Advertisment

ଆଇସିୟୁରେ ଭର୍ତ୍ତି ହେଲେ ଅକ୍ଷୟ କୁମାରଙ୍କ ମା’

ବଲିଉଡ୍ ଅଭିନେତା ଅକ୍ଷୟ କୁମାରଙ୍କ ମା’ ଅରୁଣା ଭାଟିଆଙ୍କ ସ୍ୱାସ୍ଥ୍ୟ ସମସ୍ୟା ନେଇ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କିଛିଦିନ ହେବ ସେ ଅସୁସ୍ଥ ହୋଇପଡିଥିଲେ। ବର୍ତ୍ତମାନ ତାଙ୍କୁ ମୁମ୍ବାଇର ହୀରାନନ୍ଦାନୀ ହସ୍ପିଟାଲରେ ଆଇସିୟୁରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ ଅକ୍ଷୟ କୁମାର ତାଙ୍କ ଅସୁସ୍ଥ ମା’ଙ୍କୁ ଦେଖିବା ନେଇ ସୋମବାର ସକାଳେ ବ୍ରିଟେନରୁ ସୁଟିଂ ଛାଡି ମୁମ୍ବାଇ ଫେରିଆସିଛନ୍ତି।

author-image
Pramod Behera
Akshay Kumar

Akshay Kumar

ମୁମ୍ବାଇ : ବଲିଉଡ୍ ଅଭିନେତା ଅକ୍ଷୟ କୁମାରଙ୍କ ମା’ ଅରୁଣା ଭାଟିଆଙ୍କ ସ୍ୱାସ୍ଥ୍ୟ ସମସ୍ୟା ନେଇ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କିଛିଦିନ ହେବ ସେ ଅସୁସ୍ଥ ହୋଇପଡିଥିଲେ। ବର୍ତ୍ତମାନ ତାଙ୍କୁ ମୁମ୍ବାଇର ହୀରାନନ୍ଦାନୀ ହସ୍ପିଟାଲରେ ଆଇସିୟୁରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ ଅକ୍ଷୟ କୁମାର ତାଙ୍କ ଅସୁସ୍ଥ ମା’ଙ୍କୁ ଦେଖିବା ନେଇ ସୋମବାର ସକାଳେ ବ୍ରିଟେନରୁ ସୁଟିଂ ଛାଡି ମୁମ୍ବାଇ ଫେରିଆସିଛନ୍ତି। ଅକ୍ଷୟ କୁମାର ବର୍ତ୍ତମାନ ତାଙ୍କ ଫିଲ୍ମ ‘ସିଣ୍ଡ୍ରେଲା’ର ସୁଟିଂ ପାଇଁ ୟୁକେ ଯାଇଥିଲେ।

Advertisment
Akshay Kumarଅକ୍ଷୟ କୁମାର

ଅକ୍ଷୟଙ୍କୁ ଯେତେବେଳେ ତାଙ୍କ ମା’ଙ୍କ ଅସୁସ୍ଥତା ଖବର ମିଳିଲା ସେ ତୁରନ୍ତ ବ୍ରିଟେନ୍ ଛାଡି ମୁମ୍ବାଇ ଚାଲିଆସିଲେ ମା’ଙ୍କ ପାଖରେ ରହିବା ପାଇଁ। କିନ୍ତୁ ସେ ଫିଲ୍ମ ନିର୍ମାତାଙ୍କୁ କହିଆସିଛନ୍ତି ଯେ ଫିଲ୍ମର ଏଭଳି ସିନ୍ ସୁଟିଂ କରିବା ଜାରି ରଖନ୍ତୁ ଯେଉଁଥିରେ ତାଙ୍କର କୌଣସି ଭୂମିକା ନାହିଁ। ସେ ବିଶ୍ୱାସ କରନ୍ତି ଯେ କୌଣସି ବି ବ୍ୟକ୍ତିଗତ କାରଣରୁ କାମ ବନ୍ଦ ହୋଇଯିବା ଉଚିତ ନୁହେଁ।

Advertisment

ଅକ୍ଷୟ କୁମାର ତାଙ୍କ ମା’ଙ୍କୁ ବହୁତ ଭଲ ପାଆନ୍ତି। ଏମିତିରେ ସେ ତାଙ୍କ ମା’ଙ୍କୁ ଛାଡି ଦୂରରେ ରହିପାରନ୍ତି ନାହିଁ। ଏନେଇ ସେ ଯେତେବେଳେ ତାଙ୍କ ମା’ଙ୍କର ଏଭଳି ଦୁଃଖ ଖବର ଶୁଣିଲେ ସେ କିଭଳି ବା ତାଙ୍କୁ ଛାଡି ସୁଟିଂରେ ବ୍ୟସ୍ତ ରହିଥାନ୍ତେ। ତେଣୁ ସେ ତୁରନ୍ତ ମୁମ୍ବାଇ ଧାଇଁଆସିଲେ। ଏକ ଖବରରୁ ଜଣାଯାଏ ଯେ ଶୁକ୍ରବାର ସନ୍ଧ୍ୟାରେ ଅରୁଣା ଭାଟିଆଙ୍କୁ ଡାକ୍ତରଖାନାରେ ଭର୍ତ୍ତିକରାଯାଇଛି। କିନ୍ତୁ ପରିବାର ଆଗ୍ରହ ନେଇ ତାଙ୍କ ଟ୍ରିଟ୍‌ମେଣ୍ଟର ଡିଟେଲ୍ସକୁ ଲୁଚେଇ ରଖାଯାଇଥିଲା।

Akshay Kumarଅକ୍ଷୟ କୁମାର

ପୂର୍ବ ବର୍ଷ ଅକ୍ଷୟ କୁମାର ଫିଲ୍ମ ‘ବେଲ୍‌ ବଟମ୍‌’ର ସୁଟିଂ ଲଣ୍ଡନରେ କରୁଥିଲେ। ଏହି ଅବସରରେ ସେ ତାଙ୍କ ମା’ଙ୍କ ସହିତ ସମୟ କଟେଇବା ନେଇ ଏକ ପୋଷ୍ଟ୍‌ ସେୟାର କରିଥିଲେ। ସେ କହିଥିଲେ ଯେ ତାଙ୍କର ବ୍ୟସ୍ତବହୁଳ ଜୀବନରୁ ସେ ସମୟ ବାହାର କରି ତାଙ୍କ ମା’ଙ୍କ ସହ କାଟନ୍ତି। ସେ ଲେଖିଥିଲେ ଯେ “ସୁଟିଂ ଚାଲିଥିଲେ ବି ଏପଟ ସେପଟ କରି ଲଣ୍ଡନରେ ମା’ଙ୍କ ସହିତ ସମୟ କାଟୁଛି। ଆପଣ ଯେତେ ବି ବଡ ହୁଅନ୍ତୁ, ଯେତେ ବି ବ୍ୟସ୍ତ ରୁହନ୍ତୁ ଏହା ଭୁଲନ୍ତୁ ନାହିଁ ଯେ ଆପଣଙ୍କ ବାପା-ମା ବି ବୟଷ୍କ ହେଉଛନ୍ତି। ତେବେ ଯେତେବେଳେ ସମୟ ହେଉଛି ତାଙ୍କ ସହ ବିତାନ୍ତୁ।”

ଅକ୍ଷୟଙ୍କ ବର୍ତ୍ତମାନ୍ ସିଟିଂ ଚାଲୁଥିବା ଫିଲ୍ମ ‘ସିଣ୍ଡ୍ରେଲା’ ଏକ ସୋଇକୋଲୋଜିକାଲ୍ ଥ୍ରୀଲର ସିନେମା। ଏଥିରେ ତାଙ୍କ ସହିତ ରକୁଲ୍ ପ୍ରୀତ ସିଂହ ନଜର ଆସିବେ। ଏହି ଫିଲ୍ମର ନିର୍ଦ୍ଦେଶନା ରଞ୍ଜିତ୍ ତିୱାରୀ କରୁଛନ୍ତି। ଏହା ସହିତ ଅକ୍ଷୟ କୁମାର ରକ୍ଷାବନ୍ଧନ, ରାମ ସେତୁ, ସୂର୍ଯ୍ୟବଂଶୀ ଓ ଅନ୍ତରଙ୍ଗୀରେ ବି ନଜର ଆସିବେ।

Mumbai Akshay Kumar
Advertisment
Advertisment