Advertisment

“ରାହୁଲ ନିଜେ ଜାଣନ୍ତି ନାହିଁ ସେ କଣ କରନ୍ତି”

ଚାଷୀ ନେଇ ପୁଣି ଆରମ୍ଭ ହୋଇଯାଇଛି ରାଜନୀତି। ଗୋଟିଏ ପଟେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ ତ ଅନ୍ୟପଟେ ରାହୁଲଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖ୍ୟପାତ୍ର ସମ୍ବିତ ପାତ୍ର। କିଛି ଦିନ ପୂର୍ବରୁ ରାହୁଲ ଏକ ଟ୍ୱିଟ୍‌ କରିଥିଲେ। ଆଉ କହିଥିଲେ କେନ୍ଦ୍ର ସରକାର ଚାଷୀଙ୍କ ଲାଗି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି

author-image
Sarbeswar
Rahul Sambit

Rahul Sambit

ନୂଆଦିଲ୍ଲୀ: ଚାଷୀ ନେଇ ପୁଣି ଆରମ୍ଭ ହୋଇଯାଇଛି ରାଜନୀତି। ଗୋଟିଏ ପଟେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ ତ ଅନ୍ୟପଟେ ରାହୁଲଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖ୍ୟପାତ୍ର ସମ୍ବିତ ପାତ୍ର। କିଛି ଦିନ ପୂର୍ବରୁ ରାହୁଲ ଏକ ଟ୍ୱିଟ୍‌ କରିଥିଲେ। ଆଉ କହିଥିଲେ କେନ୍ଦ୍ର ସରକାର ଚାଷୀଙ୍କ ଲାଗି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଚାଷୀଙ୍କର ସମସ୍ୟା ରହିଛି, ତେଣୁ ସେମାନେ ଆନ୍ଦୋଳନ କରୁଛନ୍ତି। ଆଉ ଏହାକୁ ନେଇ ଆଜି ପ୍ରେସମିଟ୍‌ କରି ମନଖୋଲା କଂଗ୍ରେସ ଉପରେ ବର୍ଷିଛନ୍ତି ସମ୍ବିତ। ସେ କହିଛନ୍ତି ଯେ, ରାହୁଲ ଗାନ୍ଧୀ କଣ କରୁଛନ୍ତି ସେ ନିଜେ ବି ଜାଣିନାହାନ୍ତି। ଛତିଶଗଡ଼ରେ ଯେପରି ନିଚ୍ଚ ରାଜନୀତି ହେଉଛି ସେନେଇ ଅବଗତ ଅଛନ୍ତି କି ନାହିଁ ରାହୁଲ ଗାନ୍ଧୀ ତାହା ଆମକୁ ଜଣାନାହିଁ। ଆମେ ପଚାରିବାକୁ ଚାହୁଁଛୁ କି ରାହୁଲ ଗାନ୍ଧୀ ବାଘେଲ ଜୀ ଙ୍କ ବାପାଙ୍କ ଟିପ୍ପଣୀ ଉପରେ ଅବଗତ ଅଛନ୍ତି କି ନାହିଁ? ରାହୁଲ କେବଳ ମିଛ କହିବା ସହ ଫଟୋ ରାଜନୀତିରେ ବ୍ୟସ୍ତ ରହୁଛନ୍ତି।

Advertisment

ଏହାସହ ସମ୍ବିତ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୪ ଘଂଟା ପରିଶ୍ରମ କରି ବିଶ୍ୱରେ ଭାରତର ଛବିକୁ ଏକ ସ୍ଥାନ ଦେଇଛନ୍ତି। ବିଶ୍ୱର ଅନେକ ରାଷ୍ଟ୍ର ପ୍ରଧାନମନ୍ତ୍ରୀଙ୍କ କାମ ପ୍ରଶଂସା ମଧ୍ୟ କରୁଛନ୍ତି। କିନ୍ତୁ ରାହୁଲ ଗାନ୍ଧୀ ଓ କଂଗ୍ରେସ ଏହାକୁ ସହୟ କରିପାରୁନାହାନ୍ତି। ତେଣୁ ମିଛରେ ଲୋକମାନଙ୍କୁ ଭ୍ରମିତ କରିବା ପାଇଁ ଏପରି କରୁଥିବା ସମ୍ବିତ ଅଭିଯୋଗ କରିଛନ୍ତି।

Advertisment

କେବଳ ଏତିକି ନୁହେଁ ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କୁ ପୂରା ବିଶ୍ୱ ଏବେ ପ୍ରଶଂସା କରୁଛି। କିନ୍ତୁ କଂଗ୍ରେସ ପ୍ରତ୍ୟେକ କଥାରେ କେବଳ ସମାଲୋଚନା କରୁଛି। କେନ୍ଦ୍ର ସରକାର ବାରମ୍ବାର ସ୍ପଷ୍ଟ କରିଛନ୍ତି କି ମୋଦି ସରକାର ଚାଷୀମାନଙ୍କ ପାଇଁ କାମ କରୁଛି। ଆଗାମୀ ଦିନରେ ସେମାନଙ୍କ ଅଭିବୃଦ୍ଧି କେମିତି ହେବ ସେ ଦିଗରେ ଅନେକ ପଦକ୍ଷେପ ମଧ୍ୟ ନିଆଯିବ। କିନ୍ତୁ ଚାଷୀଙ୍କୁ ମିଛ କହି ରାଜନୈତିକ ଫାଇଦା ନେବା ପାଇଁ କଂଗ୍ରେସ ଇଚ୍ଛା କରୁଛି। ଯାହା ସମ୍ଭବ ନୁହେଁ। କାରଣ ବର୍ତ୍ତମାନ ସମୟରେ କେନ୍ଦ୍ର ସରକାରଙ୍କର ସବୁ ଯୋଜନା ଲୋକମାନେ ଜାଣୁଛନ୍ତି ତେଣୁ ରାହୁଲ ଗାନ୍ଧୀ ଲୋକଙ୍କୁ ବିଭ୍ରାନ୍ତି ନକରି ଲୋକଙ୍କ କାମ କରନ୍ତୁ ବୋଲି ସମ୍ବିତ କହିଛନ୍ତି।

BJP Congress Sambit Patra Rahul Gandhi
Advertisment
Advertisment