Advertisment

ବିଜେପି ନେତାଙ୍କ ଉପରେ ଗ୍ରେନେଡ଼୍‌ ଆକ୍ରମଣ: ୫ ଗୁରୁତର ଆହତ

ବିଜେପି ନେତାଙ୍କ ଆକ୍ରମଣରେ ପାଖାପାଖି ୫ ଜଣ ଗୁରୁତର ଆହତ ହୋଇଥିବା ନେଇ ସୂଚନା ମିଳିଛି। ସମସ୍ତ ଆହତଙ୍କୁ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ତେବେ ପୂର୍ବରୁ ମଧ୍ୟ ଅନେକ ବିଜେପି ନେତା ଆତଙ୍କୀଙ୍କ ଟାର୍ଗେଟ୍‌ରେ ରହିଛନ୍ତି। ଅଗଷ୍ଟ ୯ରେ ଆତଙ୍କବାଦୀମାନେ ଜାମ୍ମୁ କାଶ୍ମୀରର ଅନନ୍ତନାଗରେ ବିଜେପି ନେତା ଗୁଲାମ ରସୁଲ ଦାର ଏବଂ ତାଙ୍କ ପତ୍ନୀଙ୍କୁ ଗୁଳି କରି ହତ୍ୟା କରିଥିଲେ। ତେବେ ସେ କିଷାନ୍‌ କମିଟିର ନେତା ଥିଲେ।

author-image
Sarbeswar
ଅଦ୍ୟତନ ହୋଇଛି
ବିଜେପି ନେତାଙ୍କ ଉପରେ ଗ୍ରେନେଡ଼୍‌ ଆକ୍ରମଣ: ୫ ଗୁରୁତର ଆହତ

bjp leader attack

ଶ୍ରୀନଗର: ଜାମ୍ମୁରେ ବିଜେପି ନେତାଙ୍କୁ ଆକ୍ରମଣ। ରଜୌରୀ ଜିଲ୍ଲାର ବିଜେପି ନେତା ଜସବୀର ସିଂହଙ୍କ ଘରେ ଗ୍ରେନେଡ଼୍‌ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ୫ ଜଣ ଆହତ ମଧ୍ୟ ହୋଇଛନ୍ତି। ତେବେ ଏହି ଆକ୍ରମଣ ପଛରେ ଆତଙ୍କବାଦୀଙ୍କ ହାତ ଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି। ଆଉ ଆକ୍ରମଣ ସମ୍ପର୍କରେ ଜଣାପଡ଼ିବା ପରେ ସ୍ଥାନୀୟ ଅଂଚଳକୁ ତତ୍‌କ୍ଷଣାତ୍‌ ପୋଲିସ ନାକାବନ୍ଦୀ କରିଦେଇଛି। ଘଟଣାସ୍ଥଳରେ ପୋଲିସ୍‌ ଏଡ଼ିଜି ପହଞ୍ଚିଛନ୍ତି। ଆକ୍ରମଣ କେମିତି ହେଲା ଓ କିଏ କଲା ତାହାର ତଦନ୍ତ ଚାଲିଛି।

Advertisment

ବିଜେପି ନେତାଙ୍କ ଆକ୍ରମଣରେ ପାଖାପାଖି ୫ ଜଣ ଗୁରୁତର ଆହତ ହୋଇଥିବା ନେଇ ସୂଚନା ମିଳିଛି। ସମସ୍ତ ଆହତଙ୍କୁ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ତେବେ ପୂର୍ବରୁ ମଧ୍ୟ ଅନେକ ବିଜେପି ନେତା ଆତଙ୍କୀଙ୍କ ଟାର୍ଗେଟ୍‌ରେ ରହିଛନ୍ତି। ଅଗଷ୍ଟ ୯ରେ ଆତଙ୍କବାଦୀମାନେ ଜାମ୍ମୁ କାଶ୍ମୀରର ଅନନ୍ତନାଗରେ ବିଜେପି ନେତା ଗୁଲାମ ରସୁଲ ଦାର ଏବଂ ତାଙ୍କ ପତ୍ନୀଙ୍କୁ ଗୁଳି କରି ହତ୍ୟା କରିଥିଲେ। ତେବେ ସେ କିଷାନ୍‌ କମିଟିର ନେତା ଥିଲେ।

Advertisment

ସେପଟେ, ଆତଙ୍କବାଦୀ ଆକ୍ରମଣରେ ଜାମ୍ମୁ କାଶ୍ମୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଦୁଃଖ ପ୍ରକାଶ କରିଛନ୍ତି। ଗତ ବର୍ଷ ଜୁଲାଇ ୮ ରେ ବିଜେପି ନେତା ୱାସିମ ବରୀ, ତାଙ୍କ ଭାଇ ଏବଂ ବାପାଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଥିଲେ। ଏହା ପରେ ଅଗଷ୍ଟ ୯ରେ କୁଲଗାମର ଅଖରାନ ନାଉପୁରାରେ ବିଜେପି ନେତା ତଥା ସରପଞ୍ଚ ଆରିଫ ଅହମ୍ମଦଙ୍କ ଉପରେ ଏକ ମର୍ମନ୍ତୁଦ ଆକ୍ରମଣ କରାଯାଇଥିଲା। ଏଥି ସହିତ ଅକ୍ଟୋବର ୬ରେ ଜିଲ୍ଲା ବିଜେପି ଉପାଧ୍ୟକ୍ଷ ଗୁଲାମ କାଦିରଙ୍କୁ ଗାଣ୍ଡରବାଲରେ ହତ୍ୟା କରାଯାଇଥିଲା। ଏଥିସହ ବୁଦ୍ଧଗାମରେ ମଧ୍ୟ ବିଜେପି କର୍ମୀ ତଥା ବିଡିସି ସଭାପତି ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାଣ ହରାଇଥିଲେ।

ଅନ୍ୟପକ୍ଷରେ ସ୍ୱାଧୀନତା ଦିବସ ଯୋଗୁଁ ଜାମ୍ମୁ କାଶ୍ମୀରର ସୁରକ୍ଷା ବାହିନୀ ସମ୍ପୂର୍ଣ୍ଣ ସଜାଗ ହୋଇରହିଛନ୍ତି। କୌଣସି ପ୍ରତିକୂଳ ପରିସ୍ଥିତିର ମୁକାବିଲା ଲାଗି ସେନା ପ୍ରସ୍ତୁତ ଥିବା ବରିଷ୍ଠ ପ୍ରଶାସନିକ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି। ଆକ୍ରମଣ ପରେ ସୁରକ୍ଷାବାହିନୀ କଡ଼ାକଡ଼ି ପେଟ୍ରୋଲିଂ ଚଳାଇଛନ୍ତି। କେବଳ ଏତିକି ନୁହେଁ ବରଂ ଡ୍ରୋନ ମାଧ୍ୟମରେ ଆତଙ୍କୀଙ୍କ ପତା ଲଗାଯାଉଥିବା ନେଇ ସୂଚନା ମିଳିଛି।

India BJP Leader JammuKashmir
Advertisment
Advertisment