Advertisment

କୁଲଗ୍ରାମ୍‌ରେ ଏନକାଉଣ୍ଟର: ୨ ଆତଙ୍କବାଦୀ ନିପାତ, ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ

ସୂଚନା ଅନୁସାରେ, ଗତକାଲି ଜାମ୍ମୁରେ ବିଜେପି ନେତାଙ୍କୁ ଆକ୍ରମଣ ହୋଇଛି। ରଜୌରୀ ଜିଲ୍ଲାର ବିଜେପି ନେତା ଜସବୀର ସିଂହଙ୍କ ଘରେ ଗ୍ରେନେଡ଼୍‌ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ୫ ଜଣ ଆହତ ମଧ୍ୟ ହୋଇଛନ୍ତି। ତେବେ ଏହି ଆକ୍ରମଣ ପଛରେ ଆତଙ୍କବାଦୀଙ୍କ ହାତ ଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି।

author-image
Sarbeswar
ଅଦ୍ୟତନ ହୋଇଛି
କୁଲଗ୍ରାମ୍‌ରେ ଏନକାଉଣ୍ଟର: ୨ ଆତଙ୍କବାଦୀ ନିପାତ, ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ

Jammu Encounter

ଶ୍ରୀନଗର:ଜାମ୍ମୁରେ ଏନକାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। କୁଲଗ୍ରାମ୍‌ରେ ସେନା-ଆତଙ୍କୀ ମୁହାଁମୁହିଁ ହୋଇଥିଲେ। ତେବେ ୨ ଜଣ ଆତଙ୍କବାତୀ ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଥିବା ନେଇ ସୂଚନା ମିଳିଛି। ତେବେ ଆତଙ୍କୀଙ୍କ ପାଖରୁ ରକେଟ୍‌ ଲଂଚର୍ ସହ ଅନେତ ମାରଣାସ୍ତ୍ର ଜବତ କରିଛି ସେନା। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନେ ପାକିସ୍ତାନର ବୋଲି ସୂଚନା ରହିଛି।

Advertisment

ତେବେ ଗୋଟିଏ ଦିନ ପରେ ସ୍ୱାଧୀନତା ଦିବସ ରହିଥିବାରୁ ସୀମାପାର୍‌ କରି ଦେଶରେ ପ୍ରବେଶ କରିପାରନ୍ତି ଆତଙ୍କୀ ବୋଲି ପୂର୍ବରୁ ଗୁଇନ୍ଦା ସୂଚନା ରହିଥିଲା। ତେଣୁ ସୀମାରେ ସୁରକ୍ଷାବାହିନୀ ସଜାଗ ରହିଛନ୍ତି। ଆଉ ଯେଉଁ ସମୟରେ ଆତଙ୍କୀମାନେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଛନ୍ତି ସେମାନଙ୍କୁ କଡ଼ା ଜବାବ ଦେଉଛି ଭାରତୀୟ ସେନା। ଏହି ଏନକାଉଣ୍ଟରରେ ୨ ସାଧାରଣ ଲୋକ ଓ ଦୁଇ ଜଣ ସ୍ଥାନୀୟ ଲୋକ ଗୁରୁତର ଆହତ ମଧ୍ୟ ହୋଇଛନ୍ତି।

Advertisment

ଏଠାରେ କହିରଖୁଛୁ, କି ଗତକାଲି ରାତିରେ ବିଏସ୍ଏଫ୍ ଯବାନଙ୍କ ଉପରେ ଆତଙ୍କୀମାନେ ଆକ୍ରମଣ କରିଥିଲେ। କୁଲଗାମର ମାଲପୁରା ଅଂଚଳରେ ଏହି ଆକ୍ରମଣ ହୋଇଥିବା ବେଳେ କୌଣସି ଯୱାନ ଆହତ ହୋଇନଥିବା ଜଣାପଡ଼ିଛି। ତେବେ କେତେ ଆତଙ୍କୀ ଲୁଚିଛନ୍ତି ସେନେଇ ଏବେ ବି କମ୍ବିଂ ଅପରେସନ୍‌ ଚଳାଇଛି ସେନା।

ସୂଚନା ଅନୁସାରେ, ଗତକାଲି ଜାମ୍ମୁରେ ବିଜେପି ନେତାଙ୍କୁ ଆକ୍ରମଣ ହୋଇଛି। ରଜୌରୀ ଜିଲ୍ଲାର ବିଜେପି ନେତା ଜସବୀର ସିଂହଙ୍କ ଘରେ ଗ୍ରେନେଡ଼୍‌ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ୫ ଜଣ ଆହତ ମଧ୍ୟ ହୋଇଛନ୍ତି। ତେବେ ଏହି ଆକ୍ରମଣ ପଛରେ ଆତଙ୍କବାଦୀଙ୍କ ହାତ ଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି। ଆଉ ଆକ୍ରମଣ ସମ୍ପର୍କରେ ଜଣାପଡ଼ିବା ପରେ ସ୍ଥାନୀୟ ଅଂଚଳକୁ ତତ୍‌କ୍ଷଣାତ୍‌ ପୋଲିସ ନାକାବନ୍ଦୀ କରିଦେଇଛି। ଘଟଣାସ୍ଥଳରେ ପୋଲିସ୍‌ ଏଡ଼ିଜି ପହଞ୍ଚିଛନ୍ତି। ଆକ୍ରମଣ କେମିତି ହେଲା ଓ କିଏ କଲା ତାହାର ତଦନ୍ତ ଚାଲିଛି। ଏପଟେ ସେନାର ଗୁଳିରେ ୨ ଆତଙ୍କୀ ପ୍ରାଣ ହରାଇଛନ୍ତି।

ଗତକାଲି ଅପରାହ୍ନରେ ମଧ୍ୟ, କମ୍ବିଂ ଅପରେସନ୍‌ କରୁଥିବାବେଳେ ଅଚାନକ୍‌ ବିଏସଏଫଙ୍କ ଉପରେ ଆକ୍ରମଣ କରିଥିଲେ ଆତଙ୍କୀ। ଆଉ ଆକ୍ରମଣର କଡ଼ା ଜବାବ ଦେବାକୁ ଯାଇ ଆତଙ୍କୀ ଉପରେ ପ୍ରବଳ ଗୁଳିବର୍ଷା କରିଥିଲେ ଭାରତୀୟ ଯୱାନ। କୁହଯାଉଛି ଯୱାନଙ୍କ ଆକ୍ରମଣର ସାମ୍ନା ନକରି ପାରି ଆତଙ୍କୀମାନେ ଛତ୍ରଭଙ୍ଗ ଦେଇଥିଲେ।

ଭାରତକୁ ଆତଙ୍କୀଙ୍କୁ ଅନୁପ୍ରବେଶ ଉଦ୍ୟମ ଚଳାଇଛି ପାକିସ୍ତାନ । ସୁଧୁରୁନି ଶତ୍ରୁ ଦେଶ, ଲଗାତାର ଭାରତ ବିରୋଧୀ ଷଡ଼ଯନ୍ତ୍ରରେ ଲିପ୍ତ ରହୁଛି । ଅଗଷ୍ଟ ୧୫ ପୂର୍ବରୁ ଜମ୍ମୁ କାଶ୍ମୀରରେ ପାକିସ୍ତାନର ଏକ ବଡ ଆତଙ୍କବାଦୀ ଷଡଯନ୍ତ୍ରର ଖୁଲାସା । ଭାରତ-ପାକିସ୍ଥାନ ସୀମାରେ ପାକିସ୍ତାନ ନିଜର ଲଞ୍ଚ ପ୍ୟାଡକୁ ପୁଣି ଥରେ ସକ୍ରିୟ କରିଛି ବୋଲି ଜାମ୍ମୁ କାଶ୍ମୀର ପୋଲିସ ସୂଚନା ଦେଇଛି । ଲଞ୍ଚିଂ ପ୍ୟାଡରେ ପ୍ରାୟ ଦୁଇ ଶହ ପଚାଶ ଆତଙ୍କବାଦୀ ଜାମ୍ମୁ କାଶ୍ମୀରକୁ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଛନ୍ତି ବୋଲି ଜଣାପଡ଼ିଛି।

India BSF Encounter JammuKashmir
Advertisment
Advertisment