଗାଁର ଯୁବକ ଜଣକ କଦମ୍ବପଡ଼ା ଗାଁରେ ଶ୍ୱଶୁର ଘରକୁ ଯାଇଥିଲେ। ସେଠାରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଦେଢ଼ ବର୍ଷ ପୂର୍ବେ ଯୁବକ ଜଣକ ୨ଟି ସନ୍ତାନ ଥିବା ଜଣେ ବିବାହିତା ମହିଳାଙ୍କୁ ବିବାହ କରିଥିଲେ। ତେବେ ଯୁବକଙ୍କ ମୃତ୍ୟୁ ହତ୍ୟା କି ଆତ୍ମହତ୍ୟାରୁ ହୋଇଛି ତାହା ଜଣାପଡ଼ିନି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି।
ଯୋଧପୁର:ବଲିଉଡ଼ ସୁପରଷ୍ଟାର ସଲମାନ୍ ଖାନ୍ଙ୍କ ଜାମିନ ଶୁଣାଣିର ରାୟ ଉପରେ ସମସ୍ତଙ୍କ ନଜର। କୋର୍ଟଙ୍କ ନିଷ୍ପତ୍ତିକୁ ଚାହିଁ ରହିଛନ୍ତି ସମସ୍ତେ। ତେବେ ଜଣାପଡ଼ିଛ ଯେ ମଧ୍ୟାହ୍ନ ଭୋଜନ ପରେ ସଲମାନ୍ଙ୍କ ଜାମିନ ଆବେଦନ ଉପରେ ରାୟ ଆସିବ। ଯୋଧପୁର ସେସନ୍ସ କୋର୍ଟରେ ଏହି ଜାମିନ୍ ଆବେଦନର ଶୁଣାଣି ଶେଷ ହୋଇଛି। କୋର୍ଟଙ୍କ ନିଷ୍ପତ୍ତି ଅପରାହ୍ନରେ ଆସିପାରେ ବୋଲି ଜଣାପଡ଼ଛି। ଗତକାଲି ସଲମାନ୍ଙ୍କ ଜାମିନ ଆବେଦନର ଶୁଣାଣି ଥିବାବେଳେ କୋର୍ଟ ଏହାକୁ ଘୁଞ୍ଚାଇ ଦେଇ ଆଜି ଧାର୍ଯ୍ୟ କରିଥିଲେ। […]
ନୂଆଦିଲ୍ଲୀ :୧୮ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳରେ ମୋଟାମୋଟି ଶାନ୍ତିପୂର୍ଣ୍ଣ ଭାବେ ସରିଛି ପ୍ରଥମ ପର୍ଯ୍ୟାୟ ମତଦାନ। ଇଭିଏମରେ ସିଲ୍ ହୋଇଛି ୧୨୩୯ ପ୍ରାର୍ଥୀଙ୍କ ଭାଗ୍ୟ। କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ସୂଚନା ଅନୁସାରେ ପ୍ରଥମ ପର୍ଯ୍ୟାୟରେ ତ୍ରିପୁରାରେ ସର୍ବାଧିକ ୮୧.୮% ମତଦାନ ହୋଇଛି। ସେହିଭଳି ପଶ୍ଚିମବଙ୍ଗରେ ୮୧ ଓ ମଣିପୁରରେ ୭୮.୨ ଭୋଟର ମତଦାନ କରିଛନ୍ତି। ଆନ୍ଧ୍ର ପ୍ରଦେଶ, ଛତିଶଗଡ଼ରେ ସାମାନ୍ୟ ହିଂସାକୁ ଛାଡ଼ିଦେଲେ ଅନ୍ୟ ସ୍ଥାନରେ ପ୍ରାୟତଃ ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ପ୍ରକ୍ରିୟା ଶେଷ […]