• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏଥର ଦେଶ ପାଳନ କରିବ ୭୫ତମ ସ୍ୱାଧୀନତା ଦିବସ । ଏହି ଅବସରରେ ପ୍ରତିରକ୍ଷା ବିଭାଗ ପକ୍ଷରୁ ଆୟୋଜିତ ଉତ୍ସବରେ ଯୋଗ ଦେଇ ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ । ୨୦୪୭ରେ ଦେଶ ସ୍ୱାଧୀନତାର ଶହେ ବର୍ଷ ପାଳନ କରିବ । ଏହାକୁ ଆଉ ମାତ୍ର ୨୫ ବର୍ଷ ରହିଥିବା ବେଳେ ଆମକୁ ଗୋଟିଏ ଭାରତ ଏବଂ ଶ୍ରେଷ୍ଠ ଭାରତ ଗଢିବାକୁ ଅଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ।

୭୫ତମ ସ୍ୱାଧୀନତା ଦିବସ ଅବସରରେ ଭାରତୀୟ କୋଷ୍ଟ ଗାର୍ଡ ପକ୍ଷରୁ ଶହେଟି ଦୀପପୁଂଜରେ ଜାତୀୟ ପତାକା ଲହରାଇବା କାର୍ଯ୍ୟକ୍ରମ ରହିଛି । ଆଜାଦୀ କା ଅମ୍ରିତ ମହୋତ୍ସବ କାର୍ଯ୍ୟକ୍ରମର ଏହା ଏକ ଅଂଶବିଶେଷ ହେବ । ପ୍ରତିରକ୍ଷା ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

ସେହିଭଳି ସ୍ୱାଧୀନତା ଦିବସ ଅବସରରେ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଦେଶର ସୁରକ୍ଷା ନେଇ ଗୁରୁତ୍ୱାରୋପ କରିଛନ୍ତି ମିଳିତ ସେନା ମୁଖ୍ୟ ଜେନେରାଲ ବିପିନ ରାଓ୍ୱତ । ଅନେକ ସମୟରେ ଦେଶକୁ ବିଭିନ୍ନ ପଟୁ ଆକ୍ରମଣର ଶିକାର ହେବାକୁ ପଡୁଛି । ଏହାକୁ ନେଇ ଆମକୁ ଦେଶର ସୈନ୍ୟବାହିନୀ ତଥା ଅନ୍ୟ ସୁରକ୍ଷା ସଂଗଠନର ସାମର୍ଥ୍ୟକୁ ଆହୁରି ଶକ୍ତିଶାଳୀ କରିବାକୁ ପଡିବ । ଆମ ଦେଶ ଏକ ଶାନ୍ତି ପ୍ରିୟ ରାଷ୍ଟ୍ର । କିନ୍ତୁ ଅନେକ ସମୟରେ ଦେଶ ପ୍ରତି ବିପଦ ଥିବାରୁ, ଆମର ଯବାନଙ୍କୁ ଯୁଦ୍ଧ ପାଇଁ ପ୍ରସ୍ତୁତ କରି ରଖିବାକୁ ପଡିବ ବୋଲି କହିଛନ୍ତି ସିଡିଏସ୍ ଜେନେରାଲ ବିପିନ ରାଓ୍ୱତ ।