Advertisment

ଭୟଙ୍କର ହେଉଛି ଡେଲ୍‌ଟା ପ୍ଲସ୍‌ ସଂକ୍ରମଣ: ୬୩ ବର୍ଷୀୟା ମହିଳାଙ୍କ ଗଲା ଜୀବନ

୧୧ ଅଗଷ୍ଟରେ ସମ୍ପୃକ୍ତ ମହିଳାଙ୍କ ମୃତ୍ୟୁ ହୋଇଥିବା ନେଇ ପରିବାର ପକ୍ଷରୁ କୁହାଯାଇଛି କିନ୍ତୁ କେଉଁ କାରଣରୁ ତାଙ୍କର ପ୍ରାଣ ଯାଇଥିଲା ସେନେଇ କୌଣସି ତଥ୍ୟ ମିଳିନଥିଲା କିନ୍ତୁ ଆଜି ମେଡ଼ିକାଲ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। ଏହାସହ ମୁମ୍ବାଇ ମହାନଗର ନିଗମ ବିଏମସି ପକ୍ଷରୁ ସରକାରଙ୍କ ପକ୍ଷରୁ ମଧ୍ୟ ଏକ ସୂଚନା ଦିଆଯାଇଛି। ଯେଉଁଥିରେ କୁହାଯାଇଛି, ବର୍ତ୍ତମାନ ମୁମ୍ବାଇରେ କେବଳ ୭ ଡେଲ୍‌ଟା ପ୍ଲସ୍‌ ମାମଲା ସକ୍ରିୟ ରହିଛି।

author-image
Sarbeswar
ଅଦ୍ୟତନ ହୋଇଛି
ଭୟଙ୍କର ହେଉଛି ଡେଲ୍‌ଟା ପ୍ଲସ୍‌ ସଂକ୍ରମଣ: ୬୩ ବର୍ଷୀୟା ମହିଳାଙ୍କ ଗଲା ଜୀବନ

delta-plus-variant

ମୁମ୍ବାଇ: ଡେଲ୍‌ଟା ନେଲା ଜୀବନ। ମୁମ୍ବାଇରେ ଡେଲ୍‌ଟା ପ୍ଲସ୍‌ କରୋନା ସଂକ୍ରମିତଙ୍କ ଗଲା ଜୀବନ। କୁହାଯାଇଛି ଡେଲ୍‌ଟା ପ୍ଲସ୍‌ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟଣା ମୁମ୍ବାଇରେ ପ୍ରଥମ। ସୂଚନା ଅନୁସାରେ ମୁମ୍ବାଇର ଘାଟ୍‌କାପୁର ଅଂଚଳରେ ଜଣେ ୬୩ ବର୍ଷୀୟ ମହିଳା କରୋନା ସଂକ୍ରମିତ ହୋଇ ଜୁଲାଇ ମାସରୁ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ। ସ୍ଥାନୀୟ ମେଡ଼ିକାଲର ରିପୋର୍ଟ ଅନୁସାରେ ଡେଲ୍‌ଟା ପ୍ଲସ୍‌ ଭାଇରସ୍‌ ହିଁ ମୃତ୍ୟୁର କାରଣ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମୃତ ମହିଳା ଜଣକ କରୋନା ଭ୍ୟାକ୍ସିନ୍‌ର ଡବଲ ଡୋଜ୍‌ ମଧ୍ୟ ନେଇଛନ୍ତି। ପୂର୍ବରୁ ମଧ୍ୟ ମୁମ୍ବାଇରେ ଡେଲ୍‌ଟା ପ୍ଲସ୍‌ ଭାଇରସ୍‌ରେ ୨ ଜଣଙ୍କ ଜୀବନ ଯାଇଥିଲେ ସୁଦ୍ଧା ମୃତର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ। ୧୦ ଜୁନ୍‌ରେ ମୁମ୍ବାଇରେ ପ୍ରଥମ ଡେଲ୍‌ଟା ପ୍ଲସ୍‌ ଭାଇରସ୍‌ ମୃତ୍ୟୁ ମାମଲା ସାମ୍ନାକୁ ଆସିଥିଲା।

Advertisment

୧୧ ଅଗଷ୍ଟରେ ସମ୍ପୃକ୍ତ ମହିଳାଙ୍କ ମୃତ୍ୟୁ ହୋଇଥିବା ନେଇ ପରିବାର ପକ୍ଷରୁ କୁହାଯାଇଛି କିନ୍ତୁ କେଉଁ କାରଣରୁ ତାଙ୍କର ପ୍ରାଣ ଯାଇଥିଲା ସେନେଇ କୌଣସି ତଥ୍ୟ ମିଳିନଥିଲା କିନ୍ତୁ ଆଜି ମେଡ଼ିକାଲ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। ଏହାସହ ମୁମ୍ବାଇ ମହାନଗର ନିଗମ ବିଏମସି ପକ୍ଷରୁ ସରକାରଙ୍କ ପକ୍ଷରୁ ମଧ୍ୟ ଏକ ସୂଚନା ଦିଆଯାଇଛି। ଯେଉଁଥିରେ କୁହାଯାଇଛି, ବର୍ତ୍ତମାନ ମୁମ୍ବାଇରେ କେବଳ ୭ ଡେଲ୍‌ଟା ପ୍ଲସ୍‌ ମାମଲା ସକ୍ରିୟ ରହିଛି। ଯାହାକୁ ନେଇ ଏବେ ଚିନ୍ତା ବଢିଛି। କେବଳ ଏତିକି ନୁହେଁ ବରଂ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ସଜାଗ ହୋଇଛି। କେଉଁଠୁ ଓ କେମିତି ଏହି ଭ୍ୟାରିଆଂଟ୍‌ରେ ଲୋକମାନେ ସଂକ୍ରମିତ ହେଉଛନ୍ତି ତାହା ଖୋଜାଯାଉଥିବା କହିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ।

Advertisment

ପ୍ରାଣ ହରାଇଥିବା ମହିଳାଙ୍କ ପରିବାର ସହ ବିଏମସ୍‌ ଯୋଗାଯୋଗ ମଧ୍ୟ କରିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମହିଳାଙ୍କ ସମ୍ପର୍କରେ ଆସିଥିବା ଅନ୍ୟ ଦୁଇ ଜଣ ମଧ୍ୟ ଡେଲଟା ପ୍ଲସ୍ ଭାରିଆଣ୍ଟରେ ଆକ୍ରାନ୍ତ ହୋଇଛନ୍ତି । ମୁମ୍ବାଇ ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟ ଡ. ମଙ୍ଗଳା ଗୋମାରେ କହିଛନ୍ତି ଯେ ଡେଲଟା ପ୍ଲସ୍ ଭାରିଆଣ୍ଟ ଯୋଗୁଁ ଜଣେ ୬୩ ବର୍ଷୀୟା ମହିଳାଙ୍କ ପ୍ରାଣ ଯାଇଛି।

ଏହାସହ ମହିଳାଙ୍କ ସମ୍ପର୍କରେ ଆସିଥିବା ଅନ୍ୟ ୬ ଜଣଙ୍କ ସ୍ୱାସ୍ଥ୍ୟବସ୍ଥାକୁ ମଧ୍ୟ ଯାଞ୍ଚ କରାଯାଇଥିଲା। ତେବେ ୬ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ମଧ୍ୟରେ ଡେଲଟା ପ୍ଲସ୍ ଭାଇରସ୍‌ ଥିବା ସୂଚନା ମିଳିଛି। କୁହାଯାଉଛି ଡେଲ୍‌ଟା ପ୍ଲସ୍‌ ଭ୍ୟାରିଆଂଟ୍‌ ଅଧିକ ବିପଦପୂର୍ଣ୍ଣ। ସେପଟେ ମହାରାଷ୍ଟ୍ରରେ ଅଧିକ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହେଉଥିବାରୁ ଏବେ ରାଜ୍ୟ ସରକାରଙ୍କ ବଢିଛି ଚିନ୍ତା।

Delta Plus Coroanvirus India Maharashtra COVID-19
Advertisment
Advertisment