Advertisment

ଦେଶରେ ଆଜି ସାମାନ୍ୟ କମିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଜାଣନ୍ତୁ ଆଜି କେତେ ଜଣ କରୋନାରେ ହେଲେ ଆକ୍ରାନ୍ତ

ଦେଶରେ ଆଜି ସାମାନ୍ୟ କମିଛି ମହାମାରୀ। ଗତ ୨୪ ଘଂଟାରେ ଦେଶରେ ମୋଟ୍‌ ୩୮,୯୪୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବଂ ୨୧୯ ଜଣଙ୍କ ପ୍ରାଣ ନେଇଛି ମହାମାରୀ। ତେବେ ଭାରତରେ ଆଜି ମୃତକଙ୍କ ସଂଖ୍ୟା ମଧ୍ୟ କମ୍‌ ରହିଥିବା ସୂଚନା ମିଳିଛି

author-image
Sarbeswar
corona

corona

ନୂଆଦିଲ୍ଲୀ: ଦେଶରେ ଆଜି ସାମାନ୍ୟ କମିଛି ମହାମାରୀ। ଗତ ୨୪ ଘଂଟାରେ ଦେଶରେ ମୋଟ୍‌ ୩୮,୯୪୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବଂ ୨୧୯ ଜଣଙ୍କ ପ୍ରାଣ ନେଇଛି ମହାମାରୀ। ତେବେ ଭାରତରେ ଆଜି ମୃତକଙ୍କ ସଂଖ୍ୟା ମଧ୍ୟ କମ୍‌ ରହିଥିବା ସୂଚନା ମିଳିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ଆଜିର ଆକ୍ରାନ୍ତଙ୍କୁ ମିଶାଇ ୩,୩୦,୨୭,୬୨୧ ଦେଶରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ରହିଥିବା ବେଳେ ମୃତକଙ୍କ ସଂଖ୍ୟା ୪,୪୦,୭୭୨ରେ ପହଞ୍ଚିଛି। ଯାହାକୁ ନେଇ କେନ୍ଦ୍ର ସରକାର ଚିନ୍ତା ବ୍ୟକ୍ତ କରିଛନ୍ତି। କେବଳ ଏତିକି ନୁହେଁ ବରଂ ଗତ ୨୪ ଘଂଟାରେ ଦେଶରେ ୪୩,୯୦୩ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଥିବା ନେଇ ସୂଚନା ରହିଛି। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏବେ ବି ଦେଶରେ ୪,୦୪,୮୭୪ ଆକ୍ଟିଭ୍‌ କେସ୍‌ ରହିଛି।

Advertisment

ଏପଟେ, ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୬୦୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୨୨ ଜଣ ଥିବା ଜଣାଯାଇଛି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ୩୫୪ ଜଣ ଥିବାବେଳେ ଲୋକାଲ କେସ୍ ୨୫୫ ଥିବା ଜଣାଯାଇଛି। ସେହିପରି ରାଜ୍ୟରୁ ଆଉ ୮ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ତଥ୍ୟ ଅନୁଯାୟୀ, ଅନୁଗୁଳ ଜିଲ୍ଲାରୁ ୧୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ବାଲେଶ୍ୱରରୁ ୨୧, ବରଗଡ଼ରୁ ୯, ଭଦ୍ରକରୁ ୧୮, ବଲାଙ୍ଗିରରୁ ୪, କଟକରୁ ୧୧୩, ଦେବଗଡ଼ରୁ ୪, ଢେଙ୍କାନାଳରୁ ୮, ଗଜପତିରୁ ୧, ଗଂଜାମରୁ ୫, ଜଗତସିଂହପୁରରୁ ୨୨, ଯାଜପୁରରୁ ୩୧, ଝାରସୁଗୁଡ଼ାରୁ ୫, କେନ୍ଦ୍ରାପଡ଼ାରୁ ୧୩, କେନ୍ଦୁଝରରୁ ୮, ଖୋର୍ଦ୍ଧାରୁ ୧୮୮, କୋରାପୁଟରୁ ୬, ମାଲକାନଗିରିରୁ ୧, ମୟୂରଭଂଜ- ୨୧, ରାୟଗଡ଼ାରୁ ୭, ନବରଙ୍ଗପୁରରୁ ୫, ନୟାଗଡ଼ରୁ ୫, ପୁରୀରୁ ୨୦, ସମ୍ବଲପୁରରୁ୧୬, ସୁବର୍ଣ୍ଣପୁରରୁ ୨, ସୁନ୍ଦରଗଡ଼ରୁ ୯ ଏବଂ ଷ୍ଟେଟପୁଲରୁ ୪୫ ଜଣ କରୋନା ପଜିଟିଭ ବାହାରିଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୨ ହଜାର ୧୬୭କୁ ବୃଦ୍ଧି ପାଇଛି।

Advertisment
Odisha Coronavirus India COVID19
Advertisment
Advertisment