• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ନକଲି ଲୁଣ ବିକ୍ରି କରି ଗ୍ରାହକଙ୍କୁ ଠକୁଥିଲେ

  • ନକଲି ଅଣ୍ଡା, ନକଲି ଚାଉଳ, ନକଲି ଗୁଟଖା ପରେ ଏବେ ନକଲି ଲୁଣ ଜବତ 

ବୁଲନ୍ଦସହର : ବଜାରରେ ଭେଜାଲ ସାମଗ୍ରୀ ହାଉଜାଉ। ଯେତେ ଖୋଳିତାଡ଼ କଲେ ସେତେ ବାହାରୁଛି ନକଲି ଖାଦ୍ୟ ସାମଗ୍ରୀ। ନକଲି ଅଣ୍ଡା, ନକଲି ଚାଉଳ, ନକଲି ଗୁଟଖା ପରେ ଏବେ ନକଲି ଲୁଣ । ଜଣାଶୁଣା କମ୍ପାନୀ ଟାଟା ନାମରେ ନକଲି ଲୁଣ ବିକ୍ରି ହେଉଛି । ଉତ୍ତରପ୍ରଦେଶର ବୁଲନ୍ଦସହର ବଜାରରେ ନକଲି ଟାଟା ସଲ୍ଟ ବିକ୍ରି ହେଉଥିବା ଘଟଣା ସାମ୍ନାକୁ ଆସିଛି । କମ୍ପାନୀର ଅଧିକାରୀଙ୍କ ଅଭିଯୋଗ ଆଧାରରେ ନକଲି ଲୁଣ ବ୍ୟବସାୟର ପର୍ଦ୍ଦାଫାଶ କରିଛି ପୋଲିସ୍ । ତିନୋଟି ଦୋକାନରେ ରେଡ କରି ଅସଲି ଲୁଣ ପରି ଦେଖାଯାଉଥିବା ନକଲି ଲୁଣ ଜବତ କରିଛି ପୋଲିସ୍, ଏବଂ ତିନି ଦୋକାନୀକୁ ମଧ୍ୟ ଗିରଫ କରିଛି । ଏହି ପରିପ୍ରେକ୍ଷୀରେ ଏକ ମାମାଲା ରୁଜୁ ହୋଇଥିବା ବେଳେ ସିକନନ୍ଦରାବାଦ ପୋଲିସ ପୁରା ନକଲି ମାଲକୁ ସିଲ୍ କରିଛି।

ଦେଖିବାକୁ ଅବିକଳ ଟାଟା ସଲ୍ଟ ପରି । ସେହି ପ୍ୟାକିଂ, ଜରିର ରଙ୍ଗ ସମାନ । ଦେଖିଲେ କେହି ବି ଧୋକା ଖାଇଯିବ । ବୁଲନ୍ଦସହର ବଜାରରେ ଟାଟା ନାମରେ ନକଲି ଲୁଣ ବିକ୍ରି ହେଉଥିବା ନେଇ କମ୍ପାନୀ ପକ୍ଷରୁ ଅଭିଯୋଗ କରାଯାଇଥିଲା । ଏହି ମାମଲାରେ ଦିଲ୍ଲୀର କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟରୁ ଆସିଥିବା ଟିମ୍ ପୋଲିସ ନିକଟରେ ଅଭିଯୋଗ କରିଛିଥିଲେ । ଟାଟା କମ୍ପାନୀର ପ୍ୟାକ୍ସିଂ ପରି ଟାଟା କମ୍ପାନୀ ନାମରେ ଲୁଣ ବିକ୍ରି ହେଉଥିବା ସିକନ୍ଦରାବାଦ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଏହି ମାମଲାରେ ପୋଲିସ ଅଧିକାରୀଙ୍କ ସହ ସିକନ୍ଦରାବାଦର ୩ଟି ଦୋକାନ ଉପରେ ଚଢ଼ାଇ କରିଥିଲା । ଆଉ ବଜାରରୁ ଅସଲି ଟାଟା ସଲ୍ଟ ପରି ଦେଖାଯାଉଥିବା ତିନୋଟି ଅଖା ନକଲି ଟାଟା ଲୁଣ ଜବତ କରାଯାଇଛି ।

କିଛି ଲାଭଖୋର ବ୍ୟବସାୟୀ କମ୍ପାନୀ ନାମରେ ଏକ କିଲୋଗ୍ରାମ ଲୁଣ ପ୍ୟାକ୍ କରି ବଜାରରେ ବିକ୍ରି କରୁଥିବା ଜଣାପଡ଼ଛି । କିନ୍ତୁ ପ୍ୟାକେଟକୁ ଧ୍ୟାନର ସହ ଦେଖିଲେ, ଏହା ନକଲି ବୋଲି ଜଣାପଡ଼ିଯାଉଛି । ଏକ୍ସପାଇରୀ ଡେଟ୍, ବ୍ୟାଚ୍ ନମ୍ବର ଆଦି ପ୍ୟାକେଟରେ ଲେଖାନଥିଲା ।

ସୂଚନାଯୋଗ୍ୟ ଏବେ ବଜାରରେ ପାନମସଲା ଠାରୁ ଆରମ୍ଭ କରି ଖାଦ୍ୟ, ସସ୍, କୋଲଡ ଡ୍ରିକ୍ସ, ମଦ, ଚାଉଳ, ଅଣ୍ଡା ସବୁ କିଛିର ନକଲି ବେପାର କରୁଛନ୍ତି କିଛି ଅସାଧୁ ବ୍ୟବସାୟୀ । ନାମୀ ଦାମୀ ବ୍ରାଣ୍ଡର ସିଲ୍ ଲଗାଇ ମାର୍କେଟକୁ ଛଡ଼ାଯାଉଛି ନକଲି ସମାଗ୍ରୀ । କମ୍ ଦାମରେ ବିକ୍ରି ହେଉଥିବାରୁ ଗ୍ରାହକ ବି ଖୁସ୍ । ଆଉ କିଛି ତ ସେହି ଦାମରେ ବିକ୍ରି କରୁଛନ୍ତି । କିନ୍ତୁ ଗ୍ରାହକ ଜାଣିପାରୁ ନାହାନ୍ତି । ଅପମିଶ୍ରିତ ଓ ନକଲି ସାମଗ୍ରୀ ଉପରେ ଲଗାତର ଚଢାଉ ପରେ ଟେନ୍‌ସନ୍‌ରେ ପଡ଼ିଯାଇଛନ୍ତି ଖାଉଟି।