ବଜାରରେ ଭେଜାଲ ସାମଗ୍ରୀ ହାଉଜାଉ। ଯେତେ ଖୋଳିତାଡ଼ କଲେ ସେତେ ବାହାରୁଛି ନକଲି ଖାଦ୍ୟ ସାମଗ୍ରୀ। ନକଲି ଅଣ୍ଡା, ନକଲି ଚାଉଳ, ନକଲି ଗୁଟଖା ପରେ ଏବେ ନକଲି ଲୁଣ । ଜଣାଶୁଣା କମ୍ପାନୀ ଟାଟା ନାମରେ ନକଲି ଲୁଣ ବିକ୍ରି ହେଉଛି । ଉତ୍ତରପ୍ରଦେଶର ବୁଲନ୍ଦସହର ବଜାରରେ ନକଲି ଟାଟା ସଲ୍ଟ ବିକ୍ରି ହେଉଥିବା ଘଟଣା ସାମ୍ନାକୁ ଆସିଛି । କମ୍ପାନୀର ଅଧିକାରୀଙ୍କ ଅଭିଯୋଗ ଆଧାରରେ ନକଲି ଲୁଣ ବ୍ୟବସାୟର ପର୍ଦ୍ଦାଫାଶ କରିଛି ପୋଲିସ୍ ।
ଏଥର ଦେଶ ପାଳନ କରିବ ୭୫ତମ ସ୍ୱାଧୀନତା ଦିବସ । ଏହି ଅବସରରେ ପ୍ରତିରକ୍ଷା ବିଭାଗ ପକ୍ଷରୁ ଆୟୋଜିତ ଉତ୍ସବରେ ଯୋଗ ଦେଇ ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ।
ଦେଶରେ ଯାନବାହନ ସ୍କ୍ରାପ୍ ନୀତିର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୁଜରାଟରେ ଇନଭେଷ୍ଟର ସମ୍ମିଳନୀରେ ଯୋଗଦେବା ଅବସରରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ।
କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ପିଲାମାନଙ୍କ କ୍ଷେତ୍ରରେ କରୋନା ସଂକ୍ରମଣକୁ ନେଇ ଅଭିଭାବକ ଏବଂ ପ୍ରଶାସନ ମହଲରେ ଆତଙ୍କ ଖେଳିଯାଇଛି। ଗତ ୧ ରୁ ୧୧ ଅଗଷ୍ଟ ମଧ୍ୟରେ, ୦-୧୮ ବର୍ଷ ବୟସର ୫୪୬ ପିଲା କରୋନା ପଜିଟିଭ୍ ହୋଇଥିବା ଜଣାପଡିଛି। ଏତେ ସଂଖ୍ୟକ ପିଲା କରୋନା ପଜିଟିଭ୍ ହୋଇ ଥିବାରୁ ପିଲାମାନଙ୍କ କ୍ଷେତ୍ରରେ କରୋନା ପ୍ରଭାବର ଭୟ ବଢିବାରେ ଲାଗିଛି। ଏଥିରୁ ଆଶଙ୍କା ପ୍ରକାଶ ପାଇଛି ଯେ ତୃତୀୟ ଲହରରେ ପିଲାମାନଙ୍କ ଉପରେ କୋଭିଡ୍ର ଏକ ବଡ଼ ପ୍ରଭାବ ପଡିପାରେ।
ବ୍ରହ୍ମାଣ୍ଡର ଏବଂ ଏହାର ପିଣ୍ଡର ଉତ୍ପତ୍ତି ଆମର ଜ୍ୟୋତିର୍ବିଜ୍ଞାନୀ ଏବଂ ବୈଜ୍ଞାନିକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ସେମାନେ ଯେ କେବଳ ଆମ ପୃଥିବୀର ସୃଷ୍ଟି ପ୍ରକ୍ରିୟାକୁ ବୁଝିବା ଉପରେ ଅଧିକ ଧ୍ୟାନ ଦେଉଛନ୍ତି ତାହା ନୁହେଁ, ବରଂ ଆମର ସୌର ପ୍ରଣାଳୀର ସୃଷ୍ଟି ଏବଂ ସେହି ସମୟର ଅବସ୍ଥା ବିଷୟରେ ମଧ୍ୟ ଜାଣିବାକୁ ଚେଷ୍ଟା କରୁଛନ୍ତି ଯାହା ଦ୍ୱାରା ସେମାନେ ଜାଣିପାରିବେ ଯେ କେଉଁ ପରିସ୍ଥିତିରେ ପୃଥିବୀ ପରି ଗ୍ରହମାନେ ସୃଷ୍ଟି ହୁଅନ୍ତି।
ସୂଚନା ଅନୁସାରେ, ଗତକାଲି ଜାମ୍ମୁରେ ବିଜେପି ନେତାଙ୍କୁ ଆକ୍ରମଣ ହୋଇଛି। ରଜୌରୀ ଜିଲ୍ଲାର ବିଜେପି ନେତା ଜସବୀର ସିଂହଙ୍କ ଘରେ ଗ୍ରେନେଡ଼୍ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ୫ ଜଣ ଆହତ ମଧ୍ୟ ହୋଇଛନ୍ତି। ତେବେ ଏହି ଆକ୍ରମଣ ପଛରେ ଆତଙ୍କବାଦୀଙ୍କ ହାତ ଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି।
ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ଏବଂ ମହିଳା କଂଗ୍ରେସ ସଭାପତି ସୁସ୍ମିତା ଦେବଙ୍କ ଟ୍ୱିଟର ଆକାଉଣ୍ଟରେ ମଧ୍ୟ ଲକ୍ ହୋଇଛି। କଂଗ୍ରେର କହିବା ଅନୁଯାୟୀ, ପାଖାପାଖି ୫୦୦୦ ରୁ ଅଧିକ ନେତାଙ୍କ ଆକାଉଣ୍ଟକୁ 'ଲକ୍' କରାଯାଇଛି। ତେଣୁ ବର୍ତ୍ତମାନ ସମୟରେ ଏହି ଆକାଉଣ୍ଟରୁ କୌଣସି ତଥ୍ୟ କିମ୍ବା କିଛି ସୂଚନା ପୋଷ୍ଟ କରାଯାଇପାରିବ ନାହିଁ।
ସୁସ୍ଥଙ୍କ ସଂଖ୍ୟା ୩,୧୩,୦୨,୩୪୫ ରେ ପହଞ୍ଚିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବର୍ତ୍ତମାନ ସମୟରେ ଦେଶରେ ୩,୮୫,୨୨୭ ଆକ୍ଟିଭ୍ କେସ ରହିଛି, ଯାହାକୁ ନେଇ ଚିନ୍ତ ପ୍ରକାଶ କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ସୂଚନା ଅନୁସାରେ, ଦେଶରେ ମୋଟ୍ ୫୨,୯୫,୮୨,୯୫୬ ଜଣଙ୍କୁ ଟିକାକରଣ କରାଯାଇଥିବା ବେଳେ ଗତ ୨୪ ଘଂଟାରେ ୫୭,୩୧,୫୭୪ ଜଣ ଭ୍ୟାକ୍ସିନ୍ ନେଇଥିବା ସୂଚନା ମିଳିଛି।
ସେପଟେ ରାସ୍ତା ଉପରେ ବଡ଼ ବଡ଼ ପଥର ଖଣ୍ଡ ଓ ମାଟି ଅତଡ଼ା ରହିଥିବାରୁ ମେସିନ୍ ଲଗାଇ ଏହାକୁ ହଟାଇବାକୁ ଉଦ୍ୟମ ଜାରି ରହିଛି। ତେବେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଉଦ୍ଧାର କର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଅମିତ ଶାହ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ସହ ସମସ୍ତ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇସାରିଛନ୍ତି।
୧୧ ଅଗଷ୍ଟରେ ସମ୍ପୃକ୍ତ ମହିଳାଙ୍କ ମୃତ୍ୟୁ ହୋଇଥିବା ନେଇ ପରିବାର ପକ୍ଷରୁ କୁହାଯାଇଛି କିନ୍ତୁ କେଉଁ କାରଣରୁ ତାଙ୍କର ପ୍ରାଣ ଯାଇଥିଲା ସେନେଇ କୌଣସି ତଥ୍ୟ ମିଳିନଥିଲା କିନ୍ତୁ ଆଜି ମେଡ଼ିକାଲ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। ଏହାସହ ମୁମ୍ବାଇ ମହାନଗର ନିଗମ ବିଏମସି ପକ୍ଷରୁ ସରକାରଙ୍କ ପକ୍ଷରୁ ମଧ୍ୟ ଏକ ସୂଚନା ଦିଆଯାଇଛି। ଯେଉଁଥିରେ କୁହାଯାଇଛି, ବର୍ତ୍ତମାନ ମୁମ୍ବାଇରେ କେବଳ ୭ ଡେଲ୍ଟା ପ୍ଲସ୍ ମାମଲା ସକ୍ରିୟ ରହିଛି।
ସେପଟେ, ନାବାଳକଙ୍କ ମାଆ କହିଛନ୍ତି, ଅଗଷ୍ଟ ୩ ତାରିଖରେ ନିଜ ସାଙ୍ଗ ଘରକୁ ଯାଉଥିବା କହି ଘରୁ ବାହାରିଥିଲା ପୁଅ। କିନ୍ତୁ ଘରକୁ ଆଉ ଫେରିନଥିଲା। ରାତି ଅଧିକ ହେବାରୁ ମୁଁ ଅନେକ ସାଙ୍ଗଙ୍କୁ ଫୋନ୍ କରିଥିଲି କିନ୍ତୁ ସେମାନେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ତେଣୁ ବ୍ୟସ୍ତ ହୋଇ ଥାନାର ଦ୍ୱାରସ୍ଥ ହେଲି ବୋଲି ମୃତ ନାବାଳକଙ୍କ ପୁଅ କହିଛନ୍ତି।
ବିଜେପି ନେତାଙ୍କ ଆକ୍ରମଣରେ ପାଖାପାଖି ୫ ଜଣ ଗୁରୁତର ଆହତ ହୋଇଥିବା ନେଇ ସୂଚନା ମିଳିଛି। ସମସ୍ତ ଆହତଙ୍କୁ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ତେବେ ପୂର୍ବରୁ ମଧ୍ୟ ଅନେକ ବିଜେପି ନେତା ଆତଙ୍କୀଙ୍କ ଟାର୍ଗେଟ୍ରେ ରହିଛନ୍ତି। ଅଗଷ୍ଟ ୯ରେ ଆତଙ୍କବାଦୀମାନେ ଜାମ୍ମୁ କାଶ୍ମୀରର ଅନନ୍ତନାଗରେ ବିଜେପି ନେତା ଗୁଲାମ ରସୁଲ ଦାର ଏବଂ ତାଙ୍କ ପତ୍ନୀଙ୍କୁ ଗୁଳି କରି ହତ୍ୟା କରିଥିଲେ। ତେବେ ସେ କିଷାନ୍ କମିଟିର ନେତା ଥିଲେ।
ଏବେ ସୁଦ୍ଧା ଆଫଗାନିସ୍ତାନର ପ୍ରାୟ ୬୫ ପ୍ରତିଶତ ଅଞ୍ଚଳକୁ ତାଲିବାନ ନିଜ କବଜାକୁ ନେଇସାରିଛି। ଯାହା ମଧ୍ୟରେ ବହୁ ପ୍ରମୁଖ ସହର, ବାଣିଜ୍ୟ କେନ୍ଦ୍ର ଓ ପ୍ରାନ୍ତୀୟ ରାଜଧାନୀ ଥିବା ଆମେରିକୀୟ ଗୁଇନ୍ଦା ସଂସ୍ଥା ପକ୍ଷରୁ କୁହାଯାଇଛି। ଅଫଗାନିସ୍ତାନର ୩୪ଟି ପ୍ରାନ୍ତୀୟ ରାଜଧାନୀରୁ ୧୦ଟିକୁ ମାତ୍ର ସପ୍ତାହକ ଭିତରେ ତାଲିବାନ ନିଜ ଦଖଲକୁ ନେଇଛି ।
ଆଫଗାନୀସ୍ତାନରେ ସ୍ଥିତି ବିଗୁଡ଼ୁଥିବାରୁ ବିଦେଶ ମନ୍ତ୍ରାଳୟ ପ୍ରତିକ୍ରିୟା ରଖିଛି । ଆଫଗାନୀସ୍ତାନରେ ସୁରକ୍ଷା ସ୍ଥିତି ବିଗୁଡ଼ିଥିବାରୁ ଆମେ ଚିନ୍ତିତ ବୋଲି କହିଛି MEA ।
ଏହାସହ କୋର୍ଟ କହିଛନ୍ତି ଯେ ଯଦି ହାଇସ୍କୁଲ ସାର୍ଟିଫିକେଟ୍ରେ ରେକର୍ଡ ହୋଇଥିବା ଜନ୍ମ ତାରିଖକୁ ବିରୋଧ କରାଯାଏ କିମ୍ବା ଏହାର ବିଶ୍ୱସନୀୟତା ଉପରେ ପ୍ରଶ୍ନ କରାଯାଏ, ତେବେ ସ୍ଥାନୀୟ ପୌରସଂସ୍ଥା କିମ୍ବା ପଞ୍ଚାୟତ ପକ୍ଷରୁ ଦିଆଯାଇଥିବା ଜନ୍ମ ପ୍ରମାଣ ହିଁ ବୈଧ ରହିବ। ନଚେତ୍ ଡାକ୍ତରଖାନାରୁ ଦିଆଯାଇଥିବା ରିପୋର୍ଟ ଗ୍ରହଣ କରାଯାଇପାରିବ । କେବଳ ଏତିକି ନୁହେଁ ବରଂ ଅଦାଲତ ଆହୁରି ମଧ୍ୟ କହିଛନ୍ତି ଯେ ଆଧାର କାର୍ଡ, ପାନ କାର୍ଡରେ ରେକର୍ଡ ହୋଇଥିବା ଜନ୍ମ ତାରିଖ ଉପରେ ବୟସ ନିର୍ଣ୍ଣୟ ଚୂଡାନ୍ତ ନୁହେଁ।
କୁନି ଝିଅର ଅନୁରୋଧ ରଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସଂସଦରେ ୧୦ ବର୍ଷର ଝିଅ ଅନିଶାଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ତେବେ ଏହି ସାକ୍ଷାତକାର ଯେତିକି ରୋଚକ ତାଠୁ ଅଧିକ ରୋଚକ ଏହା ପଛର କାହାଣୀ ।
ସୂଚନା ଅନୁସାରେ ଆତଙ୍କୀଙ୍କ ବିରୋଧରେ ଯୱାନମାନେ ଅପରେସନ୍ ଚାଲୁରଖିଥିବା ସମୟରେ ଆତଙ୍କୀମାନେ ହଠାତ୍ ଯୱାନଙ୍କ ଉପରକୁ ଗୁଳିମାଡ଼ କରିଥିଲେ। କାଶ୍ମୀରର ଦକ୍ଷିଣ ଅଞ୍ଚଳ କୁଲଗ୍ରାମରେ ଏହି ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଆକ୍ରମଣରେ କୌଣସି ଭାରତୀୟ ଯୱାନ ଆହତ ହୋଇଥିବା ନେଇ କୌଣସି ସୂଚନା ମିଳିନାହିଁ। ଆକ୍ରମଣ ପରେ ସୁରକ୍ଷାବଳୟ ପୂରା ଆତଙ୍କବାଦୀଙ୍କୁ ଘେରି ରହିଥିବା ଜଣାପଡ଼ିଛି।
ସାମ୍ନାକୁ ଆସିଲା ରାଜ୍ୟସଭାରେ ମହିଳା ସୁରକ୍ଷାକର୍ମୀଙ୍କୁ ଧସ୍ତାଧସ୍ତି କରିବାର ଭିଜୁଆଲ । ରାଜ୍ୟସଭାରେ ଗତକାଲି ଘଟିଥିବା ଅପ୍ରିତିକର ଘଟଣାର ଚିତ୍ର ସାମ୍ନାକୁ ଆସିଛି। ଏଥିରେ ସ୍ପଷ୍ଟ ବାରି ହୋଇପଡ଼ୁଛି ଯେ, କେମିତି ମହିଳା ସାଂସଦ ମାନେ ରାଜ୍ୟସଭା ସୁରକ୍ଷାରେ ମୁତୟନ ଥିବା ମହିଳା ସୁରକ୍ଷାକର୍ମୀଙ୍କୁ ଧସ୍ତାଧସ୍ତି କରୁଛନ୍ତି
ଏନସିପି ନେତା ଶରଦ ପାୱାରଙ୍କ ସହ ଅନେକ ରାଜ୍ୟର ହେଭିୱେଟ୍ଙ୍କୁ ଆସନ୍ତା ୨୦ରେ ଆୟୋଜିତ ହେଉଥିବା ବୈଠକକୁ ନିମନ୍ତ୍ରଣ କରାଯାଇଛି। କୁହାଯାଉଛି ମଧ୍ୟାହ୍ନ କିମ୍ବା ରାତ୍ରୀ ଭୋଜନ ସମୟରେ ବିରୋଧୀମାନଙ୍କ ସହ ଆଲୋଚନା କରିପାରନ୍ତି ସୋନିଆ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଚଳିତ ମୌସୁମୀ ଅଧିବେଶନରେ ବିରୋଧୀମାନେ ଏକଜୁଟ୍ ହୋଇ ମୋଦି ସରକାରକୁ ପ୍ରବଳ କଟାକ୍ଷ କରିଥିଲେ
କୌଣସି କାରଣରୁ ଦୁଇ ଜଣ ଝଗଡା ଲାଗିଥିଲେ। ଆଉ ସେମାନଙ୍କ ଝଗଡ଼ାର ସମାଧାନ କରିବା ଲାଗି ତୃତୀୟ ପକ୍ଷ ପହଞ୍ଚିଥିଲେ। କେବଳ ପହଞ୍ଚିଥିଲେ ତାହା ନୁହେଁ ବରଂ ଉଭୟଙ୍କୁ ବୁଝାସୁଝା ମଧ୍ୟ କରିଥିଲେ। କିନ୍ତୁ ଦୁଃଖର କଥା ତାଙ୍କୁ ହିଁ ସେମାନେ ହତ୍ୟା କରିଦେଲେ। ଆଉ ଏହି ଘଟଣା ଜଣାପଡ଼ିବା ପରେ ସାରା ମହାରାଷ୍ଟ୍ରରେ ଏହାକୁ ନେଇ ଚର୍ଚ୍ଚା ଚାଲିଛି। ଏହି ଘଟଣାଟି ଗତକାଲି ଘଟିଥିବା ନେଇ ସୂଚନା ମିଳିଛି।
ବାଙ୍ଗାଲୋର ପରି ଏକ ବଡ ସହରରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି ସଂକ୍ରମଣ। ବେଙ୍ଗାଲୁରୁ ପ୍ରଶାସନ ଦେଇଥିବା ସୂଚନା ଅନୁସାରେ, କରୋନାରେ ସଂକ୍ରମିତ ହୋଇଥିବା ପିଲାଙ୍କ ମଧ୍ୟରେ ୧୨୭ ଜଣ ପିଲା ୯ ବର୍ଷ ପର୍ଯ୍ୟନ୍ତ ରହିଥିବା ବେଳେ ୧୦ ରୁ ୧୯ ବର୍ଷ ମଧ୍ୟରେ ୧୭୪ ଜଣ ଆକ୍ରାନ୍ତ ହୋଇଛନ୍ତି। କେବଳ ଅଗଷ୍ଟ ୫ ରୁ ୧୦ ମଧ୍ୟରେ ଏମାନେ ଆକ୍ରାନ୍ତ ହୋଇଛନ୍ତି ଯାହାକୁ ନେଇ ଚିନ୍ତା ବଢିବାରେ ଲାଗିଛି।
ପେଗାସସ୍ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଆମେ ସରକାରଙ୍କୁ କହିଲୁ, ଏହାସହ ଆମେ କୃଷକ, ମୁଦ୍ରାସ୍ଫୀତି ପ୍ରସଙ୍ଗ ଉଠାଇଲୁ କିନ୍ତୁ ସେ ସମ୍ପର୍କରେ ଆଲୋଚନା କଲେ ନାହିଁ ରାହୁଲ। ଏହା ନିଶ୍ଚିତ ଭାବରେ ଗଣତନ୍ତ୍ରର ହତ୍ୟା। ସମ୍ବିଧାନକୁ କେନ୍ଦ୍ର ସରକାର ବାରମ୍ବାର ହତ୍ୟା କରୁଛନ୍ତି ଏବଂ ବିମୁଦ୍ରୀକରଣ-ଜିଏସ୍ଟି ପ୍ରୟୋଗ କରି ଛୋଟ ଶିଳ୍ପକୁ ସରାକର ନଷ୍ଟ କରୁଥିବା ରାହୁଲ କହିଛନ୍ତି।
କଂଗ୍ରେସର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲ୍ ଲକ୍ । ଟ୍ୱିଟର ଏବଂ କଂଗ୍ରେସ ମଧ୍ୟରେ ବିବାଦ କ୍ରମାଗତ ଭାବେ ବୃଦ୍ଧି ପାଉଛି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଟ୍ୱିଟର ହ୍ୟାଣ୍ଡେଲ୍ ପରେ ଏବେ କଂଗ୍ରେସ ଦଳର ଟ୍ୱିଟର ଟ୍ୱିଟର ହ୍ୟାଣ୍ଡେଲକୁ ମଧ୍ୟ ଲକ୍ କରାଯାଇଛି । ଗୁରୁବାର ଦିନ ଟ୍ୱିଟର ହ୍ୟାଣ୍ଡେଲ୍ ଲକ କରାଯାଇଥିବା କଥା କହିଛି କଂଗ୍ରେସ । ଏହି ସୂଚନା କଂଗ୍ରେସ ଦ୍ୱାରା ଫେସବୁକରେ ଦିଆଯାଇଛି।
ଏହାସହ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗତ ୨୪ ଘଂଟାରେ ଦେଶରେ ମୋଟ୍ ୩୯,୦୬୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ମୋଟ୍ ଉପରେ ଏବେ ଦେଶରେ କରୋନାରୁ ସୁସ୍ଥ ହେଲେଣି୩,୧୨,୬୦,୦୫୦ ଜଣ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏବେ ବି ଦେଶରେ ଆକ୍ଚିଭ୍ କେସ୍ର ସଂଖ୍ୟା ୩,୮୭,୯୮୭ ରହିଛି। ଯାହାକୁ ନେଇ ସରକାରଙ୍କ ଚିନ୍ତା ବଢିଛି।
ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବାହାର କରିବା ପାଇଁ ବହୁ ଉଦ୍ୟମ କରିବାକୁ ପଡିଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାରଟି ପୂରା କଣ୍ଟେନର୍ ଭିତରକୁ ପଶିଯାଇଛି । ଫଳରେ ମୃତ ଦେହ ବାହାର କରିବକୁ ଗ୍ୟାସ କଟରରେ କାରକୁ କଟାଯାଇଥିଲା