Advertisment

ପିପିଇ କିଟ୍‌ ପିନ୍ଧି ରୋଗୀ ଦେଖୁଥିଲେ ଡାକ୍ତର: ଭୂତ ଭୂତ କହି ପାଟି କଲେ ରୋଗୀ, ଆଉ ତା’ପରେ ହେଲା କଣ?

ଏମିତି ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣ ହସି ହସି ବେଦମ ହୋଇଯିବେ। ଦେଖିବାକୁ ମିଳୁଛି ଯେ, ଜଣେ ଡାକ୍ତର ପିପିଇ କିଟ୍‌ ପିନ୍ଧି ଜଣେ ରୋଗୀଙ୍କ ପାଖକୁ ଯାଉଛନ୍ତି। ଆଉ ରୋଗୀ ଜଣକ ଭୂତ ଭୂତ କହି ପାଟି କରୁଛନ୍ତି। ଆଉ ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ଦେଖିବାକୁ ମିଳୁଛି କି, ଡାକ୍ତର ଜଣକ ରୋଗୀଙ୍କ ପାଖରେ ପହଞ୍ଚୁଛନ୍ତି।

author-image
Sarbeswar
ppe kit doctor

ppe kit doctor

ନୂଆଦିଲ୍ଲୀ: କରୋନା ମହାମାରୀରେ ଛଟପଟ ହେଉଛନ୍ତି ଲୋକେ। ଦ୍ୱିତୀୟ ଲହରରେ ଘାଇଲା ହୋଇଗଲା ପୂରା ଦେଶ। ତେବେ କରୋନାରେ ଯୁଝି ହୋଇ ଏବେ ବି ଅନେକ ଲୋକ ବିଛଣାରେ ପଡ଼ିଛନ୍ତି। ଆଉ ସେମାନଙ୍କୁ ଚିକିତ୍ସା ଯୋଗାଇ ଦେବା ଲାଗି ଡାକ୍ତରମାନେ ମଧ୍ୟ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି। କରୋନା ମହାମାରୀ ଅତି ଭୟଙ୍କର ହୋଇଥିବାରୁ ରୋଗୀଙ୍କ ପାଖକୁ ଗଲେ ଡାକ୍ତରମାନେ ପିପିଇ କିଟ୍‌ ପିନ୍ଧି ଯିବାକୁ ବାଧ୍ୟ ହେଉଛନ୍ତି। ତେବେ ଏହାରି ମଧ୍ୟରେ ଏମିତି ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣ ହସି ହସି ବେଦମ ହୋଇଯିବେ। ଦେଖିବାକୁ ମିଳୁଛି ଯେ, ଜଣେ ଡାକ୍ତର ପିପିଇ କିଟ୍‌ ପିନ୍ଧି ଜଣେ ରୋଗୀଙ୍କ ପାଖକୁ ଯାଉଛନ୍ତି। ଆଉ ରୋଗୀ ଜଣକ ଭୂତ ଭୂତ କହି ପାଟି କରୁଛନ୍ତି। ଆଉ ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ଦେଖିବାକୁ ମିଳୁଛି କି, ଡାକ୍ତର ଜଣକ ରୋଗୀଙ୍କ ପାଖରେ ପହଞ୍ଚୁଛନ୍ତି।

Advertisment

ଆଉ ଡାକ୍ତରଙ୍କୁ ଧଳା ପୋଷାକରେ ଦେଖି ଡ଼ରିଯାଉଛନ୍ତି ରୋଗୀ। ଏହାପରେ ପାଟି କରୁଛନ୍ତି, ଚିତ୍କାର ବି କରୁଛନ୍ତି। ରୋଗୀ ଏତେ ଜୋରରେ ପାଟି କରୁଛନ୍ତି ଯେ, ତାଙ୍କ ପାଖରେ ଥିବା ଅନ୍ୟ ରୋଗୀମାନେ ମଧ୍ୟ ଭୟଭୀତ ହେଉଛନ୍ତି। ସ୍ଥିତି ଏମିତି ହୋଇଥିଲା ଯେ, ରୋଗୀଙ୍କୁ ବୁଝାଇବାକୁ ଅନ୍ୟ ଡାକ୍ତରମାନେ ପହଞ୍ଚିଥିଲେ। ଆଉ ରୋଗୀଙ୍କୁ ଭୟଭୀତ ନହେବା ଲାଗି ପରାମର୍ଶ ଦେଇଥିଲେ। ଏହି ଭିଡିଓକୁ ଗିଡ୍ଡା କମ୍ପାନି ନାମକ ଆକାଉଣ୍ଟରେ ସେୟାର କରାଯାଇଛି। ଏହି ଭିଡିଓ ସୋସିଆଲ ମିଡ଼ିଆରେ ବିଶେଷ କରି ଇନ୍‌ଷ୍ଟା ଓ ଫେସବୁକ୍‌ରେ ବିଶେଷ କରି ଭାଇରାଲ ହେବାରେ ଲାଗିଛି।

Advertisment

ଏଠାରେ କହିରଖୁଛୁ ଯେ, ଦେଶରେ ଆଜି ସାମାନ୍ୟ କମିଛି ମହାମାରୀ। ଗତ ୨୪ ଘଂଟାରେ ଦେଶରେ ମୋଟ୍‌ ୩୮,୯୪୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବଂ ୨୧୯ ଜଣଙ୍କ ପ୍ରାଣ ନେଇଛି ମହାମାରୀ। ତେବେ ଭାରତରେ ଆଜି ମୃତକଙ୍କ ସଂଖ୍ୟା ମଧ୍ୟ କମ୍‌ ରହିଥିବା ସୂଚନା ମିଳିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ଆଜିର ଆକ୍ରାନ୍ତଙ୍କୁ ମିଶାଇ ୩,୩୦,୨୭,୬୨୧ ଦେଶରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ରହିଥିବା ବେଳେ ମୃତକଙ୍କ ସଂଖ୍ୟା ୪,୪୦,୭୭୨ରେ ପହଞ୍ଚିଛି। ଯାହାକୁ ନେଇ କେନ୍ଦ୍ର ସରକାର ଚିନ୍ତା ବ୍ୟକ୍ତ କରିଛନ୍ତି। କେବଳ ଏତିକି ନୁହେଁ ବରଂ ଗତ ୨୪ ଘଂଟାରେ ଦେଶରେ ୪୩,୯୦୩ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଥିବା ନେଇ ସୂଚନା ରହିଛି। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏବେ ବି ଦେଶରେ ୪,୦୪,୮୭୪ ଆକ୍ଟିଭ୍‌ କେସ୍‌ ରହିଛି

Coronavirus India COVID19 Viral Video
Advertisment
Advertisment