Advertisment

ଆଫଗାନିସ୍ତାନ ସ୍ଥିତି ସଙ୍ଗୀନ: ଭାରତୀୟଙ୍କୁ ଫେରି ଆସିବାକୁ ଅପିଲ୍‌ କଲା ନୂଆଦିଲ୍ଲୀ

ଏବେ ସୁଦ୍ଧା ଆଫଗାନିସ୍ତାନର ପ୍ରାୟ ୬୫ ପ୍ରତିଶତ ଅଞ୍ଚଳକୁ ତାଲିବାନ ନିଜ କବଜାକୁ ନେଇସାରିଛି। ଯାହା ମଧ୍ୟରେ ବହୁ ପ୍ରମୁଖ ସହର, ବାଣିଜ୍ୟ କେନ୍ଦ୍ର ଓ ପ୍ରାନ୍ତୀୟ ରାଜଧାନୀ ଥିବା ଆମେରିକୀୟ ଗୁଇନ୍ଦା ସଂସ୍ଥା ପକ୍ଷରୁ କୁହାଯାଇଛି। ଅଫଗାନିସ୍ତାନର ୩୪ଟି ପ୍ରାନ୍ତୀୟ ରାଜଧାନୀରୁ ୧୦ଟିକୁ ମାତ୍ର ସପ୍ତାହକ ଭିତରେ ତାଲିବାନ ନିଜ ଦଖଲକୁ ନେଇଛି ।

author-image
Sarbeswar
ଆଫଗାନିସ୍ତାନ ସ୍ଥିତି ସଙ୍ଗୀନ: ଭାରତୀୟଙ୍କୁ ଫେରି ଆସିବାକୁ ଅପିଲ୍‌ କଲା ନୂଆଦିଲ୍ଲୀ

Afghan

ନୂଆଦିଲ୍ଲୀ: ଧୀରେ ଧୀରେ ଆଫଗାନିସ୍ତାନରେ କାୟା ବିସ୍ତାର କରୁଛି ଆତଙ୍କୀ ସଙ୍ଗଠନ ତାଲିବାନ। ଖବର ସରବରାହ ସଂସ୍ଥା AFP ଅନୁସାରେ ଆଫଗାନିସ୍ତାର ଦ୍ୱିତୀୟ ବୃହତ ସହର କାନ୍ଦାହାରକୁ ନିଜ କବଜାକୁ ନେଇଥିବା ଦାବି କରିଛି ତାଲିବାନ। ଗତକାଲି ହେରାତ ସହରକୁ ଦଖଲ କରିଥିଲା ତାଲିବାନ୍। ପୂର୍ବରୁ ଗଜ୍ନୀ ସହରକୁ କବ୍ଜାକୁ ନେବା ପରେ ମାତ୍ର ୧୫୦ କିଲୋମିଟର ଦୂରରେ ଥିବା ରାଜଧାନୀ କାବୁଲ୍ ଅଭିମୁଖେ ତାଲିବାନ ଅଗ୍ରସର ହେଉଥିବା ନେଇ ଖବର ପ୍ରକାଶ ପାଇଥିଲା। ଆଉ ମାତ୍ର ୯୦ ଦିନରେ ଆଫଗାନିସ୍ତାନର ରାଜଧାନୀକୁ ତାଲିବାନ ଦଖଲ କରିପାରେ ବୋଲି ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି। ଏବେ ସୁଦ୍ଧା ଆଫଗାନିସ୍ତାନର ପ୍ରାୟ ୬୫ ପ୍ରତିଶତ ଅଞ୍ଚଳକୁ ତାଲିବାନ ନିଜ କବଜାକୁ ନେଇସାରିଛି। ଯାହା ମଧ୍ୟରେ ବହୁ ପ୍ରମୁଖ ସହର, ବାଣିଜ୍ୟ କେନ୍ଦ୍ର ଓ ପ୍ରାନ୍ତୀୟ ରାଜଧାନୀ ଥିବା ଆମେରିକୀୟ ଗୁଇନ୍ଦା ସଂସ୍ଥା ପକ୍ଷରୁ କୁହାଯାଇଛି। ଅଫଗାନିସ୍ତାନର ୩୪ଟି ପ୍ରାନ୍ତୀୟ ରାଜଧାନୀରୁ ୧୦ଟିକୁ ମାତ୍ର ସପ୍ତାହକ ଭିତରେ ତାଲିବାନ ନିଜ ଦଖଲକୁ ନେଇଛି ।

Advertisment

ରାଜଧାନୀକୁ ଯୋଡ଼ୁଥିବା ପ୍ରମୁଖ ସଡ଼କପଥ କାବୁଲ-କାନ୍ଦାହାର୍ ହାଇେଓ୍ୱ ବି ତାଲିବାନ ହାତକୁ ଯାଇଛି । ସେପଟେ ଆଫଗାନିସ୍ତାନରେ ସ୍ଥିତି ନେଇ ଭାରତ ପକ୍ଷରୁ ତୀକ୍ଷ୍ଣ ନଜର ରଖାଯାଇଥିବା ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଆଫଗାନିସ୍ତାନରେ ଥିବା ଭାରତୀୟଙ୍କୁ ତୁରନ୍ତ ଫେରିଆସିବାକୁ ନୂଆଦିଲ୍ଲୀ ପକ୍ଷରୁ ଅପିଲ କରାଯାଇଛି। ଅନ୍ୟପକ୍ଷରେ ଆଫାଗାନିସ୍ତାନରେ ଥିବା ଆମେରିକୀୟ ସୈନ୍ୟଙ୍କୁ ଉଦ୍ଧାର ପାଇଁ ପେଣ୍ଟାଗନ ପକ୍ଷରୁ ୩ ହଜାର ସୈନ୍ୟଙ୍କୁ ପଠାଯାଇଛି ।

ସେପଟେ, ଆଫଗାନୀସ୍ତାନରେ ସ୍ଥିତି ବିଗୁଡ଼ିଥିବାରୁ ବିଦେଶ ମନ୍ତ୍ରାଳୟ ପ୍ରତିକ୍ରିୟା ରଖିଛି । ଆଫଗାନୀସ୍ତାନରେ ସୁରକ୍ଷା ସ୍ଥିତି ବିଗୁଡ଼ିଥିବାରୁ ଆମେ ଚିନ୍ତିତ ବୋଲି କହିଛି MEA । ସେଠାରେ ଥିବା ହିନ୍ଦୁ ଓ ଶିଖ୍ ସଂପ୍ରଦାୟ ସହ ଯୋଗାଯୋଗରେ ଅଛୁ, ଆମେ ସେମାନଙ୍କୁ ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇଦେବୁ ବୋଲି କହିଛି MEA । ଆଫଗାନୀସ୍ତାନର ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଥିବା ମଧ୍ୟ କହିଛି MEA ।

Advertisment

ବର୍ତ୍ତମାନ ଆଫ୍‌ଗାନିସ୍ତାନର ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ । ଏବେ ସୁଦ୍ଧା ଆଫଗାନିସ୍ତାନର ୩ ଭାଗରୁ ୨ ଭାଗ ଅର୍ଥାତ୍ ପ୍ରାୟ ୬୫ ପ୍ରତିଶତ ଅଞ୍ଚଳକୁ ତାଲିବାନୀ ଆତଙ୍କୀ କବ୍‌ଜା କରିସାରିଛି । ଯାହା ମଧ୍ୟରେ ବହୁ ପ୍ରମୁଖ ସହର, ବାଣିଜ୍ୟ କେନ୍ଦ୍ର ଓ ପ୍ରାନ୍ତୀୟ ରାଜଧାନୀ ଥିବା ଆମେରିକୀୟ ଗୁଇନ୍ଦା ସଂସ୍ଥା ପକ୍ଷରୁ କୁହାଯାଇଛି ।

Afghanistan India Taliban
Advertisment
Advertisment