Advertisment

ଦେଶରେ କମୁଛି ସଂକ୍ରମଣ। ୨୪ ଘଂଟାରେ ୩୧ ହଜାର ଆକ୍ରାନ୍ତ ଚିହ୍ନଟ

ଦେଶରେ ଆଜି ସାମାନ୍ୟ କମିଛି ସଂକ୍ରମଣ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ଗତ ୨୪ ଘଂଟାରେ ଦେଶରେ ୩୧,୨୨୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କରୋନା ମହାମାରୀରେ ୨୯୦ ଜଣଙ୍କ ପ୍ରାଣ ଯାଇଛି

author-image
Sarbeswar
corona virus

corona virus

ନୂଆଦିଲ୍ଲୀ: ଦେଶରେ ଆଜି ସାମାନ୍ୟ କମିଛି ସଂକ୍ରମଣ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ଗତ ୨୪ ଘଂଟାରେ ଦେଶରେ ୩୧,୨୨୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କରୋନା ମହାମାରୀରେ ୨୯୦ ଜଣଙ୍କ ପ୍ରାଣ ଯାଇଛି। ତେବେ ଆଜିର ସଂକ୍ରମଣକୁ ମିଶାଇ ଦେଶରେ ମୋଟ୍‌ ୩,୩୦,୫୮,୮୪୩ ଆକ୍ରାନ୍ତଙ୍କ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୪,୪୧,୦୬୨ରେ ପହଞ୍ଚିଛି। ଯାହାକୁ ନେଇ ଏବେ ଚିନ୍ତା ବଢିଛି। ଏହାସହ ଗତ ୨୪ ଘଂଟାରେ ୪୨,୯୪୨ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ତେବେ ଆଜିର ସୁସ୍ଥଙ୍କ ସଂଖ୍ୟା ମିଶାଇ ଦେଶରେ ମୋଟ୍‌ ୩,୨୨,୨୪,୯୩୭ରେ ପହଞ୍ଚିଲାଣି ସୁସ୍ଥଙ୍କ ସଂଖ୍ୟା। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବର୍ତ୍ତମାନ ବି ଦେଶରେ ଆକ୍ଟିଭ୍‌ କେସ୍‌ର ସଂଖ୍ୟା ୩,୯୨,୮୬୪ ରହିଛି।

Advertisment

ଏପଟେ ରାଜ୍ୟରେ ରାଜ୍ୟରେ କରୋନା ସଂକ୍ରମଣ ସ୍ଥିର ରହିଛି। କିଛି ଦିନ ହେବ ରାଜ୍ୟରୁ ୬୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏହାର ସଂଖ୍ୟା କମୁ ନ ଥିବା ଚିନ୍ତାର ବିଷୟ ହୋଇଛି। ଆଜି ବି ରାଜ୍ୟରୁ ୬୩୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ଅଛନ୍ତି ୯୩ ଜଣ। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ୩୭୨ ଥିବାବେଳେ ଲୋକାଲ କେସ୍ ରହିଛି ୨୬୬ । ଏହି ତଥ୍ୟ ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ସେହିପରି ରାଜ୍ୟରେ ଆଉ ୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଅନୁଗୁଳ, କଟକ, ଖୋର୍ଦ୍ଧାରୁ ୨ ଲେଖାଏଁ ଓ ପୁରୀରୁ ଜଣେ ଲେଖାଏ ମୃତ। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮,୦୬୨କୁ ବୃଦ୍ଧି ପାଇଛି।

Advertisment

ଆଜି ଅନୁଗୁଳ ଜିଲ୍ଲାରୁ ୧୭ ଆକ୍ରାନ୍ତି ଚିହ୍ନଟ ହୋଇଛନ୍ତି। ସେହିପରି ବାଲେଶ୍ୱରରୁ ୩୩, ବରଗଡ଼ରୁ ୭, ଭଦ୍ରକରୁ ୧୪, ବଲାଙ୍ଗିରଚ ୨, ବୌଦ୍ଧରୁ୧, କଟକରୁ ୬୬, ଦେବଗଡ଼ରୁ ୩, ଢେଙ୍କାନାଳରୁ ୯, ଗଜପତିରୁ ୯, ଗଂଜାମରୁ ୪, ଜଗତସିଂହପୁରରୁ୨୨, ଯାଜପୁରରୁ ୩୨, ଝାରସୁଗୁଡ଼ାରୁ ୨, କଳାହାଣ୍ଡିରୁ ୨, କେନ୍ଦ୍ରାପଡ଼ାଚ ୧, କେନ୍ଦୁଝରରୁ ୧୪, ଖୋର୍ଦ୍ଧାରୁ ୨୪୫, କୋରାପୁଟରୁ ୩, ମାଲକାନଗିରିରୁ ୫, ମୟୂରଭଂଜରୁ ୨୨, ନବରଙ୍ଗପୁରରୁ ୪, ନୟାଗଡ଼ରୁ ୨, ପୁରୀରୁ ୧୮, ସମ୍ବଲପୁରରୁ ୧୪, ସୁବର୍ଣ୍ଣପୁରରୁ ୨, ସୁନ୍ଦରଗଡ଼ରୁ ୧୫ ଓ ଷ୍ଟେଟପୁଲରୁ ୫୨ ପଜିଟିଭ ବାହାରିଛନ୍ତି।

COVID19 India Coronavirus
Advertisment
Advertisment